ମୁଖ୍ୟ ଖବର ଦୁର୍ଘଟଣାରେ ଛାତ୍ର ମୃତ Angul OnlineMarch 21, 2022March 21, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସିପିପି ଗେଟ୍ ନିକଟରେ ସୋମବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଅନୁଗୁଳ ହୁଲୁରୁସିଂହା ଗାଁର ଶୁଭ୍ରାଂଶୁ ନାଏକ ଏକ ସ୍କୁଟିରେ ବଅଁରପାଳ ତହସିଲ ଅଫିସରୁ ଘରକୁ ଫେରୁଥିବା ସମୟରେ ସିପିପି ଗେଟ୍ ପାଖରେ ଏକ ମିନିବସ୍ ସହ ପିଟି ହୋଇ ତଳେ ପଡିଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
ସେଣ୍ଟ୍ରାଲ ଆର୍ମଡ଼ ପୋଲିସ ଫୋର୍ସ ଶାରୀରିକ ପରୀକ୍ଷା ବେଳେ ଅଘଟଣ – ଯୁବକ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ନାଲକୋ CISF ପଡ଼ିଆରେ ସେଣ୍ଟ୍ରାଲ ଆର୍ମଡ଼ ପୋଲିସ ଫୋର୍ସ ପାଇଁ ଚାଲୁଥିବା ଶାରୀରିକ ପରୀକ୍ଷା ବେଳେ ଅସୁସ୍ଥ ହୋଇ ଜଣେ ଯୁବକଙ୍କୁ…
ପ୍ଲାଷ୍ଟିକ ଗୋଟାଳି କରିଥିଲା ଏଟିଏମ ଲୁଟ ଉଦ୍ୟମ – ଗିରଫ କଲା ପୁଲିସ ଅନୁଗୁଳ – ଅନୁଗୁଳ ସହରରେ ଥିବା ୨ଟି ଏଟିଏମ୍ ଲୁଟ୍ ଉଦ୍ୟମ କରିଥିବା ଲୁଟେରାକୁ ଗୁରୁବାର ପୁଲିସ ଗିରଫ କରିଛି । ସୂଚନା ଅନୁସାରେ ଗତ ୩୧…
ରାଜପଥ ଦୂରାବସ୍ଥା ପାଇଁ ପ୍ରତିବାଦ – ଚାରି ଘଣ୍ଟା ଧରି ଜାତୀୟ ରାଜପଥ ବନ୍ଦ ଅନୁଗୁଳ – କଟକରୁ ସମ୍ବଲପୁର ସଂଯୋଗ କରିଛି ଜାତୀୟ ରାଜପଥ ୫୫ । ଏହି ରାଜପଥ ଉପରେ ଦୈନଦିନ ଲକ୍ଷାଧିକ ଲୋକ ନିର୍ଭର କରନ୍ତି । ହେଲେ…