ଅନଲାଇନ ଏକ୍ସକ୍ଲୁସିଭମୁଖ୍ୟ ଖବର ଜାଲ ପ୍ରମାଣପତ୍ର ଦେଇ ପିଇଟି ଶିକ୍ଷକ – ୧୦ ଜଣଙ୍କ ନାମରେ ଅଭିଯୋଗ କଲେ ଜିଲ୍ଲା ଶିକ୍ଷାଧିକାରୀ Angul OnlineJuly 7, 2022July 7, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍କୁଲରେ ଜାଲ ପ୍ରମାଣପତ୍ର ଦେଇ ପିଇଟି ଚାକିରି କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ । ଅନୁଗୁଳ ମଡେଲ୍ ପୁଲିସ୍ ଷ୍ଟେସନରେ କରିଥିବା ଅଭିଯୋଗ ଅନୁସାରେ , ପଞ୍ଚାୟତ ହାଇସ୍କୁଲ୍, ବରପଦାରେ କାର୍ଯ୍ୟରତ ମହେଶ୍ୱର ସାହୁ, ସଂସାମରା ସରକାରୀ ଅପ ଗ୍ରେଡେଡ ଉଚ୍ଚ ବିଦ୍ୟାଳୟର ଜ୍ୟୋତ୍ସ୍ନା ବିଶ୍ଵାଳ , ନାକଚି ମାହେଶ୍ଵରୀ ଉଚ୍ଚ ବିଦ୍ୟାଳୟର ପ୍ରିୟମ୍ବଦା ଦେହୁରି , ନାମପଶି ସରକାରୀ ଅପ ଗ୍ରେଡେଡ ଉଚ୍ଚ ବିଦ୍ୟାଳୟର ସୁନୀଲ କୁମାର ଦେହୁରି , ବଳରାମପ୍ରସାଦ ଉଚ୍ଚ ବିଦ୍ୟାଳୟର ସୁପ୍ରଭା ସାହୁ , ବଲଙ୍ଗ ସରକାରୀ ଅପ ଗ୍ରେଡେଡ ଉଚ୍ଚ ବିଦ୍ୟାଳୟର ସୁନୀଲ କୁମାର ନାଏକ , ଗୋଡିବନ୍ଧ ଉଚ୍ଚ ବିଦ୍ୟାଳୟର ରିନା ସ୍ଵାଇଁ , ମାଣିକଯୋଡି ସରକାରୀ ଅପ ଗ୍ରେଡେଡ ଉଚ୍ଚ ବିଦ୍ୟାଳୟର କମଲ କୁମାର ଦେହୁରୀ , ଗଡମଣ୍ଡଳ ଉଚ୍ଚ ବିଦ୍ୟାଳୟର ମନୋଜ ବେହେରା , ସମଲ ବ୍ୟାରେଜ ଉଚ୍ଚ ବିଦ୍ୟାଳୟର ଶୁଭ୍ରକାନ୍ତ ବେହେରା ଚାକିରି କରିବା ପାଇଁ ଜାଲ ପ୍ରମାଣପତ୍ର ଦେଇଛନ୍ତି । ମହେଶ୍ୱର ସାହୁ, ଜ୍ୟୋତ୍ସ୍ନା ବିଶ୍ଵାଳ , ପ୍ରିୟମ୍ବଦା ଦେହୁରି , ସୁନୀଲ କୁମାର ଦେହୁରି , ସୁପ୍ରଭା ସାହୁ , ସୁନୀଲ କୁମାର ନାଏକ , ରିନା ସ୍ଵାଇଁ , କମଲ କୁମାର ଦେହୁରୀ କଟକ ତିଗିରିଆର ପ୍ରଶନ୍ନମଣି କଲେଜ ଅଫ ଫିଜିକାଲ ଏଜୁକେସନରୁ ସିପିଇଡ଼ି ପାସ କରିଥିବା ଦାବି କରୁଥିବା ବେଳେ ମନୋଜ ବେହେରା ଓ ଶୁଭ୍ରକାନ୍ତ ବେହେରା , ବାଲିଆପାଳ କଲେଜ ଅଫ ଫିଜିକାଲ ଏଜୁକେସନ ସଂସ୍ଥାରୁ ସିପିଇଡ଼ି ପାସ କରିଥିବାର ସାର୍ଟିଫିକେଟ ପ୍ରଦାନ କରିଥିଲେ । ତେବେ ଉଭୟ ସଂସ୍ଥାର ଅଧ୍ୟକ୍ଷଙ୍କ ଠାରୁ ରିପୋର୍ଟ ପାଇବା ପରେ ଏହି ୧୦ ଜଣ ପିଇଟି ଶିକ୍ଷକ ଜାଲ ପ୍ରମାଣପତ୍ର ଦେଇଥିବା ଜଣା ପଡିଥିଲା । ଏହା ଜଣା ପଡିବା ପରେ ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁ ଅନୁଗୁଳ ମଡେଲ୍ ପୁଲିସ୍ ଷ୍ଟେସନରେ ଲିଖିତ ଅଭିଯୋଗ କରି ଏମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣା ପାଇଁ ଲେଖିଛନ୍ତି । ପୁଲିସ କେସ ନମ୍ବର ୩୬୭ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । Advertisement
ନାଁ ନେବାକୁ ନିୟମକୁ ଫୁ – ମନଇଚ୍ଛା ବଦଳୁଛି ସିଲିଣ୍ଡର ରଙ୍ଗ ତାଳଚେର – କରୋନାର ଦ୍ବିତୀୟ ଲହରରେ ଆକ୍ରାନ୍ତମାନେ ଅମ୍ଳଜାନ ଅଭାବର ଶିକାର ହେଉଛନ୍ତି । ଅମ୍ଳଜାନ ନ ମିଳିବାରୁ ଅନେକଙ୍କ ମୃତ୍ୟୁ ହେଉଛି । ରୋଗୀଙ୍କ ଚିକିତ୍ସା…
କାମ କରୁ ନାହିଁ ‘ଅନୁଗୁଳ ବନସାଥୀ ଆପ – ପାଣିରେ ପଡିଲା ଲକ୍ଷାଧିକ ଟଙ୍କା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ମଣିଷ ଲଢେଇକୁ ରୋକିବା ସହ ବନବିଭାଗର ଲୋକମାନଙ୍କ ସହ ସମ୍ପର୍କକୁ ଦ୍ଵିଗୁଣିତ କରିବାକୁ ଆରମ୍ଭ ହୋଇଥିଲା ‘ଅନୁଗୁଳ ବନସାଥୀ ଆପ‘…
ଚାଲିଲା ଏନଟିପିସି ଟିଟିପିଏସ ଅନୁଗୁଳ – ଗତ ୨୩ ତାରିଖରେ ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଏନଟିପିସି ଟିଟିପିଏସ ବନ୍ଦ ହୋଇ ଯାଇଥିବାବେଳେ ଆଜି ପୁଣି ଏହା ଚାଲୁ ହୋଇଛି । ପ୍ଲାଣ୍ଟର…