ଆଞ୍ଚଳିକ ଦୁର୍ଘଟଣାରେ ଜଣେ ମୃତ Angul OnlineApril 13, 2022April 13, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆରୁ ଟାଙ୍ଗିରି ରାସ୍ତାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଟାଙ୍ଗିରୀ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସାବିତ୍ରୀ ପ୍ରଧାନଙ୍କ ସାନପୁଅ ସଞ୍ଜୟ ପ୍ରଧାନ ବୋଲି ଜଣା ପଡିଛି । ସୂଚନା ଅନୁସାରେ ସଞ୍ଜୟ ତାଙ୍କ ମାଉସୀ ପୁଅଙ୍କ ସହ ମୋଟରସାଇକେଲରେ କୌଣସି କାମରେ ମାଛକୁଟା ଗାଁକୁ ଯାଇଥିବା ବେଳେ ସେଠାରୁ କାମ ସାରି ନିଜ ଗାଁ ଟାଙ୍ଗିରୀକୁ ଫେରୁଥିଲେ । ତେବେ ବାଗଡିଆ-ଟାଙ୍ଗିରୀ ରାସ୍ତାର ବୁଢାବର ନିକଟରେ ଭାରସାମ୍ୟ ହାରାଇ ତାଙ୍କ ମୋଟରସାଇକେଲଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମୋଟରସାଇକେଲ ପଛରେ ବସିଥିବା ସଞ୍ଜୟ ଗାଡିରୁ ଛିଟିକି ପଡିଥିବା ବେଳେ ତାଙ୍କ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ଛେଣ୍ଡିପଦା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । Advertisement
ଜେଏସପି ପରିଚାଳନା ନିର୍ଦ୍ଦେଶକଙ୍କ ସିଏସଆର କାର୍ଯ୍ୟ ପରିଦର୍ଶନ ଭୁବନେଶ୍ବର – ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିମଲେନ୍ଦ୍ର ଝା, ଜେଏସପି ଫାଉଣ୍ଡେସନ ଦ୍ଵାରା ଅନୁଗୁଳରେ କାର୍ଯ୍ୟକରି ହେଉଥିବା କମ୍ପାନୀର…
ସମର୍ପଣ ଟ୍ରଷ୍ଟ ସଭାପତିଙ୍କ ପରଲୋକ ଅନୁଗୁଳ – ଅଗ୍ରଣୀ ଶିକ୍ଷାନୁଷ୍ଠାନ ସମର୍ପଣ ଏକାଡେ଼ମୀର ପରିଚାଳନା ସଂସ୍ଥା ସମର୍ପଣ ଏଜୁକେସନଲ ଟ୍ରଷ୍ଟର ସଭାପତି ରଜତ ଚନ୍ଦ୍ର ଦେଓଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ…
କାର୍ଗିଲ ବିଜୟ ସ୍ମାରକୀ ରଥ ସହର ବୁଲିଲା ଅନୁଗୋଳ – କାର୍ଗିଲ ବିଜୟ ଦିବସ ଅବସରରେ ସହିଦ ମାନସ ରଞ୍ଜନ ସ୍ମୃତି ପରିଷଦ ପକ୍ଷରୁ ଏକ ସ୍ମାରକୀ ରଥ ଅନୁଗୋଳ ସହର ପରିକ୍ରମା କରିଥିଲା।ଦେଶାତ୍ମବୋଧକ ଗୀତ…