ରାଜନୀତି ଦଳରୁ ବିଦା ହେଲେ ଦୁଇ ବରିଷ୍ଠ ବିଜେଡି ନେତା Angul OnlineApril 9, 2022April 9, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ନିର୍ବାଚନ ମଣ୍ତଳି ତଥା ଛେଣ୍ଡିପଦା ବ୍ଲକ ବିଜୁ ଜତା ଦଳର ଦୁଇ ବରିଷ୍ଠ ନେତାଙ୍କୁ ଦଳ ବିରୋଧି କାର୍ଯ୍ୟ ନିମନ୍ତେ ଦଳରୁ ବହିଷ୍କାର କାରାଯାଇଥିବା ନେଇ ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ମହିନ୍ଦ୍ର ବସ୍ତିଆ ସୂଚନା ଦେଇଛନ୍ତି l ସୂଚନା ଅନୁସାରେ ଗତ ପଞ୍ଚାୟତ ନିର୍ବାଚନରେ ଦଳ ବିରୋଧି କାର୍ଯ୍ୟ କରିଥିବା ନେଇ ଛେଣ୍ତିପଦା ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ସୁପାରିଶ କ୍ରମେ ଛେଣ୍ତିପଦା ବ୍ଲକ ତୁକୁଡା ଗ୍ରାମର ପ୍ରତାପ କୁମାର ପ୍ରଧାନ ଓ ଶିମିଳିପାଳ ପଞ୍ଚାୟତର ଶରତ କୁମାର ପ୍ରଧାନଙ୍କୁ ୬ ବର୍ଷ ପାଇଁ ବିଜୁ ଜନତା ଦଳର ପ୍ରାଥମିକ ସଭ୍ୟ ପଦ ରଦ୍ଦ କରା ଯିବା ସହିତ ଦଳରୁ ବହିଷ୍କାର କରାଯାଇଛି । ଏ ନେଇ ଅନୁଗୁଳର ବିଜୁ ଜନତା ଦଳର ସଭାପତି ମହେନ୍ଦ୍ର କୁମାର ବସ୍ତିଆ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରିବା ସହ ଏହାର ନକଲ ରାଜ୍ୟ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଛେଣ୍ତିପଦା ବିଧାୟକ ସୁଶାନ୍ତ କୁମାର ବେହେରାଙ୍କୁ ଜଣାଇ ଦେଇଛନ୍ତି । Advertisement
ବିଜେପିର ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ ଅନୁଗୁଳ – ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ଠାରେ ବୁଧବାର ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ସଭାପତିତ୍ୱରେ…
ବିଜେଡି ଓ ବିଜେପି ଉପରେ ବର୍ଷିଲେ କଂଗ୍ରେସ ମୁଖପାତ୍ର ଜଗଦାନନ୍ଦ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବରିଷ୍ଠ ସମ୍ବାଦିକ ଜଗଦାନନ୍ଦ ପ୍ରଧାନ ସାମ୍ବାଦିକତା କ୍ଷେତ୍ରରେ ପ୍ରାୟ ୪୦ ବର୍ଷ ହେଲା କାମ କରି ଆସୁଥିବା ବେଳେ ଗତ କିଛିଦିନ…
ଜିଲ୍ଲା ପାଇଁ ଯୁବ ବିଜେଡିର ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ , ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି…