ଅପରାଧ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ସାଇବର ଠକ Angul OnlineJune 22, 2022June 22, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ସାଇବର ଠକଙ୍କ ଉତ୍ପାତ ବୃଦ୍ଧି ପାଇବାର ଲାଗିଛି । କେତେବେଳେ ଅନଲାଇନ ଟ୍ରାଞ୍ଜାକସନ ସମସ୍ୟା ତ କେତେବେଳେ ବ୍ୟାଙ୍କିଙ୍ଗ ସମସ୍ୟା , ଆଉ ପୁଣି ଚାକିରି ଖୋଜିଦେବା ବାହାନା କରି ଏବେ ଟଙ୍କା ଲୁଟି ନେଉଛନ୍ତି ସାଇବର ଠକ । ଆଜି ପୁଣି ଅନୁଗୁଳର ଜଣେ ମହିଳାଙ୍କୁ ବ୍ୟାଙ୍କ କ୍ରେଡିଟ କାର୍ଡର ଲିମିଟ ବଢାଇବା ବାହାନାରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ସାଇବର ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଅନୁଗୁଳ ଫିସରି ଅଫିସ ପାଖରେ ରହୁଥିବା ଜଣେ ମହିଳାଙ୍କ ପାଖକୁ ଏକ ଅଜଣା ନମ୍ବରରୁ ଫୋନ ଆସିବା ସହ ତାଙ୍କ କ୍ରେଡିଟ କାର୍ଡର ଲିମିଟ ବଢାଇବାକୁ ପ୍ରଲୋଭନ ଦେଖାଇଥିଲେ । ତାଙ୍କ କଥାରେ ପ୍ରଲୋଭିତ ହୋଇଯିବା କ୍ରେଡିଡ କାର୍ଡର ନମ୍ବର , ସିଭିଭି ଆଦି ମହିଳା ଜଣଙ୍କ ଦେଇ ଦେଇଥିଲେ । କିଛି ସମୟ ମଧ୍ୟରେ ତିନୋଟି କିସ୍ତିରେ ମହିଳାଙ୍କ ଆକାଉଣ୍ଟରୁ ଏକ ଲକ୍ଷ ୩୮ ହଜାର ଟଙ୍କା କଟି ଯାଇଥିଲା । ଏହାପରେ ମହିଳା ଜଣଙ୍କ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇ ଅନୁଗୁଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ସିବିଆଇ ପଞ୍ଝାରେ ଖଣି ସୁରକ୍ଷା ଅଧିକାରୀ ଇଂନଚାର୍ଜ ତାଳଚେର – ସିବିଆଇ ପଞ୍ଝାରେ ତାଳଚେର ଏମସିଏଲର ଖଣି ସୁରକ୍ଷା ଅଧିକାରୀ ଇଂନଚାର୍ଜ ଜୟନ୍ତ ବାରିକ । ତାଳଚେର ଏମସିଏଲର ବଳରାମ କୋଇଲା ଖଣି ସୁରକ୍ଷା ଅଧିକାରୀ…
ଘର ମାଲିକ ଶୋଇଥିବା ବେଳେ କଳା କନା ବୁଲେଇଲେ ଦୁର୍ବୃତ୍ତ ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ନୂଆମୌଜା ପଞ୍ଚାୟତ ଶରଧାପୁର ଗ୍ରାମର ତଳ ସାହିରେ ଘରେ ମାଲିକ ଶୋଇଥିବା ବେଳେ ଦୁର୍ବୃତ୍ତ କଳା କନା ବୁଲାଇଛନ୍ତି…
ନିର୍ବାହୀ ଅଧିକାରୀଙ୍କ ସମ୍ପର୍କରେ ଅଶ୍ଳୀଳ ପୋଷ୍ଟର ବାଣ୍ଟି ବନ୍ଧା ହେଲେ ପୌର କର୍ମଚାରୀ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌର ନିର୍ବାହୀ ଅଧିକାରିଣୀଙ୍କ ସମ୍ପର୍କରେ ଅଶ୍ଳୀଳ ପ୍ରଚାରପତ୍ର ବାଣ୍ଟିବା ଅଭିଯୋଗରେ ପୁଲିସ ପୌରପାଳିକାର ଜଣେ ପୂର୍ବତନ କର୍ମଚାରୀଙ୍କୁ ଗିରଫ କରି…