ଆଞ୍ଚଳିକ ଦୁର୍ଘଟଣାରେ ଜଣେ ମୃତ Angul OnlineApril 13, 2022April 13, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆରୁ ଟାଙ୍ଗିରି ରାସ୍ତାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଟାଙ୍ଗିରୀ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସାବିତ୍ରୀ ପ୍ରଧାନଙ୍କ ସାନପୁଅ ସଞ୍ଜୟ ପ୍ରଧାନ ବୋଲି ଜଣା ପଡିଛି । ସୂଚନା ଅନୁସାରେ ସଞ୍ଜୟ ତାଙ୍କ ମାଉସୀ ପୁଅଙ୍କ ସହ ମୋଟରସାଇକେଲରେ କୌଣସି କାମରେ ମାଛକୁଟା ଗାଁକୁ ଯାଇଥିବା ବେଳେ ସେଠାରୁ କାମ ସାରି ନିଜ ଗାଁ ଟାଙ୍ଗିରୀକୁ ଫେରୁଥିଲେ । ତେବେ ବାଗଡିଆ-ଟାଙ୍ଗିରୀ ରାସ୍ତାର ବୁଢାବର ନିକଟରେ ଭାରସାମ୍ୟ ହାରାଇ ତାଙ୍କ ମୋଟରସାଇକେଲଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମୋଟରସାଇକେଲ ପଛରେ ବସିଥିବା ସଞ୍ଜୟ ଗାଡିରୁ ଛିଟିକି ପଡିଥିବା ବେଳେ ତାଙ୍କ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ଛେଣ୍ଡିପଦା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । Advertisement
ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ବିତ୍ତ ପରିଚାଳକଙ୍କ ପରଲୋକ ଅନୁଗୁଳ – ଅନୁଗୁଳ ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ବିତ୍ତ ପରିଚାଳକ (DAM) ସପନ ପାତ୍ରଙ୍କ ଆଜି ସକାଳେ ପରଲୋକ ହୋଇ ଯାଇଛି । ସେ ଗତ…
ପ୍ରାଣୀ ସମ୍ପଦ ସେବା ନିମନ୍ତେ ଭ୍ରାମ୍ଯମାଣ ପଶୁ ସମ୍ପଦ ଆମ୍ବୁଲାନ୍ସର ଶୁଭାରମ୍ଭ ଅନୁଗୁଳ – ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଏବଂ ଜେଏସପି ଫାଉଣ୍ଡେସନ ଅଧ୍ୟକ୍ଷl ଶ୍ରୀମତୀ ଶାଲୁ ଜିନ୍ଦଲ ଏକ ସ୍ଵତନ୍ତ୍ର ଭାବେ…
କେନାଲରୁ ଜଣଙ୍କର ଓ ଡ୍ରେନରୁ ଜଣଙ୍କର ମୃତଦେହ ଉଦ୍ଧାର ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେରର ଏକ କେନାଲରୁ ଜଣଙ୍କର ମୃତଦେହ ଉଦ୍ଧାର କରା ଯାଇଥିବା ବେଳେ ଜରପଡା ଥାନା ତୁକୁଡାର ଏକ ଡ୍ରେନରୁ ଆଉ ଜଣଙ୍କର…