ଅପରାଧମୁଖ୍ୟ ଖବର ୫ ଡକାୟତ ଗିରଫ , ମାରଣାସ୍ତ୍ର ଓ ଗାଡି ଜବତ Angul OnlineJanuary 14, 2021January 14, 2021 ଅନୁଗୁଳ – ନାଲକୋନଗର ଅଞ୍ଚଳରେ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ନାଲକୋ ସିନିୟର ଡିପିଏସ୍ ସ୍କୁଲ ପଛ ପାଖରୁ ୫ ଜଣ ଡକାୟତଙ୍କୁ ନାଲକୋନଗର ପୋଲିସ କାବୁ କରି ପାରିଛି । ଉକ୍ତ ୫ ଡକାୟତ ଲୁଟ ଯୋଜନା କରୁଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚଢାଉ କରିଥିଲା । ସେମାନଙ୍କ ନିକଟରୁ ଭୁଜାଲି, ଲୁହା ଛଡ଼, ଛୁରୀ ,ନମ୍ବର ବିହୀନ ବୁଲେଟ ଗାଡି , ଗୋଟିଏ ସ୍କୁଟି ,ଗୋଟିଏ ହୋରୋହୋଣ୍ଡା ମୋଟରସାଇକେଲ ଓ ୩ଟି ମୋବାଇଲ ଜବତ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ତାଳଚେର ଥାନା ଅନ୍ତର୍ଗତ ନୂଆଁପଡା ଗ୍ରାମର ସୁମନ୍ତ ନାୟକ(୨୮) , ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କଣ୍ଟାଇପୁଟସାହି ଗ୍ରାମର ସତ୍ୟବ୍ରତ ନାୟକ(୨୧) , ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନାଛିପୁର ଗ୍ରାମର ଅଜୟ ନାୟକ(୨୪) , ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମ ଗଉଡ ସାହିର ନନ୍ଦନ ବେହେରା (୨୯) ଓ ଜଣେ ନାବାଳକ । ଗିରଫ ଡକାୟତ ମାନଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ବେଳେ ସମ୍ପୃକ୍ତ ୫ ଯୁବକ ନାଲକୋ ଅଞ୍ଚଳରେ ପୂର୍ବରୁ ହୋଇଥିବା ଛିନାତାଇ ମାମଲାରେ ସମ୍ପୃକ୍ତି ଥିବା ପୋଲିସ ସୂଚନା ଦେଇଛି । Advertisement
ପ୍ରେମିକା ସାମନାରେ ପ୍ରେମିକକୁ ପିଟିପିଟି ହତ୍ୟା ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ସାନଗୋବିନ୍ଦପୁର ଗ୍ରାମର ଶବର ସାହିରେ ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା କରା ଯାଇଛି l…
୧୦ ଟଙ୍କା ରିଚାର୍ଜ କରି ହରାଇଲେ ୭୦ ହଜାର ଟଙ୍କା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ସାଇବର ଠକଙ୍କ ହାବୁଡରେ ପଡି ଜଣେ ବ୍ୟକ୍ତି ଆକାଉଣ୍ଟରୁ ତାଙ୍କ ହରାଇଛନ୍ତି । ସୂଚନା ଅନୁସାରେ କପ୍ତିପଦା , ଜୟଘୁଣ୍ଟିଆ…
ବରିଷ୍ଠ ବିଜେଡି ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା – ଅଭିଯୁକ୍ତ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ବଳରାମ ପ୍ରସାଦ ଗାଁରେ ମଙ୍ଗଳବାର ସକାଳ ପ୍ରାୟ ୭ଟା ବେଳେ ଏକ ହତ୍ୟାକାଣ୍ଡ ଘଟି ଯାଇଚି । ଗାଁର…