ରାଜନୀତି ଦଳରୁ ବିଦା ହେଲେ ଦୁଇ ବରିଷ୍ଠ ବିଜେଡି ନେତା Angul OnlineApril 9, 2022April 9, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ନିର୍ବାଚନ ମଣ୍ତଳି ତଥା ଛେଣ୍ଡିପଦା ବ୍ଲକ ବିଜୁ ଜତା ଦଳର ଦୁଇ ବରିଷ୍ଠ ନେତାଙ୍କୁ ଦଳ ବିରୋଧି କାର୍ଯ୍ୟ ନିମନ୍ତେ ଦଳରୁ ବହିଷ୍କାର କାରାଯାଇଥିବା ନେଇ ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ମହିନ୍ଦ୍ର ବସ୍ତିଆ ସୂଚନା ଦେଇଛନ୍ତି l ସୂଚନା ଅନୁସାରେ ଗତ ପଞ୍ଚାୟତ ନିର୍ବାଚନରେ ଦଳ ବିରୋଧି କାର୍ଯ୍ୟ କରିଥିବା ନେଇ ଛେଣ୍ତିପଦା ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ସୁପାରିଶ କ୍ରମେ ଛେଣ୍ତିପଦା ବ୍ଲକ ତୁକୁଡା ଗ୍ରାମର ପ୍ରତାପ କୁମାର ପ୍ରଧାନ ଓ ଶିମିଳିପାଳ ପଞ୍ଚାୟତର ଶରତ କୁମାର ପ୍ରଧାନଙ୍କୁ ୬ ବର୍ଷ ପାଇଁ ବିଜୁ ଜନତା ଦଳର ପ୍ରାଥମିକ ସଭ୍ୟ ପଦ ରଦ୍ଦ କରା ଯିବା ସହିତ ଦଳରୁ ବହିଷ୍କାର କରାଯାଇଛି । ଏ ନେଇ ଅନୁଗୁଳର ବିଜୁ ଜନତା ଦଳର ସଭାପତି ମହେନ୍ଦ୍ର କୁମାର ବସ୍ତିଆ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରିବା ସହ ଏହାର ନକଲ ରାଜ୍ୟ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଛେଣ୍ତିପଦା ବିଧାୟକ ସୁଶାନ୍ତ କୁମାର ବେହେରାଙ୍କୁ ଜଣାଇ ଦେଇଛନ୍ତି । Advertisement
ପଞ୍ଚାୟତ ନିର୍ବାଚନ ଅଧିସୂଚନା ପ୍ରକାଶ ପାଇଲା ଅନୁଗୁଳ – ଆଜି ପ୍ରକାଶ ପାଇଲା ରାଜ୍ୟ ସ୍ତରୀୟ ପଞ୍ଚାୟତ ନିର୍ବାଚନ ଅଧିସୂଚନା । ଏଥି ସହିତ ଅନୁଗୁଳ ଜିଲ୍ଳାପାଳ ଜିଲ୍ଲା ସ୍ତରୀୟ ନିର୍ବାଚନ ଅଧିସୂଚନା ତାଲିକା…
ଶଙ୍ଖ ଧରିବେ ବିପ୍ଲବ !! – କଂଗ୍ରେସରୁ ଦେଲେ ଇସ୍ତଫା ଅନୁଗୁଳ – ଆଗକୁ ନିର୍ବାଚନ । ଏବେଠାରୁ ସବୁ ରାଜନୈତିକ ଦଳ ଏବଂ ରାଜନେତା ନିଜ ନିଜର ଗୋଟି ଚାଳନା ଆରମ୍ଭ କରିଦେଲେଣି । ସବୁ…
କର୍ଣ୍ଣପାଳ ସରପଞ୍ଚ ଭାବେ ହୃଷିକେଶ ବିଜୟୀ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକର କର୍ଣ୍ଣପାଳ ପଞ୍ଚାୟତର ସରପଞ୍ଚ ଭାବେ ହୃଷିକେଶ ସାମଲ ବିଜୟୀ ହୋଇଛନ୍ତି । ହୃଷିକେଶ ସlମଲ ୧୫୫୨…