ମୁଖ୍ୟ ଖବର ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର Angul OnlineJuly 7, 2022July 7, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଠାରେ ଥିବା ନକୁଳଚନ୍ଦ୍ର ମୁକ ବଧିର ବିଦ୍ୟାଳୟର ଜଣେ ନିଖୋଜ ଛାତ୍ରୀଙ୍କ ଆଜି ମୃତଦେହ ଉଧାର ହୋଇଛି । ସୂଚନା ଅନୁସାରେ ବିଦ୍ୟାଳୟର ୮ ବର୍ଷର ଛାତ୍ରୀ ଗତ ଜୁନ ମାସ ୨୨ ତାରିଖରେ ନିଖୋଜ ହୋଇଥିଲେ । ଏ ନେଇ ଛାତ୍ରୀଙ୍କ ମା ‘ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ନିଖୋଜର ଏତେଦିନ ବିତି ଗଲା ପରେ ଗୁରୁବାର ଅପରାହ୍ନରେ ବଅଁରପାଳ ଥାନା ଅନ୍ତର୍ଗତ ଟେଣ୍ଟୋଲୋଇ ଗାଁ ନିକଟ ନନ୍ଦୀରା ନାଳରେ ଛାତ୍ରୀଙ୍କ ପରିତ୍ୟକ୍ତ ଅବସ୍ଥାରେ ମୃତଦେହ ଜବତ କରା ଯାଇଛି । ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । Advertisement
କାନ୍ଥ ଭୁଶୁଡି ଦୁଇ ଗୁରୁତର ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରେ କାନ୍ଥ ଭୁଶୁଡି ଦୁଇଜଣ ଆହତ ହୋଇଥିବା ଜଣା ପଡିଛି । ଗତ ଦୁଇ ଦିନ ହେଲା ଜିଲ୍ଲାରେ ଲଗାଣ…
ହିଙ୍ଗୁଳା ଯାତ୍ରାରେ ଅଘଟଣ – ଡ୍ରାଗନ ଦୋଳି ଛିଣ୍ଡି ଚାରି ଜଣ ଗୁରୁତର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ହିଙ୍ଗୁଳା ଯାତ୍ରାରେ ଅଘଟଣ । ଡ୍ରାଗନ ଦୋଳି ଛିଣ୍ଡି ଚାରି ଜଣ ଗୁରୁତର ହୋଇଥିବା ଜଣାପଡିଛି । ଡ୍ରାଗନ ଦୋଳି…
ନଦୀକୁ ଡ଼େଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ – ପାଣି ଭିତରୁ ଉଦ୍ଧାର କଲେ ସ୍ଥାନୀୟ ଲୋକ(ଭିଡିଓ) ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଅନ୍ତର୍ଗତ ସମଲ ବ୍ୟାରେଜରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ ଆଜି ସକାଳ…