ଆଞ୍ଚଳିକ ଟ୍ରକ ଧକ୍କାରେ ସ୍ଵାମୀ ମୃତ ସ୍ତ୍ରୀ ଗୁରୁତର Angul OnlineJune 29, 2022June 29, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ସନ୍ତ୍ରୀ ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ମୋଟରସାଇକେଲ ଉପରେ ଏକ ଟ୍ରକ୍ ଚଢି ଯିବାରୁ ଘଟଣା ସ୍ଥଳରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ , ଅନୁଗୁଳ କଲେଜ ଛକ ଅଞ୍ଚଳର ମଙ୍ଗୁଳି ନାୟକ ଓ ସ୍ତ୍ରୀ ସାବିତ୍ରୀ ନାୟକ ନିଜ ମୋଟରସାଇକେଲରେ ଅପରାହ୍ନ ପ୍ରାୟ ୨ ଟାରେ ବୁଢ଼ାପଙ୍କ ଗାଁକୁ ଯାଉଥିଲେ । ତେବେ ଉଭୟ ସନ୍ତ୍ରୀ ନିକଟରେ ହୋଇଥିବା ବେଳେ ଏକ ଟ୍ରକ୍ ମଙ୍ଗୁଳିଙ୍କ ମୋଟରସାଇକେଲକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ମଙ୍ଗୁଳିଙ୍କ ମୃତ୍ୟୁ ହୋଇଥିଲା । ସ୍ଵୀ ସାବିତ୍ରୀ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେବା ସହ ସ୍ଥାନୀୟ ଲୋକ ରାସ୍ତାରୋକ କରିଥିଲେ । ରାସ୍ତା ନିର୍ମାଣ , ମୃତଙ୍କ ପରିବାରକୁ କ୍ଷତି ପୂରଣ ଦାବି କରି ରାସ୍ତା ଅବରୋଧ କରିବା ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ମୋଟର ଛିଡା ହୋଇ ରହିଥିଲା । ଖବର ପାଇ ବଅଁରପାଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝା ଶୁଝା କରିବା ପରେ ରାସ୍ତାରେ ଯିବା ଆସିବା ସ୍ଵାଭାବିକ ହୋଇଥିଲା । Advertisement
ଆଇସିୟୁ ଆମ୍ବୁଲାନ୍ସ ଅନୁମୋଦନ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ରୋଗୀଙ୍କୁ ସ୍ଥାନାନ୍ତର ଏବଂ ମୃତଦେହ ସତ୍କାର କରି ନେବାପାଇଁ ବାଧକ ସାଜିଛି ଆମ୍ବୁଲାନ୍ସ…
ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ ନିକଟରେ ଥିବା ରେଳ ଧାରଣାରୁ ଜଣେ ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଦେହଟି …
ଲିଟିଲ ହାର୍ଟସ ପରିଚାଳନା ନିର୍ଦ୍ଦେଶକଙ୍କ ପରଲୋକ ଅନୁଗୁଳ – ଅନୁଗୁଳ ଜିଲ୍ଲା ଲିଟିଲ ହାର୍ଟସ ଟଡ଼ଲର୍ସ ଏକାଡେମୀର ପରିଚାଳନା ନିର୍ଦ୍ଦେଶକ ହେମନ୍ତ ଗୋହିଲଙ୍କ ମଙ୍ଗଳବାର ସକାଳେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି…