ଆଞ୍ଚଳିକ ଆମ୍ବ ତୋଟାରୁ ବୃଦ୍ଧଙ୍କ ମୃତ୍ୟୁ ଦେହ ଉଦ୍ଧାର Angul OnlineJune 2, 2022June 2, 2022 ଅନୁଗୁଳ – ଅନୁଗୁଳ ସଦର ଥାନା କୁମୁରିସିଂହା ଗ୍ରାମର ଏକ ଆମ୍ବ ତୋଟାରୁ ଜଣେ ୫୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଦେହ ଉଦ୍ଧାର ହୋଇଛି । ସଦର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ କରୁଛି । ସୂଚନା ଅନୁସାରେ କୁମୁରିସିଂହା ଗ୍ରାମର ଅକ୍ଷୟ ନାଏକ ମଙ୍ଗଳବାର ଦିନ ୨ଟା ବେଳୁ ଘରୁ କେଉଁଆଡ଼େ ଚାଲି ଯାଇଥିଲେ । ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା । ତେବେ ଗ୍ରାମର କେତେକ ଲୋକ ଗତକାଲି (ବୁଧବାର) ସକାଳ ୯ଟା ବେଳକୁ କୌଣସି କାମରେ ଦେବ ମୁଣ୍ଡିଆକୁ ଯାଇଥିବା ବେଳେ ପାହାଡ଼ ନିକଟରେ ଥିବା ଆମ୍ବ ତୋଟାରେ ଅକ୍ଷୟଙ୍କ ମୃତ୍ୟୁ ଦେହ ପଡିଥିବା ଦେଖିବାକୁ ପାଇଥିଲେ । ଅକ୍ଷୟଙ୍କ ବେକରେ ଏକ ତାଳ ପତ୍ରର ଛାଲି(କୁରୁଟ) ବନ୍ଧା ହୋଇଥିଲା ଦେଖିବାକୁ ମିଳିଥିଲା । ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ପାରିପାର୍ଶ୍ଵିକ ସ୍ଥିତିକୁ ଦେଖି ଅକ୍ଷୟଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି । ତଦନ୍ତ ପରେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି । Advertisement
ଗ୍ରାମୀଣ ବାଳିକାଙ୍କୁ ସ୍ଵୟଂପ୍ରଭା ସମ୍ମାନ ପ୍ରଦାନ ଅନୁଗୁଳ – ରକ୍ତହୀନତାରୁ ସୁସ୍ଥ ହେବା ସହ ଶିକ୍ଷା ତଥା ଅନ୍ୟାନ୍ୟ ଅତିରିକ୍ତ ପାଠ୍ୟକ୍ରମ ଗତବିଧିରେ ସଫଳତାର ଏକ ଦୃଷ୍ଟାନ୍ତ ଭାବେ ପରିଚୟ ପାଇଥିବା ଦୁଇ ଜଣ…
ଗଣପତି ପୂଜା କମିଟି (ଖ) ର ନିଆରା ପ୍ରୟାସ – କୋଭିଡ ଟୀକା କରଣର ସ୍ବତନ୍ତ୍ର ଶିବିର ତାଳଚେର – ତାଳଚେର ହାଟତୋଟା ସ୍ଥିତ ଗଣପତି ପୂଜା କମିଟି (ଖ) ପକ୍ଷରୁ ଏକ ସ୍ଵତନ୍ତ୍ର କୋଭିଡ୍ ଟୀକାକରଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ହାଟତୋଟାସ୍ଥିତ…
ବିପ୍ଲବ ଜେନାଙ୍କୁ ସଭାପତି ଦାୟିତ୍ଵ ଅନୁଗୁଳ – ୧୭.୦୩.୨୦୨୫ ତାରିଖରେ ନାଲକୋ ଠିକାଦାର ସଂଘ ର ସାଧାରଣ ବୈଠକ ସଂଘ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଂଘର କାର୍ଯକର୍ତ୍ତା…