ଭଲ ଖବର ମାନସିକ ବିକାରଗ୍ରସ୍ତ ଯୁବତୀକୁ ଉଦ୍ଧାର କଲେ ସମାଜସେବୀ Angul OnlineJuly 14, 2022July 14, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥ ବାଇବାସ ଛକ ଠାରେ ଜଣେ ମାନସିକ ଭାରସାମ୍ୟ ହରାଇଥିବା ଜଣେ ଯୁବତୀ ରାସ୍ତାରେ ଯାଉଥିବା ଲୋକ ମାନଙ୍କ ଉପରକୁ କାଦୁଅ ଫୋପାଡୁଥିବା ସହ ରାସ୍ତା ଉପରେ ଶୋଇ ପଡୁଥିଲା । ଫଳରେ ଯାତାୟାତ କରୁଥିବା ଲୋକ ମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଗତ କିଛିଦିନ ହେଲା ସେ ଏଭଳି କରୁଥିବା ବେଳେ କେହି ବାରଣ କରୁ ନଥିଲେ କି ପ୍ରଶାସନ ମଧ୍ୟ ଜାଣି ଅଣଦେଖା କରିଥିଲା । ଏପରିସ୍ଥଳେ ଆଜି ସମାଜ ସେବୀ ବାପି ମହାନ୍ତି ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ସହ ଯୁବତୀ ଜଣଙ୍କୁ ଉଦ୍ଧାର କରିଥିଲେ । ଏହା ସହ ପୁଲିସ ସହାୟତାରେ ମିଶନ ଆଶା ଆମ୍ବୁଲାନ୍ସରେ ତାକୁ ଉତ୍ତମ ଚିକିତ୍ସା ପାଇଁ ପଠାଇ ଥିଲେ । ବାପିଙ୍କର ଏଭଳି ମାହାନ କାର୍ଯ୍ୟ ପାଇଁ ତାଲଚେରର ବିଭିନ୍ନ ମହଲରୁ ପ୍ରଶଂସା କରା ଯାଇଛି । Advertisement
ଓଡିଶା ସାଇନିଂ ଆଇକନ ସିଜିନ-୩ରେ ଚମକିଲେ ଜିଲ୍ଲାର ୫ ପ୍ରତିଯୋଗୀ ଅନୁଗୁଳ – ଓଡିଶା ସାଇନିଂ ଆଇକନ ସିଜିନ-୩, ୨୦୨୧ ରେ ନିଜର ଫ୍ୟାସନର ଯାଦୁ ଦେଖାଇଛନ୍ତି ଅନୁଗୁଳ ଜିଲ୍ଲାର ପ୍ରତିଯୋଗି । ରାଉରକେଲା ଠାରେ ଆୟୋଜିତ ପ୍ରତିଯୋଗିତାରେ…
ଆଠମଲ୍ଲିକବାସୀଙ୍କ ଆଶା ହେଲା ପୂରଣ – କେନ୍ଦ୍ରୀୟ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କଲେ କେନ୍ଦ୍ରମନ୍ତ୍ରୀ ଅନୁଗୁଳ – ଗୁରୁବାର ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଠାରେ କେନ୍ଦ୍ରୀୟ ବିଦ୍ୟାଳୟ, ଆଠମଲ୍ଲିକର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିବା ସହ ଟାଙ୍ଗିଆନିଶା ଠାରେ ଏହାର ସ୍ଥାୟୀ କ୍ୟାମ୍ପସ…
ପେନସିଲ ମୁନରେ ଜଗନ୍ନାଥ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ବାଲୁକା ଚିତ୍ର ଶିଳ୍ପୀ ବାହୁଡା ଯାତ୍ରା ଅବସରରେ ପେନସିଲ ମୁନରେ ଜଗନ୍ନାଥଙ୍କ ଆକୃତି ତିଆରି କରି ସମସ୍ତଙ୍କ ମନ…