ଅପରାଧ ଶାଶୁ-ଶଶୁରଙ୍କୁ ଜ୍ଵାଇଁର ମରଣାନ୍ତକ ଆକ୍ରମଣ Angul OnlineApril 5, 2022April 5, 2022 ବଅଁରପାଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗ୍ରାମରେ ଜ୍ଵାଇଁର ଆକ୍ରମଣରେ ଶାଶୁ ଶଶୁର ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ପାରିବାରିକ କଳହକୁ କେନ୍ଦ୍ର କରି ଜ୍ବାଇଁ ରାସୋଳ ଥାନା ଗଞ୍ଜରା ଗ୍ରାମର ଜ୍ୱାଇଁ ଶ୍ରୀଥିକଣ୍ଠ ଭୋଇ ଶଶୁର ଘରକୁ ଆସି ବାରମ୍ବାର ହତ୍ୟା ଧମକ ଦେବା ସହ ଦୁର୍ବ୍ୟବହାର କରି ଆସୁଥିଲେ । ଗତକାଲି ଜ୍ୱାଇଁ ଶ୍ରୀଥିକଣ୍ଠ ଭୋଇଙ୍କ ସହ ତାଙ୍କ ସହଯୋଗୀ ନାଥ ଭୋଇ , ଟଙ୍କଧର ଭୋଇ ଶଶୁର ଘରକୁ ଆସି ଆସି ବୃଦ୍ଧ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଫଳରେ ଶଶୁର ଘନ ବେହେରାଓ ଶାଶୁ ରଜନୀ ବେହେରା ଗୁରୁତର ହୋଇଥିଲେ । ଖବର ପାଇ ସ୍ଥାନୀୟ ଲୋକ ଉଭୟ ବୁଦ୍ଧ ଦମ୍ପତ୍ତିଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ପୁଲିସ ନିକଟରେ ଅଭିଯୋଗ ହେବା ପରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୁଲିସ ଚେଷ୍ଟା କରୁଛି । Advertisement
ବୃଦ୍ଧା ମା’ଙ୍କୁ ମାଡ ମାରି ଗିରଫ ହେଲେ ଅବସରପ୍ରାପ୍ତ ଶିକ୍ଷକ ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା କଟାପାଲି ଗାଁରେ ବୃଦ୍ଧା ମାଙ୍କୁ ଅବସର ପ୍ରାପ୍ତ ଶିକ୍ଷକଙ୍କ ମାଡ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ…
ତାଲା ଭାଙ୍ଗି ଅଟୋରେ ଚୋରି କରି ନେଲା ଏସି , ଫ୍ରିଜ ଆଦି ଜିନିଷ – ଗିରଫ କଲା ପୁଲିସ ଅନୁଗୁଳ – ଅନୁଗୁଳ ତାମ୍ରିତ କଲୋନୀରେ ଭଡା ନେଇ ରହୁଥିବା ବିଜୟ ଠାକୁର ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ ୨୩ ତାରିଖ ଦିନ ତାଙ୍କ ଭଡା…
ବଡ ଧରଣର ନକଲି କାଗଜପତ୍ର ରାକେଟ ପର୍ଦାଫାସ – ଡି.ଏଲ. , ପ୍ୟାନ କାର୍ଡ , ଆଧାର କାର୍ଡ ଜବତ ତାଳଚେର – ଅନୁଗୁଳ ଜିଲ୍ଲାରେ ସକ୍ରିୟ ହୋଇ ଉଠିଥିବା ଏକ ନକଲି ଜରୁରୀ କାଗଜପତ୍ର ରାକେଟର ପର୍ଦାଫାସ କରିଛି ପୁଲିସ । ନକଲି ଡ୍ରାଇଭିଙ୍ଗ ଲାଇସେନସ ,…