ମୁଖ୍ୟ ଖବର କାରକୁ ଧକ୍କା ଦେଲା ଟ୍ରେନ – ଅଳ୍ପକେ ବର୍ତ୍ତିଲେ ତିନି Angul OnlineApril 4, 2022April 4, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ଦା ନିକଟରେ ଏକ ଟ୍ରେନ ଧକ୍କାରେ ଗୋଟିଏ କାର ଚୁରମାର ହୋଇଯାଇଥିବା ବେଳେ ଅଳ୍ପକେ ତିନି ଜଣ ବର୍ତ୍ତୀ ଯାଇଥିବା ଜଣା ପଡିଛି । ସୂଚନା ଅନୁସାରେ ତିନି ଜଣ ବ୍ୟକ୍ତି ଏକ ମାରୁତି ଭ୍ୟାନରେ ବନ୍ଦା ଆଡୁ ବଅଁରପାଳ ଆଡକୁ ଯାଉଥିଲେ । ତେବେ ବନ୍ଦା ନିକଟରେ ଥିବା ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ହଠାତ ନାଲକୋ କାରଖାନାର ଟ୍ରେନ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ କାରଟି ଚୁରମାର ହୋଇ ଯାଇଥିବା ବେଳେ ସେଥିରେ ଥିବା ତିନି ଜଣ ଆହତ ହୋଇଥିଲେ । ଡ୍ରାଇଭରର ଅବସ୍ଥା ଗୁରୁତର ଥିବା ଜଣା ପଡିଛି । ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସେମାନଙ୍କ ପରିଚୟ ଜଣା ପଡି ନାହିଁ । Advertisement
ବାହାଘର ଭୋଜି ଖାଇ ୩୪ ଜଣ ଅସୁସ୍ଥ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଟୁସର ପଞ୍ଚାୟତର ଟୁସର ଗ୍ରାମରେ ବାହାଘର ଭୋଜି ଖାଇ ୩୪ ଜଣ ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହୋଇଛନ୍ତି…
ଦୁର୍ଗା ପୂଜାରେ ୧୧ ଓ ଲକ୍ଷ୍ମୀ ପୂଜାରେ ହେବ ୨୯ ମେଢ଼ ଅନୁଗୁଳ – ଅନୁଗୁଳ ସେଣ୍ଟ୍ରାଲ ପୂଜା କମିଟିର ଏକ ବୈଠକ ଅନୁଗୁଳ ଟାଉନ ହଲଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସର୍ବ ସମ୍ମତି କ୍ରମେ ଅକ୍ଷୟ କୁମାର…
ଇନ୍ସପେକ୍ଟର ସ୍ତରରେ ଅଦଳ ବଦଳ – ପ୍ରଭାତ ଅନୁଗୁଳ ଥାନା ଓ ସତ୍ୟବ୍ରତଙ୍କୁ ସଦର ଥାନା ଅନୁଗୁଳ – ଅନୁଗୁଳ ଜିଲ୍ଲା ଇନ୍ସପେକ୍ଟର ସ୍ତରରେ ସାମାନ୍ୟ ଅଦଳବଦଳ କରା ଯାଇଛି । କିଛି ଦିନ ପୂର୍ବରୁ ଅନୁଗୁଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇଙ୍କୁ…