ଅପରାଧ ଟଙ୍କା ପାଇଁ ମା’କୁ ହତ୍ୟାକଲା ପୁଅ !! Angul OnlineJune 18, 2022June 18, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କୋଲିୟାରୀ ଥାନା ଘଣ୍ଟପଡା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାମାନ୍ୟ କିଛି ଟଙ୍କା ପାଇଁ ମାଆକୁ ପୁଅ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ହେଲେ ଘଣ୍ଟପଡା ଗ୍ରାମର ଜୁଳେଇ ବିଶ୍ୱାଳ । ସୂଚନା ଅନୁସାରେ ମୃତକ ଜୁଳେଇ ବିଶ୍ୱାଳ ଘରେ ଟିଭି ଦେଖୁଥିବା ସମୟରେ କେହି ଦୁର୍ବୃତ୍ତ କୌଣସି ଧାରୁଆ ଅସ୍ତ୍ରରେ ତାଙ୍କ ବେକକୁ କାଟି ଦେଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେ ବାହାରକୁ ଆସି ପାଟି କରିବାରୁ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ନେହେରୁ ଶତାବ୍ଦୀ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଘଟଣା ସ୍ଥଳରେ କୋଲିୟାରୀ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ମାଆକୁ ହତ୍ୟା କରିବା ସନ୍ଦେହରେ ଅଭିଯୁକ୍ତ ପୁଅ ମନୋଜ ବିଶ୍ୱାଳକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ତେବେ ମାକୁ ଟଙ୍କା ମାଗିବା ପରେ ମା ଟଙ୍କା ନ ଦେବାରୁ ଉତ୍ତ୍ୟକ୍ତ ହୋଇ ସେ ଏଭଳି ହତ୍ୟାକାଣ୍ଡ କରିଥିବା ସନ୍ଦେହ କରା ଯାଉଛି । Advertisement
ଚୋରା ମୋବାଇଲ ଓ ମୋଟରସାଇକେଲ ହସ୍ତାନ୍ତର କଲା ପୁଲିସ – କେନ୍ଦ୍ରମନ୍ତ୍ରୀ ଦେଲେ ଯୋଗ ଅନୁଗୁଳ – ଆଜି ଅନୁଗୁଳ ଜିଲ୍ଲା ପୁଲିସ ପକ୍ଷରୁ ଏକ ବଣ୍ଟନ ମେଳା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…
ପାଇପଲାଇନରୁ ତେଲ ଚୋରି ବେଳେ ୪ ଅଭିଯୁକ୍ତ ଗିରଫ – ଉତ୍ତରପ୍ରଦେଶରୁ ଲମ୍ବିଛି ଚେର ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳ ଦେଇ ପାରାଦୀପ-ରାଇପୁର-ରାଞ୍ଚି ଯାଇଥିବା IOCLର ପାଇପାଲାଇନରୁ ଡିଜେଲ ଚୋରି କରୁଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି…
ଫାଣ୍ଡିରେ ପଶିଲେ – ଯାହା ପାରିଲେ ଭାଙ୍ଗିଲେ ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ବାଗଡିଆ ଫାଣ୍ଡିରେ ଯୁବକଙ୍କ ଉନ୍ମତ କାଣ୍ଡ । ବିନା ଅନୁମତିରେ ଜମିରେ ବୋର ୱେଲ ଖୋଳାଯାଇ ସର୍ଭେ କରାଯାଉଥିବାରୁ…