ରାଜନୀତି ଆଠମଲ୍ଲିକ ଓ ତାଳଚେରରେ ବିଜେଡ଼ି , ଅନୁଗୁଳରେ ବିଜେପି ହାତେଇଲା ଉପାଧ୍ୟକ୍ଷ ପଦବୀ Angul OnlineApril 7, 2022April 7, 2022 ଅନୁଗୁଳ – ଅନୁଗୁଳ ପୌରପାଳିକା ପାଇଁ ଉପାଧ୍ୟକ୍ଷ ଭାବେ ବିଜେପିର ଅନୁପମା ସାହୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ୪ ନମ୍ବର ୱାର୍ଡ କାଉନସିଲର ଅନୁପମା ସାହୁଙ୍କ ନାମରେ ଦଳର ହାଇକମାଣ୍ଡ ମୋହର ମାରିବା ପରେ ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଭରିଥିଲେ । ପୌର ପରିଷଦର ୨୩ ଆସନରୁ ବିଜେପି ୧୩ ଟିରେ ବିଜୟୀ ହୋଇ ଉପାଧ୍ୟକ୍ଷ ଆସନ ପାଇଁ ମ୍ୟାଜିକ ନମ୍ବର ପାର କରିଥିବା ବେଳେ ବିଜେଡ଼ି ୧୦ ଟି ଆସନ ପାଇଥିଲା । ବିଜେଡ଼ି ପକ୍ଷରୁ କେହି ନାମାଙ୍କନ ଦାଖଲ ମଧ୍ୟ କରି ନଥିଲେ । ସେପଟେ ତାଳଚେରରେ ଉପାଧ୍ୟକ୍ଷ ସିଟ ବିଜେଡ଼ି ହାତେଇଛି । ତାଳଚେର ପୌର ପରିଷଦର ବିଜେଡି ଉପନଗରପାଳ ପ୍ରାର୍ଥୀନୀ ଭାବେ ୧୯ ନଂ ୱାର୍ଡର କାଉନସିଲର ସୁଶ୍ରୀ ଶୁଭଶ୍ରୀ ସୁଭସ୍ମିତା ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତାଳଚେର ପୌରପାଳିକାର ୨୧ ଟି ୱାର୍ଡରୁ ବିଜେଡ଼ି ୧୮ ଟି ସିଟ ହାତେଇଥିବା ବେଳେ ବିଜେପି ମାତ୍ର ୩ ଟି ୱାର୍ଡରେ ଜିତିଥିଲା । ଫଳରେ ଆଜି ହୋଇଥିବା ଉପାଧ୍ୟକ୍ଷ ପଦବୀ ବିଜେଡ଼ିର ସୁଶ୍ରୀ ଶୁଭଶ୍ରୀ ସୁଭସ୍ମିତା ପ୍ରଧାନ ନିର୍ଦ୍ବନ୍ଦ୍ବରେ ହାସଲ କରିଛନ୍ତି । ସେହିପରି ଆଠମଲ୍ଲିକ ଏନଏସିର ଉପାଧ୍ୟକ୍ଷ ସିଟ ମଧ୍ୟ ବିଜେଡ଼ି ହାତେଇଛି । ବିଜେଡ଼ିର ଗଦାଧର ସ୍ୱାଇଁ ନିର୍ଦ୍ବନ୍ଦ୍ବରେ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । Advertisement
ଚର୍ଚ୍ଚାରେ ପୂର୍ଣ୍ଣେଛେଦ ଟାଣିଲେ ସଞ୍ଜୀବ – ଖୁବ ଶୀଘ୍ର ବସିବେ ନୂଆଁ ନାଆରେ ଅନୁଗୁଳ – ବିରମହାରାଜପୁର ଓ ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ବିଜେଡିରୁ ଇସ୍ତଫା ଦେବା ପରେ ଜିଲ୍ଲା ରାଜନୀତି…
ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ପରିବାର ବର୍ଗଙ୍କୁ ଭେଟିଲେ ବିଜେପିର ବିଧାୟକ ଟିମ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ଚାରି ଦିନ ପୂର୍ବରୁ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ବିଜେପି ପକ୍ଷରୁ ବୁଧବାର ବିରୋଧୀ…
ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ ଅନୁଗୋଳ – ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ ଅନୁଗୋଳ ଠାରେ ବିଜୁ ଜନତା ଦଳ ପକ୍ଷରୁ ପାଳିତ ହୋଇଛି । ଅନୁଗୋଳ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ…