ମୁଖ୍ୟ ଖବର ରାସ୍ତାରେ ଜଳିଗଲା ସ୍କୁଟି Angul OnlineJuly 13, 2022July 13, 2022 ଅନୁଗୁଳ – ରାସ୍ତାରେ ସ୍କୁଟି ଚଲାଇ ଯାଉଥିବା ବେଳେ ଜଳିଗଲା ସ୍କୁଟି । ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର-ସାତମାଇଲ ରାସ୍ତାର ମାଧିଆମୁଣ୍ଡା ଗ୍ରାମ ନିକଟରେ ଏଭଳି ଏକ ଘଟଣା ଘଟିଛି । ସୂଚନା ଅନୁଯାୟୀ ବରଗଡ଼ ଅଞ୍ଚଳର ରମେଶ ବାଗ ନାମକ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀ ମହୀଧରପୁର ଅଞ୍ଚଳରେ ଭଡ଼ାରେ ରୁହନ୍ତି । ଆଜି ରମେଶ ବାଗ ତାଙ୍କ ସ୍କୁଟି ଧରି ମହୀଧରପୁର ଗ୍ରାମକୁ କିଛି ଜିନିଷ କିଣିବାକୁ ଆସୁଥିବା ବେଳେ ମାଧିଅମୁଣ୍ଡା ଗ୍ରାମ ନିକଟରେ ହଠାତ ସ୍କୁଟିରେ ନିଆଁ ଲାଗିଥିଲା । ନିଜ ଜୀବନ ବଞ୍ଚାଇବାକୁ ଯାଇ ସ୍କୁଟିରୁ ରମେଶ ଡେଇଁ ପଡ଼ିଥବା ବେଳେ ଆଖି ସାମ୍ନାରେ ସ୍କୁଟିଟି ହୁ ହୁ ହୋଇ ଜଳି ପାଉଁଶ ହୋଇ ଯାଇଥିଲା । ତେବେ ସ୍କୁଟି ଟି ସର୍ଟ ସର୍କିଟି ଯୋଗୁଁ ନିଆଁ ଲାଗିଥିବା ସ୍କୁଟି ମାଲିକ କହିଛନ୍ତି । Advertisement
ବରିଷ୍ଠ କଂଗ୍ରେସ ନେତାଙ୍କ ପରଲୋକ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ବରିଷ୍ଠ କଂଗ୍ରେସ ନେତା କଳାକାର ସାହୁଙ୍କ ପରଲୋକ ହୋଇ ଯାଇଛି । ସେ ଅନେକ ଦିନ ହେଲା ବାର୍ଦ୍ଧକ୍ୟ…
ସେଣ୍ଟ୍ରାଲ ଆର୍ମଡ଼ ପୋଲିସ ଫୋର୍ସ ଶାରୀରିକ ପରୀକ୍ଷା ବେଳେ ଅଘଟଣ – ଯୁବକ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ନାଲକୋ CISF ପଡ଼ିଆରେ ସେଣ୍ଟ୍ରାଲ ଆର୍ମଡ଼ ପୋଲିସ ଫୋର୍ସ ପାଇଁ ଚାଲୁଥିବା ଶାରୀରିକ ପରୀକ୍ଷା ବେଳେ ଅସୁସ୍ଥ ହୋଇ ଜଣେ ଯୁବକଙ୍କୁ…
୧୨ତମ ଆରପିଡିଏସି ବୈଠକ – ନିଷ୍ପତ୍ତି କାର୍ଯ୍ୟକାରୀ କରିବାରେ ବିଳମ୍ବ ଯୋଗୁଁ ରାଜସ୍ବ କମିଶନର ଅସନ୍ତୋଷ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଏମସିଏଲର ବିଭିନ୍ନ କୋଇଲା ଖଣି ପାଇଁ ମଙ୍ଗଳବାର ଥଇଥାନ ଓ ପାରିପାର୍ଶ୍ବକ ଉନ୍ନୟନ ପରାମର୍ଶଦାତା କମିଟି(ଆରପିଡିଏସି) ବୈଠକ ଅନୁଷ୍ଠିତ ହୋଇଯାଇଛି…