ମୁଖ୍ୟ ଖବର ଛାତରୁ ପଡି ଯୁବକ ମୃତ Angul OnlineApril 11, 2022April 11, 2022 ଅନୁଗୁଳ – ଅନୁଗୁଳ ସହର ଶିକ୍ଷକପଡାରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଛାତରୁ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ହଣ୍ଡପା ଅଞ୍ଚଳର ପ୍ରତାପ ସାହୁ ବୋଲି ଜଣା ପଡିଛି । ସେ ଶିକ୍ଷକପଡାସ୍ଥିତ ସ୍କୁଲ ନିକଟରେ ଭଡାରେ ରହୁଥିଲେ । ଗତକାଲି ରାତିରେ ସାମାନ୍ୟ ଗୁଳୁଗୁଳି ଥିବା ବେଳେ ସେ ବିଳମ୍ବିତ ରାତିରେ ଛାତ ଉପରେ ବୁଲୁଥିଲେ । ତେବେ ଆଜି ସକାଳେ ତାଙ୍କ ମୃତ ଦେହ ତଳେ ପଡିଥିବା ପଡୋଶୀ ଦେଖି ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଛି ମୃତଦେହ ଜବତ କରି ତଦନ୍ତ କରୁଛି । ତେବେ ଅସାବଧାନତା ଯୋଗୁଁ ସେ ଛାତ ଉପରୁ ପଡି ଯିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରା ଯାଉଛି । ତଦନ୍ତ ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ପୁଲିସ କହିଛି । Advertisement
ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଲା – ବିଜ୍ଞାନରେ ୯୫.୫ ଓ ବାଣିଜ୍ୟରେ ୮୧.୩ ପ୍ରତିଶତ ପାସ୍ ଅନୁଗୁଳ – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଅନୁଗୁଳ…
ପୁଲିସର ବର୍ବରତା ଅଭିଯୋଗ – ଥାନାରେ ମାମଲା ପାଲଲହଡା – ଅନୁଗୋଳ ଜିଲ୍ଲା ପାଲଲହଡ଼ା ଥାନାରେ ଥାନା ପୁଲିସର ବର୍ବରତା ଓ ଥାର୍ଡ ଡିଗ୍ରି ଘଟଣାରେ ଏସ୍ଆଇଙ୍କ ସମେତ ୩ ଜଣଙ୍କ ନାଁରେ ମାମଲା ରୁଜୁ…
ଦୂର୍ଘଟଣା ପରେ ନାଳରେ ପଡିଲା ଗାଡି – ଚାଳକ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ସମଲ ବ୍ୟାରେଜ୍ ଦକ୍ଷିଣ ଶାଖା କେନାଲ ରୋଡର ଗୁରୁଜାଙ୍ଗ- ଜନ୍ଦାବାହାଳ ବଙ୍ଗାରୁ ଜୁର ନିକଟରେ ୩୦ ଫୁଟ କେନାଲ ତଳକୁ…