ମୁଖ୍ୟ ଖବର ପୌର ନିର୍ବାଚନ ବେଳେ ଟଙ୍କା ବାଣ୍ଟି ସାମ୍ବାଦିକ ଅଟକ Angul OnlineMarch 24, 2022March 24, 2022 ଆଠମଲ୍ଲିକ – ପୌର ନିର୍ବାଚନ ବେଳେ ଟଙ୍କା ବାଣ୍ଟୁଥିବା ଅଭିଯୋଗରେ ପୁଲିସ ଜଣେ ସାମ୍ବାଦିକଙ୍କୁ ଅଟକ ରଖିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ଆଜି ପୌରନିର୍ବାଚନର ମତଦାନ ଚାଲି ଥିବା ସମୟରେ ଜଣେ ସାମ୍ବାଦିକ ଭୋଟରଙ୍କୁ ଟଙ୍କା ବାଣ୍ଟୁ ଥିବା ସମୟରେ ସ୍ଥାନୀୟବାସୀଙ୍କ ହାତରେ ଧରା ପଡିଥିଲେ । ଆଠମଲ୍ଲିକ ଉର୍ଦୁ ପ୍ରାଥମିକ ବିଦ୍ୟାଳୟରେ ୱାର୍ଡ ନମ୍ବର ୨ ଏବଂ ୩ ର ମତଦାନ ହେଉଥିବାବେଳେ ଏହି ବୁଥର ଏକ ଶହ ମିଟର ପରିସୀମା ଭିତରେ ନିପିଲଇର ଜଣେ ସାମ୍ବାଦିକ ବିଶ୍ଵବର ବେହେରାଙ୍କୁ ସ୍ଥାନୀୟବାସୀ ଟଙ୍କା ବଣ୍ଟନ କରୁଥିବା ସମୟର ଧରି ପୁଲିସର ଜିମାରେ ଦେଇଥିଲେ । ଜାଞ୍ଚ ବେଳେ ତାଙ୍କ ନିକଟରୁ ଦଶହଜାର ଟଙ୍କା ମଧ୍ୟ ମିଳିଥିବାର ପୁଲିସ ପ୍ରକାଶ କରିଛି । Advertisement
ଆସନ୍ତାକାଲି ଠାରୁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ତାଳଚେର – ଆସନ୍ତାକାଲି ( ୨୪ ତାରିଖ ) ଠାରୁ ଅନିର୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ଦିଆ ଯାଇଛି । ୫ ଦଫା…
ଚାଷୀଙ୍କୁ ସହାୟକ ହେବ ଡ୍ରୋନ୍ – କରିବ ଔଷଧ ସିଞ୍ଚନ ଛେଣ୍ଡିପଦା – ଚାଷୀଙ୍କୁ ସହାୟକ ହେବ ଡ୍ରୋନ୍ । ଡ୍ରୋନ୍ ସହାୟତାରେ ଚାଷୀ ଫସଲରେ କୀଟନାଶକ ସିଞ୍ଚନ କରି ନିଜର ସମୟ ବଞ୍ଚାଇବା ସହ ଏହା ଚାଷୀର…
ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର – ହତ୍ୟା ଅଭିଯୋଗ ଆଣିଲେ ବାପା ଅନୁଗୁଳ – ଅନୁଗୁଳ ଜିଲ୍ଲା ବେନ୍ତପୁର ଗାଁର ଚିତ୍ତରଞ୍ଜନ ପରିଡାଙ୍କ ଘରୁ ତାଙ୍କ ଗର୍ଭବତୀ ପତ୍ନୀ ସସ୍ମିତା ବେହେରାଙ୍କ ମୃତଦେହ ଉଦ୍ଧାର ହୋଇଛି । ସେ ଏକ…