ଅପରାଧ ମାରଣାସ୍ତ୍ର ସହ ତିନି ଡକାୟତ ଗିରଫ – ୨ ଫେରାର Angul OnlineApril 18, 2022April 18, 2022 ଅନୁଗୁଳ – ସୋମବାର ସକାଳ ସମୟରେ ଅନୁଗୁଳ ସଦର ଥାନା ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଡକାୟତି ପାଇଁ ଯୋଜନା କରୁଥିବା ଗ୍ୟାଙ୍ଗ ଉପରେ ଅତର୍କିତ ଚଢ଼ାଉ କରି ତିନି ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିବାବେଳେ ଦୁଇ ଜଣ ଫେରାର ହୋଇଯାଇଥିବା ଜଣା ପଡିଛୋୟ । ସେମାନଙ୍କ ଠାରୁ ଗୋଟିଏ ସ୍କୋରପିଓ , ତିନୋଟି ମୋଟରସାଇକେଲ , ଗୋଟିଏ ପିସ୍ତଲ ଏବଂ ମୋବାଇଲ ଫୋନ ସମେତ ବହୁ ମାରଣାସ୍ତ୍ର ଜବତ କରିଥିବା ଜଣାଯାଇଛି । ସୂଚନା ଅନୁସାରେ , ସୋମବାର ସକାଳ ୮ଟା ସମୟରେ ଅନୁଗୁଳ ସଦର ଥାନା ଏସ ଆଇ ତୁଷାର କାନ୍ତ ମହାନ୍ତି ଏବଂ ସଦର ଥାନାର ଅନ୍ୟ ପୁଲିସ କର୍ମଚାରୀ ମାନେ ପେଟ୍ରୋଲିଂ କରୁଥିବା ସମୟରେ ରନ୍ତଳେଇ ସ୍ଥିତ ମା’ ସାତଭଉଣୀ ମନ୍ଦିର ନିକଟରେ ୫ଜଣ ଦୁର୍ବୃତ୍ତ ବସି ଡକାୟତି କରିବା ପାଇଁ ଯୋଜନା କରୁଥିବା ବିଶ୍ୱସ୍ଥ ସୂତ୍ରରୁ ଖବର ପାଇଥିଲେ । ଏହି ଖବର ପାଇବା ପରେ ଏସ ଆଇ ଶ୍ରୀ ମହାନ୍ତି ଏବଂ ଅନ୍ୟ ପୁଲିସ କର୍ମଚାରୀ ମାନେ ସଦଳବଳେ ସେଠାରେ ଅତର୍କିତ ଚଢ଼ାଉ କରିଥିଲେ । ପୁଲିସ ସେଠାରେ ଚଢ଼ାଉ କରି ସେଠାରୁ କୁସାସିଂଘା ଗ୍ରାମର ଗୋପୀନାଥ ନାଏକ ଓ ପୁରୁଷୋତ୍ତମ ଭୁତିଆ ଏବଂ ତଳଗଡ଼ ଗ୍ରାମର ସୁରେନ୍ଦ୍ର ନାଏକକୁ ଗିରଫ କରିଥିବା ବେଳେ ସେମାନଙ୍କର ଅନ୍ୟ ଦୁଇ ସହଯୋଗୀ ଜରାସିଂହାର କାଳିଆ ବେହେରା ଓ ଛେଳିଆପଡାର ଭବାନୀ ଶଙ୍କର ଭଞ୍ଜ ଫେରାର ହୋଇଯାଇଥିଲେ । ଚଢ଼ାଉ ସମୟରେ ପୁଲିସ ସେମାନଙ୍କ ଠାରୁ ଗୋଟିଏ ପିସ୍ତଲ , ଗୋଟିଏ ସ୍କୋରପିଓ ଗାଡି , ତିନୋଟି ମୋବାଇଲ ଫୋନ ସମେତ ବହୁ ମାରଣାସ୍ତ୍ର ଜବତ କରିଥିଲେ । ପୁଲିସ ଗିରଫ ଅଭିଯୁକ୍ତ ମାନଙ୍କୁ ଥାନାକୁ ଆଣି ପଚରାଉଚରା କରିବାରୁ ସେମାନେ ସ୍ଥାନୀୟ ଅଞ୍ଚଳରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ପୁଲିସ ଆଗରେ ପ୍ରକାଶ କରିଥିଲେ । ପୁଲିସ ଦଫା ୩୯୯/୪୦୨, ୨୫ ଆର୍ମସ ଆକ୍ଟରେ ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ବୋଲି ପୁଲିସ ସୂଚନା ଦେଇଛି । Advertisement
ବସଷ୍ଟାଣ୍ଡ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ବ୍ଲକ ତାଳଚେର ସନ୍ଥପଡା ବସଷ୍ଟାଣ୍ଡ ନିକଟରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଦେହ ପଡିଥିବାର ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ଆଜି…
ଯୌତୁକଜନିତ ବଧୂହତ୍ୟା ଅଭିଯୋଗ – ସ୍ଵାମୀ ଶଶୁର ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଲାଛବନ୍ଧ ଗ୍ରାମରେ ଯୌତୁକ ଦାବିରେ ଜଣେ ବଧୂକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୁଲିସ…
ବହୁଚର୍ଚ୍ଚିତ ପ୍ରକାଶ ବେହେରା ହତ୍ୟାକାଣ୍ଡ ଘଟଣା – ମୁଖ୍ୟ ଅଭିଯୁକ୍ତ ଗିରଫ ଅନୁଗୋଳ – ଅନୁଗୋଳ ସହରର ହୁଲୁରିସିଂହା ବହୁଚର୍ଚ୍ଚିତ ପ୍ରକାଶ ବେହେରା ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ହୁଲୁରିସିଂହା ଘାସିସାହିର…