ମୁଖ୍ୟ ଖବର ଆମ୍ବତୋଟାରୁ ମହିଳାଙ୍କ ଗଳିତ ଶବ ଠାବ Angul OnlineApril 9, 2022April 9, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ତୁବେ ଗାଁର ବଡବନ୍ଧ ଆମ୍ବତୋଟାରୁ ଏକ ଅଜଣା ମହିଳାଙ୍କ ଗଳିତ ଶବ ଶନିବାର ଠାବ କରାଯାଇଛି । ସୂଚନା ଅନୁସାରେ ତୁବେ ଗ୍ରାମର ବଡବନ୍ଧ ନିକଟସ୍ଥ ଆମ୍ବତୋଟାରେ ଜୈନେକ ମହିଳାଙ୍କର ଗଳିତ ମୃତ ଦେହ ପଡିଥିବା ସ୍ଥାନୀୟ ଲୋକମାନେ ଦେଖିଥିଲେ । ମହିଳାଙ୍କ ବେକରୁ ଏକ ରସି ଆମ୍ବଗଛରେ ଲଗିଥିବା ବେଳେ ମହିଳାଙ୍କ ଶରୀର ଅଧାଭାଗ ମାଟିରେ ଲଗିଛି । ମହିଳା ଜଣଙ୍କୁ କେହି ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇଛି ନା ମହିଳା ଜଣଙ୍କ ନିଜେ ଆତ୍ମହତ୍ୟା କରିଛନ୍ତ ତାହା ଜଣା ପଡି ନାହିଁ । ଶବଟି ଶଢି ଯାଇଥିବାରୁ ତାଙ୍କର ପରିଚୟ ମିଳିପାରି ନାହିଁ । ଏନେଇ ସ୍ଥାନୀୟ ଗ୍ରାମବାସୀ ଜରପଡା ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଜରପଡା ଥାନା ଅଧିକାରୀ ସରୋଜକାନ୍ତ ସାମଲ ଓ ପୁଲିସ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ ଜାରୀ ରଖିଛନ୍ତି । ପୁଲିସ ପ୍ରାଥମିକ ତଦନ୍ତରୁ ମହିଳାଙ୍କ ମୃତ୍ୟୁ ୬ ରୁ ୭ ଦିନ ପୂର୍ବରୁ ହୋଇଥିବା ବେଳେ ବୟସ ୪୦ ରୁ ୪୫ ବର୍ଷ ହୋଇଥିବା ଅନୁମାନ କରାଯାଉଛି । ମହିଳାଙ୍କ ପରିଚୟ ମିଳିପାରି ନଥିବାରୁ ଆସନ୍ତାକାଲି ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକ ଟିମ ଆସିବା ପରେ ମହିଳାଙ୍କ ଶବକୁ ପଂଚନାମା କରାଯିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ବ୍ୟବଛେଦ କରାଯିବ । ବ୍ୟବଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ହତ୍ୟା ଜଣାପଡିବ ବୋଲି ଥାନା ଅଧିକାରୀ ସରୋଜକାନ୍ତ ସାମଲ ପ୍ରକାଶ କରିଛନ୍ତି । Advertisement
ହସଖୁସିରେ ଆସୁଥିବାର ଭିଡିଓ ଅପଲୋଡ଼ର କିଛି ସମୟ ପରେ ଦୁର୍ଘଟଣା – ବିଜେଡିର ଯୁବନେତା ସମେତ ଦୁଇ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ମରାତିରା ନିକଟରେ ମର୍ମଦୁନ୍ତ ସଡକ ଦୁର୍ଘଟଣା । ଟ୍ରକ ପଛରେ ଧକ୍କା ଦେଲା…
ଗଞ୍ଜେଇରୁ ଅର୍ଜିଥିବା କୋଟିଏରୁ ଊର୍ଦ୍ଧ୍ଵ ସମ୍ପତ୍ତି ଜବତ ଛେଣ୍ଡିପଦା – ନିଶା ବେପାର କରି ଅର୍ଜିଥିଲେ କୋଟି କୋଟି ଟଙ୍କା । ରାତାରାତି ହୋଇଥିଲେ କୋଟିପତି । ଏବେ କଳା ସମ୍ପତ୍ତିକୁ ଜବତ କଲା ପୋଲିସ…
ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ପୁଣି ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ବଡ଼କନ୍ତକୁଳ ଗାଁର ମୁନି ପ୍ରଧାନ ଓ ଗୌରୀ…