ଅପରାଧ ମାରଣାସ୍ତ୍ର ସହ ତିନି ଡକାୟତ ଗିରଫ – ୨ ଫେରାର Angul OnlineApril 18, 2022April 18, 2022 ଅନୁଗୁଳ – ସୋମବାର ସକାଳ ସମୟରେ ଅନୁଗୁଳ ସଦର ଥାନା ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଡକାୟତି ପାଇଁ ଯୋଜନା କରୁଥିବା ଗ୍ୟାଙ୍ଗ ଉପରେ ଅତର୍କିତ ଚଢ଼ାଉ କରି ତିନି ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିବାବେଳେ ଦୁଇ ଜଣ ଫେରାର ହୋଇଯାଇଥିବା ଜଣା ପଡିଛୋୟ । ସେମାନଙ୍କ ଠାରୁ ଗୋଟିଏ ସ୍କୋରପିଓ , ତିନୋଟି ମୋଟରସାଇକେଲ , ଗୋଟିଏ ପିସ୍ତଲ ଏବଂ ମୋବାଇଲ ଫୋନ ସମେତ ବହୁ ମାରଣାସ୍ତ୍ର ଜବତ କରିଥିବା ଜଣାଯାଇଛି । ସୂଚନା ଅନୁସାରେ , ସୋମବାର ସକାଳ ୮ଟା ସମୟରେ ଅନୁଗୁଳ ସଦର ଥାନା ଏସ ଆଇ ତୁଷାର କାନ୍ତ ମହାନ୍ତି ଏବଂ ସଦର ଥାନାର ଅନ୍ୟ ପୁଲିସ କର୍ମଚାରୀ ମାନେ ପେଟ୍ରୋଲିଂ କରୁଥିବା ସମୟରେ ରନ୍ତଳେଇ ସ୍ଥିତ ମା’ ସାତଭଉଣୀ ମନ୍ଦିର ନିକଟରେ ୫ଜଣ ଦୁର୍ବୃତ୍ତ ବସି ଡକାୟତି କରିବା ପାଇଁ ଯୋଜନା କରୁଥିବା ବିଶ୍ୱସ୍ଥ ସୂତ୍ରରୁ ଖବର ପାଇଥିଲେ । ଏହି ଖବର ପାଇବା ପରେ ଏସ ଆଇ ଶ୍ରୀ ମହାନ୍ତି ଏବଂ ଅନ୍ୟ ପୁଲିସ କର୍ମଚାରୀ ମାନେ ସଦଳବଳେ ସେଠାରେ ଅତର୍କିତ ଚଢ଼ାଉ କରିଥିଲେ । ପୁଲିସ ସେଠାରେ ଚଢ଼ାଉ କରି ସେଠାରୁ କୁସାସିଂଘା ଗ୍ରାମର ଗୋପୀନାଥ ନାଏକ ଓ ପୁରୁଷୋତ୍ତମ ଭୁତିଆ ଏବଂ ତଳଗଡ଼ ଗ୍ରାମର ସୁରେନ୍ଦ୍ର ନାଏକକୁ ଗିରଫ କରିଥିବା ବେଳେ ସେମାନଙ୍କର ଅନ୍ୟ ଦୁଇ ସହଯୋଗୀ ଜରାସିଂହାର କାଳିଆ ବେହେରା ଓ ଛେଳିଆପଡାର ଭବାନୀ ଶଙ୍କର ଭଞ୍ଜ ଫେରାର ହୋଇଯାଇଥିଲେ । ଚଢ଼ାଉ ସମୟରେ ପୁଲିସ ସେମାନଙ୍କ ଠାରୁ ଗୋଟିଏ ପିସ୍ତଲ , ଗୋଟିଏ ସ୍କୋରପିଓ ଗାଡି , ତିନୋଟି ମୋବାଇଲ ଫୋନ ସମେତ ବହୁ ମାରଣାସ୍ତ୍ର ଜବତ କରିଥିଲେ । ପୁଲିସ ଗିରଫ ଅଭିଯୁକ୍ତ ମାନଙ୍କୁ ଥାନାକୁ ଆଣି ପଚରାଉଚରା କରିବାରୁ ସେମାନେ ସ୍ଥାନୀୟ ଅଞ୍ଚଳରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ପୁଲିସ ଆଗରେ ପ୍ରକାଶ କରିଥିଲେ । ପୁଲିସ ଦଫା ୩୯୯/୪୦୨, ୨୫ ଆର୍ମସ ଆକ୍ଟରେ ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ବୋଲି ପୁଲିସ ସୂଚନା ଦେଇଛି । Advertisement
ପାଞ୍ଚ ଜଣଙ୍କ ନାମରେ ଲଟକା ଜାରି କଲା ପୁଲିସ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ସାପୋଇନାଳି ଗ୍ରାମରେ ଗଞ୍ଜେଇ କାରବାରରୁ ବେଆଇନ ସମ୍ପତି ଜବତ ଘଟଣାରେ ପୁଲିସ ଚିତରଞ୍ଜନଙ୍କ ଘରେ ୫ ଜଣଙ୍କ ନାମରେ ଲଟକା…
କାଳୀ ପୂଜା ଭଷାଣି ବେଳେ ଗାଁ ଦାଣ୍ଡ ହେଲା ରକ୍ତ ରଞ୍ଜିତ – କଟୁରି ଚୋଟରେ ଯୁବକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଚାଙ୍ଗୁଡ଼ିଆ ଗ୍ରାମରେ ସନ୍ଧ୍ୟାରେ ପୂର୍ବ ଶତ୍ରୁତାକୁ ନେଇ କଟୁରୀ ଚୋଟରେ ଜଣେ ଯୁବକର ମୃତ୍ୟୁ ହୋଇଛି ।…
ପୁଣି ଅଲୋଡା ହେଲା ଶିଶୁକନ୍ୟା ବନ୍ତଳା – ଅନୁଗୁଳ ଜିଲ୍ଲାରେ ପୁଣି ଶିଶୁକନ୍ୟା ଅଲୋଡ଼ା ହୋଇଛି । ଜନ୍ମ ପରେ ରାସ୍ତା କଡକୁ ଫିଙ୍ଗିଦେଇ ମା ଚାଲି ଯାଇଛି । ଏଭଳି ଏଭଳି…