ମୁଖ୍ୟ ଖବର ଦୁର୍ଘଟଣାରେ ଦୁଇ ମୃତ Angul OnlineMarch 15, 2022March 15, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାର ଦୁଇଟି ସ୍ଥାନରେ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ତାଳଚେର ବ୍ଲକ୍ ଅନ୍ତର୍ଗତ କଳମଛୁଇଁ ଗ୍ରାମ ନିକଟରେ ପାଣି ଟ୍ୟାଙ୍କର ଧକ୍କାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହେଇଛନ୍ତି । ସୂଚନା ଅନୁସାରେ କଳମଛୁଇଁ ଦେଉଳ ଛକ ନିକଟରେ ମୃତକ ଜଣଙ୍କ ହେଲେ ତେଲିଶୀଙ୍ଗା ଗ୍ରାମର ଏମସିଏଲ୍ କର୍ମଚାରୀ ଶିବା ନନ୍ଦ ସାହୁ । ଆହତ ଜଣଙ୍କ ହେଲେ କଣିହାଁ ଥାନା ଅନ୍ତର୍ଗତ କଂସମୁଣ୍ଡା ଗ୍ରାମର ଦେବଦତ୍ତ ସ୍ୱାଇଁ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରିବା ସହ ପାଣି ଟ୍ୟାଙ୍କରକୁ ଜବତ କରିଛି । ସେହିପରି ଆଜି ଅପରାହ୍ନ ସମୟରେ କୁମଣ୍ଡ ପଞ୍ଚାୟତର ଭଣ୍ଡୁଭର ନିକଟରେ ଏକ ଟିପର ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ରାଣୀଗୋଡା ଗ୍ରାମର ଦିଲ୍ଲୀପ ପଟ୍ଟନାୟକ । ସେ ଭଣ୍ଡୁବର ଅଞ୍ଚଳକୁ କାମ କରିବାକୁ ଯାଉଥିବା ବେଳେ ଏକ ଟିପର ତାଙ୍କୁ ପଛ ପଟୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ କରୁଛି । Advertisement
ଶୈଳ ଶ୍ରୀକ୍ଷେତ୍ରରେ ଦିନ ୨:୩୦ ରେ ହେବ ରଥ ଟଣା ଅନୁଗୋଳ – ଆସନ୍ତା ୨୦ ତାରିଖରୁ ରଥଯାତ୍ରା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯଥାରୀତି ନୀତି ଅନୁସାରେ ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ…
ପ୍ରାତଃ ଭ୍ରମଣ କରୁଥିବା ବେଳେ ଗାଡି ଧକ୍କାରେ ଦୁଇ ମୃତ ପାଲଲହଡା – ଜାତୀୟ ରାଜପଥ କଡରେ ପ୍ରାତଃ ଭ୍ରମଣ କରୁଥିବା ବେଳେ ଅଜଣା ଗାଡି ଧକ୍କା ଦେବା ଫଳରେ ଦୁଇ ଜଣଙ୍କ ମୃତ୍ଯୁ ହୋଇଛି I ଆଜି(ରବିବାର୍)…
ଛାତ୍ରୀ ଆସିବା ପରେ ସି ସି ଟିଭି ମୋଡିଦେଲେ ଅଧ୍ୟାପକ – ଅଧ୍ୟାପକଙ୍କୁ ଅଡୁଆ ହେଲା କି କ୍ୟାମେରା ? ଅନୁଗୁଳ – ଅଧ୍ୟାପକଙ୍କୁ ଅଡ଼ୁଆ ସିସିଟିଭି। ସିସିଟିଭିକୁ ମୋଡ଼ି ଉପରମୁହାଁ କରିଛନ୍ତି। କୋଠରିରେ କ’ଣ ହେଉଛି, ଯେମିତି କେହି ଜାଣି ନପାରିବେ, ସେନେଇ ବେଶ୍ ତତ୍ପର ଜଣାପଡ଼ୁଛନ୍ତି…