ମୁଖ୍ୟ ଖବର ବିଚାରାଧୀନ କଏଦୀଙ୍କ ମୃତ୍ୟୁ Angul OnlineJuly 5, 2022July 5, 2022 କଟକ – ଅନୁଗୁଳ ଜିଲ୍ଲାର ଜଣେ ବିଚାରଧୀନ କଏଦୀଙ୍କ କଟକ ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଛେଣ୍ଡିପଦା ଥାନା ଅନ୍ତର୍ଗତ ମାମୁରିଆ ଗାଁ ରୁଗୁଡ଼ିସାହିର ଜୟ ସାହୁ ବୋଲି ଜଣା ପଡିଛି । ସୂଚନା ଅନୁସାରେ , ମୃତ ଜୟ ସାହୁ ୨୦୨୧ ଡିସେମ୍ବର ୧୬ ତାରିଖରେ ଛେଣ୍ଡିପଦା ପୁଲିସ ଜୟ ସାହୁଙ୍କୁ ୨୦୦୯ ମସିହାରେ ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଏକ ପୁରୁଣା ଓ୍ବାରେଣ୍ଟରେ ଗିରଫ କରି କୋଟ ଚାଲାଣ କରିଥିଲା । ତେବେ ଆଜି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରା ଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ସକାଳ ୧୧ ଟା ବେଳେ ତାଙ୍କ ପରିବାର ଲୋକ ପାଇଥିଲେ । ତେବେ ଜୟା ସାହୁଙ୍କ ମୃତ୍ୟୁ ଖବର ପରିବାର ଲୋକ ପାଇବା ପରେ ବାପା ଗୁରୁତର ଥିବା କି ମେଡ଼ିକାଲରେ ଚିକିତ୍ସା ହେବା ନେଇ ପରିବାର ଲୋକଙ୍କୁ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇନଥିବା ଅଭିଯୋଗ ଆଣିଛନ୍ତି । ସୋମବାର ରାତିରୁ ଜୟଙ୍କୁ କଟକ ବଡ଼ ମେଡିକାଲ ନିଆଯାଇଥିଲେ ମଧ୍ୟ ପରିବାର ଲୋକଙ୍କୁ ଅବଗତ କରି ନଥିବା ଅଭିଯୋଗ ଆଣିଛନ୍ତି । ଅନୁଗୋଳ ଜେଲରୁ ଚୌଦ୍ବାର ଜେଲକୁ ଜୟ ସାହୁଙ୍କୁ ସ୍ଥାନାନ୍ତରିତ କରାଯିବା ପରେ ପରିବାର ଲୋକଙ୍କୁ ଅବଗତ କରାଯାଇଥିବା କଥା ତାଙ୍କ ପୁଅ ସୁଶିଲ ସାହୁ କହିଛନ୍ତି । ଏନେଇ ଅନୁଗୁଳ ଜେଲ ସୁପରିଡ଼େଣ୍ଟ ସୁଚିତ୍ରା ଦାସ କହିଛନ୍ତି ଯେ ଏହି ଅଭିଯୋଗ ସତ୍ୟ ନୁହଁ । ଜୟଙ୍କର ବାରମ୍ବାର ଦେହ ଖରାପ ରହୁଥିବାରୁ କଟକ ନିଆ ଯାଉଥିଲା । ପରେ କୋର୍ଟରୁ ଅନୁମତି ମିଳିବା ପରେ ଜୟଙ୍କୁ ଅନୁଗୁଳ ଜେଲରୁ ଚୌଦ୍ବାର ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏହାପରେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସା ଚାଲିଥିଲା । ଏନେଇ ପରିବାର ଲୋକଙ୍କୁ ଅବଗତ କରାଯାଇଥିଲା । କିନ୍ତୁ ଚୌଦ୍ବାର ଜେଲରୁ ଚିକିତ୍ସା ପାଇଁ ଯିବା ପରେ ସେଠାରେ ପରିବାର ଲୋକଙ୍କୁ ଯୋଗାଯୋଗ କରିଥିବେ । ଏନେଇ ମୁଁ କିଛି ଜାଣି ନାହିଁ କି କହି ପାରିବି ନାହିଁ ବୋଲି ସେ କହିଛନ୍ତି । Advertisement
ସ୍କୁଲ ଡ୍ରାଇଭରଙ୍କୁ ମାଡ଼ – ସ୍କୁଲ ଅଧ୍ୟକ୍ଷଙ୍କ ନାମରେ ସାଂଘାତିକ ଅଭିଯୋଗ ଅନୁଗୋଳ – ସ୍କୁଲ ଗାଡ଼ି ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ । ଅଭିଯୋଗ ଖୋଦ୍ ସ୍କୁଲ ଅଧ୍ୟକ୍ଷ ଓ ସୁରକ୍ଷାକର୍ମୀଙ୍କ ନାମରେ ଆସିଛି । ହାତ ଗୋଡ଼…
ଶତକ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଦୈନିକ କରୋନା ସଂକ୍ରମଣଙ୍କ ସଂଖ୍ୟା ଶହେ ତଳକୁ ଖସିଛି । ଆଜି ଜିଲ୍ଲାରେ ମୋଟ ୯୩ ଜଣ କରୋନା ପଜିଟିଭ ଚିହ୍ନଟ…
ନେହେରୁ ଶତାଦ୍ଦୀ ହସ୍ପିଟାଲରେ କାର୍ଯ୍ୟକ୍ଷମ ହେଲା କୋଭିଡ୍ ହସ୍ପିଟାଲ୍ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ନେହେରୁ ଶତାବ୍ଦୀ ସେଣ୍ଟ୍ରାଲ୍ ହସ୍ପିଟାଲରେ କାର୍ଯ୍ୟକ୍ଷମ ହେଲା ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍ । ଏହାର ପରିଚାଳକ ସମ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ…