ଅପରାଧ ଚୋରା କାଠ ଜବତ – ୩ ଗିରଫ Angul OnlineJune 24, 2021June 24, 2021 କଣିହାଁ – ଅନୁଗୁଳ ଜିଲ୍ଲା ଏନଟିପିସି-ତାଳଚେର ୫୩ ନମ୍ବର ଜାତୀୟ ରାଜପଥ ବଲାଙ୍ଗି ଗାଁ ସିଙ୍ଗିଡା ପୋଲ ଉପରୁ ଏନଟିପିସି ଆଡକୁ ଆସୁଥିବା ଚୋରା ଶାଳ ଚଉକାଠ ବୋଝେଇ ଟାଟାଏସି (ଓଡ଼ି-୦୨ଏୟୁ -୦୧୭୯) ଗାଡିକୁ କଣିହାଁ ବନବିଭାଗ ଜବତ କରିଛି । ଏହା ସହ ଏଥିରେ ସଂପୃକ୍ତ ଥିବା ୩ ଅଭିଯୁକ୍ତକୁ ଗିରଫ ମଧ୍ୟ କରିଛି । ସୂଚନା ଅନୁସାରେ ଗତକାଲି ରାତି ୧୦ଟା ବେଳେ କଣିହାଁ ବନବିଭାଗ ପେଟ୍ରୋଲିଂ କରିବା ସମୟରେ ଏକ ଟାଟାଏସି ଗାଡ଼ିରେ ଶାଳ ଚଉକାଠ ଚାଲାଣ କରାଯାଉ ଥିବାବେଳେ ଖବର ପାଇ ବନ ବିଭାଗ ଗାଡିକୁ ଯାଞ୍ଚ କରିଥିଲା । ଗାଡିରେ ପ୍ରାୟ ୪୬ ଖଣ୍ଡ ଚଉକାଠ ଥିବା ବେଳେ ତାକୁ ବନବିଭାଗ ଜବତ କରିଥିଲା । ଜବତ କାଠର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି କଣିହାଁ ବନାଞ୍ଚଳ ଅଧିକାରୀ ନୀଳମଣି ଦେହୁରୀ କହିଛନ୍ତି । ଗିରଫ ବ୍ୟକ୍ତିମାନେ ହେଲେ ପ୍ରଦୀପ ସାହୁ , ବିଭୁତି ଭୂଷଣ ପ୍ରଧାନ ଓ ଜଗା ସେଠୀ ବୋଲି ଜଣାପଡିଛି । ଗିରଫ ହୋଇଥିବା ବ୍ୟକ୍ତିମାନଙ୍କୁ ବନବିଭାଗ ଆଜି କୋର୍ଟଚାଲାଣ କରିଛି । Advertisement
ମନ୍ଦିର ହୁଣ୍ଡି ବୋହିନେଲେ ଦୁର୍ବୃତ୍ତ ଅନୁଗୁଳ – ଅନୁଗୁଳ ପୋକତୁଙ୍ଗା ଗାଁ ରଣେଶ୍ୱର ମନ୍ଦିର ଓ ଏହାର ଚତୁଃପାର୍ଶ୍ଵରେ ଥିବା ହନୁମାନ ମନ୍ଦିରର ହୁଣ୍ଡି ଚୋରି ହୋଇଛି । ଦୁର୍ବୃତ୍ତ ମାନେ ନିକଟସ୍ଥ…
ଘର ତାଲା ଭାଙ୍ଗି ଲୁଟି ନେଲେ ଟଙ୍କା , ସୁନା , ସ୍କୁଟି ସହ ବାସନକୁସନ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ମହାଦେବବିହାର ଅଞ୍ଚଳରେ ଘର ଲୋକ ନଥିବା ବେଳେ ତାଲା ଭାଙ୍ଗି ଏକ ବଡ଼ ଧରଣର ଲୁଟ ହୋଇଛି । ଖବର…
ମହିଳାଙ୍କୁ ହତ୍ୟା !! – କୂଅ ଭିତରୁ ମୃତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରାଇଝରଣ ଟାଙ୍ଗରସାହିର ଜଣେ ମହିଳାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ନେଇ ସନ୍ଦେହ କରାଯାଉଛି…