ମୁଖ୍ୟ ଖବର ବାପା-ଝିଅଙ୍କ ଉପରେ ଚଢ଼ିଗଲା ଟ୍ରକ – ଉଭୟ ମୃତ Angul OnlineMarch 14, 2022March 14, 2022 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ କଲଣ୍ଡା ଗ୍ରାମ ନିକଟ ଜାତୀୟ ରାଜପଥ ୧୪୯ରେ ମୋଟରସାଇକେଲ ଉପରେ ଟ୍ରକ୍ ଚଢ଼ି ଯିବାରୁ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଖମାର ଗ୍ରାମର ସୁନୀଲ କୁମାର ସାହୁ ଏବଂ ଝିଅ ସଙ୍ଗୀତା ସାହୁ । ମୃତ ସୁନୀଲ କୁମାର ସାହୁ କଣିହାଁ ବ୍ଲକରେ ସହକାରୀ ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟରତ ଥିବାବେଳେ ଝିଅ ସଙ୍ଗୀତା ସମନ୍ବିତ ଶିଶୁ କଲ୍ୟାଣ ବିଭାଗ ଅଧୀନରେ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ । ସକାଳୁ ସେମାନେ ନିଜ ଘରୁ କଣିହାଁ ଅଭିମୁଖେ ମୋଟରସାଇକେଲ ( ଓଡି ୦୬ ଡି ୮୭୦୨) ଯୋଗେ ଯାଉଥିବା ବେଳେ ତାଳଚେର ପଟୁ ଆସୁଥିବା ସିଜି ୦୬ ଜିକ୍ୟୁ ୭୭୪୪ ନମ୍ବର ବିଶିଷ୍ଟ ଟ୍ରକ୍ଟି ଧକ୍କା ଦେଇ ତାଙ୍କ ଉପରେ ଚଢ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ବାପ-ଝିଅଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପଟେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ଜାତୀୟ ରାଜପଥ ୧୪୯କୁ ଅବରୋଧ କରାଯାଇଥିଲା । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବା ସହ ପୋଲିସ ମୁତୟନ କରାଯାଇଥିଲା । Advertisement
ପୁଲିସ ର ମାଡରେ ଯୁବକ ଗୁରୁତର ଅଭିଯୋଗ ପାଲଲହଡା – ଅନୁଗୋଳ ଜିଲ୍ଲା ଖାମାର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ଆଦିତ୍ୟ ବେହେରା ପୁଲିସର ମାଡରେ ଗୁରୁତର ହୋଇଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କୁ ଜିଲ୍ଲା…
ଜାତୀୟ ରାଜପଥ ପାଇଁ ଜନ ସମାବେଶ – ଧର୍ମଘଟ ଚେତାବନୀ ଅନୁଗୁଳ – ଅନୁଗୁଳ ସହର ଦେଇ ଯାଇଥିବା ୫୫ନମ୍ବର ଜାତୀୟ ରାଜପଥର ପଞ୍ଚମହଲା (ଆର୍.ଟି.ଓ. ଅଫିସ) ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତା ଯୁଦ୍ଧାକାଳୀନ ଭିତ୍ତିରେ ନିର୍ମାଣ କରିବା…
ନିଆଁରେ ପୋଡି ହୋଇ ଦମ୍ପତିଙ୍କ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ବାରସିଂହା ଗାଁରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ନିଆଁରେ ପୋଡି ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଦମ୍ପତିଙ୍କ…