ମୁଖ୍ୟ ଖବର ଅଭିଜିତ ଆତ୍ମହତ୍ୟା ମାମଲା – ଚାରି ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ Angul OnlineApril 13, 2022April 13, 2022 ଅନୁଗୁଳ – ଅନୁଗୁଳ ଅଭିଜିତ ପଟ୍ଟନାୟକ ଆତ୍ମହତ୍ୟା ମାମଲାରେ ଆଇନ ଅନୁଯାୟୀ ୪ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅନୁଗୁଳ ଏସ.ପି.ଙ୍କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ ଫେବ୍ରୁଆରୀ ମାସ ୧୪ ତାରିଖ ପ୍ରେମ ଦିବସ ଦିନ ସୌଭାଗ୍ୟନଗରର ଅଭିଜିତ ପଟ୍ଟନାୟକ ଆତ୍ମହତ୍ୟା କରିଥିଲେ । ସେ ମୃତ୍ୟୁ ପୂର୍ବରୁ ଫେସବୁକରେ ଲାଇଭ କରି ସେ କିପରି ତାଙ୍କ ପ୍ରେମିକ ଓ ତାଙ୍କ ପରିବାର ଦ୍ୱାରା ନିର୍ଯ୍ୟାତିତ ହୋଇଥିଲେ ତା କାନ୍ଦି କାନ୍ଦି ବର୍ଣ୍ଣନା କରିଥିଲେ । ତେବେ ତାଙ୍କ ମୃତ୍ୟୁ ପରେ ୧୬ ତାରିଖ ଦିନ ତାଙ୍କ ଭାଇ ତାଙ୍କ ସାନ ଭାଇର ମୃତ୍ୟୁ ପାଇଁ ତାଙ୍କ ପ୍ରେମିକା ଓ ତାଙ୍କ ପରିବାର ଲୋକ ଦାୟୀ ବୋଲି ଅନୁଗୁଳ ଟାଉନ ଥାନାରେ ଅଭିଯୋଗ କରିଥିଲେ । ତେବେ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଦିନ ଗଡ଼ାଇ ଚାଲିଥିଲେ । ବାଧ୍ୟ ହୋଇ ସେ ୧୮ ତାରିଖ ଦିନ ଏହି ଅଭିଯୋଗ ଅନୁଗୁଳ ଏସ.ପି. ଙ୍କ ପାଖରେ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ସେ ପୁରୁଷ କମିଶନର ଆବାହକ ଆଇନୀଜୀବୀ ବ୍ୟୋମକେଶ ତ୍ରିପାଠୀଙ୍କ ସହିତ ଯୋଗାଯୋଗ କରି ଉଚ୍ଚ ନ୍ୟାୟାଳୟ ରେ ଏକ ମାମଲା କରିଥିଲେ । କେଶ no -CRLMP -590 /2022 ଏହି ମାମଲା ର ବିଚାର କରି ଆଜି ବିଚାରପତି ଗଭୀର ଦୁଃଖ ପ୍ରକାଶ କରିଥିଲେ ଓ ୪ ସପ୍ତାହ ମଧ୍ୟ ରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁଗୁଳ ଏସ.ପି.ଙ୍କୁ ନିର୍ଦେଶ ପ୍ରଦାନ କରିଛନ୍ତି । ଏଠାରେ ପ୍ରକାଶ ଥାଉକି ଏହି ପ୍ରେମୀ ଯୁଗଳ ୧୫ ବର୍ଷଧରି ଭଲପାଉଥିଲେ । ଉଭୟଙ୍କ ପରିବାର ମିଶି ମାର୍ଚ୍ଚ ୨୦୨୨ରେ ବିବାହ ପାଇଁ ଦିନ ଧର୍ଯ୍ୟ ହୋଇଥିଲା । ମାତ୍ର ପୁଅ ଖବର ପାଇଥିଲା ଯେ ତାଙ୍କ ପ୍ରେମିକା ର ବିବାହ ତାଙ୍କୁ ଲୁଚାଇ ଅନ୍ୟ ଜାଗାରେ ସ୍ଥିର ହୋଇଥିଲା । ସେ ବିଚଳିତ ହୋଇ ତାଙ୍କ ପ୍ରେମିକାଙ୍କୁ ପଚାରିବାରୁ ସେ ତାଙ୍କୁ ସତ ମାନିଯାଇଥିଲେ ଓ କହିଥିଲେ ତାଙ୍କ ଘର ଲୋକ ତାଙ୍କ ବିବାହ ଅନ୍ୟତ୍ର ଠିକ କରିଛନ୍ତି । ଧମକ ଦେଇ କହିଥିଲେ ତାଙ୍କ ପ୍ରେମ ବିଷୟରେ ବାହାରେ ପ୍ରକାଶ କଲେ ସେ ମିଛ ମାମଲାରେ ଫସାଇଦେବେ । ଏଥି ସହିତ ତାଙ୍କ ପ୍ରେମିକାଙ୍କ ସାନ ଭାଇ ଓ ମା ମଧ୍ୟ ଧମକ ଦେଇଥିଲେ । ପ୍ରେମିକ ଜଣକ ଏକ ଘରୋଇ କମ୍ପାନୀ ରେ ଇଂଜିନିୟର ଥିଲେ । ତାଙ୍କର ସମସ୍ତ ରୋଜଗାର ସହିତ ଘରୁ ପଇସା ନେଇ ତାଙ୍କ ପ୍ରେମିକା ଓ ତାଙ୍କ ପରିବାର ପଛରେ ଉଡାଇ ଦେଇଥିଲେ ଏ ସବୁ ଚିନ୍ତା କରି ୨୮ ବର୍ଷୀୟ ଅଭିଜିତ ପ୍ରେମ ଦିବସ ଦିନ ଆତ୍ମହତ୍ୟା କରିଥିଲେ । Advertisement
ପ୍ରଥମ ଜିଲ୍ଲାପାଳଙ୍କ ଦେହାନ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ପ୍ରଥମ ଜିଲ୍ଲାପାଳ ତଥା ଅବସରପ୍ରାପ୍ତ ଆଇଏସ୍ ଅଧିକାରୀ ଦ୍ବିଜବର କାନୁନଗୋଙ୍କର ପରଲୋକ ଘଟିଛି । ସ୍ଵର୍ଗତ କାନୁନ୍ଗୋ କିଛିଦିନ ତଳେ କରୋନାରେ…
କାରକୁ ଧକ୍କା ଦେଲା କାର , ଦୁର୍ଘଟଣାରେ ମା-ଝିଅ ମୃତ ଅନୁଗୁଳ – ଅନୁଗୁଳ ରୁ ଆଠଗଡ ଯାଇଥିବା ମୁଖ୍ୟ ରାସ୍ତାର ଖଣ୍ଡହତା ନିକଟରେ ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣାରେ ମା ଓ ଝିଅଙ୍କ ମୁତ୍ଯୁ ହୋଇଛି ।…
ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା-ଅଭିଯୁକ୍ତ ଗିରଫ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଶିଗଡ଼ ପଞ୍ଚାୟତର ନନ୍ଦିନୀପାଲି ଗାଁରେ ଗତ ଗୁରୁବାର ଅର୍ଥାତ ୨୦ ତାରିଖ ସନ୍ଧ୍ୟା ରେ ୩୨ ବର୍ଷୀୟ…