ଅପରାଧ ମୋଟରସାଇକେଲ ବିକିବାକୁ କହି ଠକି ନେଲେ ଚାଳିଶ ହଜାର ଟଙ୍କା Angul OnlineJuly 13, 2022July 13, 2022 ଅନୁଗୁଳ – ଫୋନରେ ମୋଟରସାଇକେଲ ଅଳ୍ପ ଦାମରେ ବିକ୍ରି କରିବାର ପ୍ରଲୋଭନ ଦେଖାଇ ଚାଷୀଙ୍କ ଠାରୁ ୪୦ ହଜାର ଟଙ୍କା ଲୁଟିଆ ନେଲେ ସାଇବର ଠକ । ଆଉ ଟଙ୍କା ଫେରସ୍ତ ମାଗିବାରୁ ନିଜକୁ ଆର୍ମୀ ଅଫିସର କହି କେସ କରି ଫସାଇଦେବାର ଧମକ ଦେଲେ । ବାଧ୍ୟ ହୋଇ ଶେଷରେ ଚାଷୀ ଜଣଙ୍କ ପୁଲିସର ଦ୍ଵାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା କଣିହାଁ ଥାନା ଚାଙ୍ଗୁଡିଆ ଗାଁର ୨୩ ବର୍ଷୀୟ ସୁମନ୍ତ ସାହୁଙ୍କୁ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା । ଫୋନ କରିଥିବା ବ୍ୟକ୍ତି ଜଣଙ୍କ ନିଜର ନାମ ସୂର୍ଯ୍ୟମଣି ସାହୁ କହିବା ସହ ନୂଆଁ ମୋଟରସାଇକେଲ କିଣିବାକୁ ଚାହୁଁଛ କି ବୋଲି ପଚାରିଥିଏଲ । ଆଗନ୍ତୁକଙ୍କ ପ୍ରଶ୍ନ ଶୁଣି ମୋଟରସାଇକେଲ କିଣିବାର ଆଗ୍ରହ ଥିବାରୁ ସୁମନ୍ତ ହଁ କରିଥିଲେ । ଆଉ ଏଥିପାଇଁ ମେମ୍ବରସିପ ଗ୍ରହଣ କଲେ ମାତ୍ର ୨୧ ହଜାର ଟଙ୍କାରେ ମୋଟରସାଇକେଲ ମିଳିବ ବୋଲି ଫୋନ କରିଥିବା ବ୍ୟକ୍ତି ଜଣଙ୍କ ପ୍ରଲୋଭନ ଦେଖାଇଥିଲେ । ଆଉ ଏଥିରେ ଭଳି ଯାଇ ସୁମନ୍ତ ମେମ୍ବରସିପ ଗ୍ରହଣ ପାଇଁ ଜୁଲାଇ ୯ ତାରିଖରେ ଫୋନ ପେ ମାଧ୍ୟମରେ ପ୍ରଥମେ ୧୧୫୦ ଟଙ୍କା ଡିପୋଜିଟ କରିଥିଲେ । ପରେ ପୁଣି କହିବାରୁ ୧୦ ତାରିଖରେ ସୁମନ୍ତ ପର୍ଯ୍ୟାୟକ୍ରମେ ୭ ହଜାର , ୭ହଜାର ୧୫୦ ଟଙ୍କା , ୧୫ ହଜାର ଟଙ୍କା ଏବଂ ଏକ ହଜାର ଟଙ୍କା , ୯ ହଜାର ଟଙ୍କା କରି ମୋଟ ୪୦ ହଜାର ୩୦୦ ଟଙ୍କା ପଠାଇଥିଲେ । ତେବେ ଗତକାଲି ପୁଣି ୧୧ ହଜାର ୩୦୦ ଟଙ୍କା ଡିପୋଜିଟ କରିବାକୁ କହିବାରୁ ସୁମନ୍ତ୍ଙ୍କ ସନ୍ଦେହ ହୋଇଥିଲା । ଆଉ ସେ ମୋଟରସାଇକେଲ ନେବାକୁ ଚାହୁଁ ନାହାନ୍ତି , ତାଙ୍କୁ ତାଙ୍କ ଟଙ୍କା ଫେରସ୍ତ କରିବାକୁ ଅନୁରୋଧ କରିଥିଲେ । ହେଲେ ଟଙ୍କା ଫେରାଇ ହେବ ନାହିଁ ବୋଲି ଫୋନ କରିଥିବା ବ୍ୟକ୍ତି ଜଣଙ୍କ କହିବା ସହ ଟଙ୍କା ଡିପୋଜିଟ ନ କଲେ ତୁମ ନାମରେ ଥାନାରେ ଅଭିଯୋଗ କରିବି ବୋଲି ଧମକାଇଥିଲା । ଏହା ସହ ନିଜକୁ ଆର୍ମୀ ଅଫିଆସର କହିବା ସହ ତୁମକୁ ହଇରାଣ କରିବି ବୋଲି ଚେତାବନୀ ଦେଇଥିଲା । ତେବେ ଏହାପରେ ସେ ଠକ ହାବୁଡରେ ପଡି ଯାଇଥିବା ଜାଣିପାରି କଣିହାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି । Advertisement
ତାଲା ଭାଙ୍ଗି ଅଟୋରେ ଚୋରି କରି ନେଲା ଏସି , ଫ୍ରିଜ ଆଦି ଜିନିଷ – ଗିରଫ କଲା ପୁଲିସ ଅନୁଗୁଳ – ଅନୁଗୁଳ ତାମ୍ରିତ କଲୋନୀରେ ଭଡା ନେଇ ରହୁଥିବା ବିଜୟ ଠାକୁର ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ ୨୩ ତାରିଖ ଦିନ ତାଙ୍କ ଭଡା…
ବିପୁଳ ପରିମାଣର ଚୋରା ବନ୍ଧୁକ ଓ ଗୁଳି ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କେରଜାଙ୍ଗ ଗାଁରୁ ବିଳମ୍ବିତ ରାତିରେ ବିପୁଳ ପରିମାଣର ଚୋରା ବନ୍ଧୁକ ଓ ଗୁଳି ଜବତ କରିବା ସହ ଜଣଙ୍କୁ…
ଖଣିରୁ ଚୋରି କରିଥିବା ଚାରି ଚୋର ଗିରଫ – ଦାମୀ ମୋଟର ଜବତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଲିଙ୍ଗରାଜ କୋଇଲା ଖଣିର ସାଇଲୋରୁ ୧୨ଟି କନଭେୟାର ମୋଟର ଚୋରି କରିବା ଘଟଣାରେ ପୁଲିସ୍ ୪ ଜଣଙ୍କୁ ଗିରଫ କରିଛି…