ଅପରାଧ ବ୍ରାଉନସୁଗାର୍ ଓ ଗଞ୍ଜେଇ ଜବତ – ୨ ଗିରଫ Angul OnlineApril 25, 2022April 25, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗର ସଦର ଏବଂ ମୋବାଇଲ ରେଞ୍ଜ ପକ୍ଷରୁ ଜରପଡା ଓ ନାଲକୋ ଅଞ୍ଚଳରେ ଚଢାଉ କରାଯାଇଥିଲା । ଏହି ଚଢାଉ ବେଳେ ଜରପଡା ଉପର ସାହିର ଆଦିତ୍ୟ ସାହୁଙ୍କ ଠାରୁ ଦଶ କିଲୋ ଗଞ୍ଜେଇ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି । ସେ ଗଞ୍ଜେଇ ବେପାର ପାଇଁ ଗଞ୍ଜେଇ ମହଜୁଦ ରଖିଥିବା ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିଲା । ସେହିଭଳି ନାଲକୋ ନିକଟସ୍ଥ ଗିରାଙ୍ଗ ଗାଁରେ ଚଢାଉ କରି ଅବକାରୀ ବିଭାଗ ୧୨୦ ଗ୍ରାମ ବ୍ରାଉନସୁଗାର୍ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଭିଯୁକ୍ତ ଜଣଙ୍କ ସେହି ଗାଁର ମୁନା ବେହେରା ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ସେ ଅନେକ ଦିନ ହେଲା ଏହି ବ୍ରାଉନସୁଗାର୍ ବେପାର କରି ଆସୁଥିବା ବେଳେ ଅବକାରୀ ଓ ପୁଲିସ ସ୍କାନରରେ ରହିଥିଲା । ଶେଷରେ ବକରୀ ବିଭାଗ ତାକୁ ଧରିବାରେ ସଫଳ ହୋଇଛି । Advertisement
ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୧୮ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଲେ ସାଇବର ଠକ ଅନୁଗୋଳ – ସାଇବର ଠକଙ୍କୁ ନେଇ ପୁଲିସ ଯେତେ ସଚେତନ କଲେବି ଲୋକ ସଚେତନ ହେଉ ନାହାନ୍ତି । ଫଳରେ ଲକ୍ଷାଧିକ ଟଙ୍କା ଠକେଇର ଶିକାର…
ସପ୍ତମ ଶ୍ରେଣୀର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । କାଜୁ ଜଙ୍ଗଲରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା…
ସାଂସଦଙ୍କ ବାସଭବନରୁ ଚୋରି ପାଲଲହଡ଼ା – ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ବାସଭବନରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ତାଙ୍କ ପାଲଲହଡା ଥାନା ପେଣ୍ଡେରାବସା ସ୍ଥିତ ବାସଭବନରୁ ବିଳମ୍ବିତ…