ଅପରାଧ ମାଉସୀ ଶାଶୁକୁ ଦୁଷ୍କର୍ମ ଅଭିଯୋଗରେ ଝିଆରୀ ଜ୍ଵାଇଁ ଗିରଫ Angul OnlineJuly 16, 2022July 16, 2022 ଅନୁଗୁଳ – ମାଉସୀ ଶାଶୁକୁ ଦୁଷ୍କର୍ମ ଅଭିଯୋଗରେ ଝିଆରୀ ଜ୍ଵାଇଁ ଗିରଫ । ଏଭଳି ଘଟଣା ଘଟିଛି ଅନୁଗୁଳ ଥାନା ଅଞ୍ଚଳରେ । ସୂଚନା ଅନୁସାରେ ଠାକୁରଗଡ ଥାନା ପାଇକସାହିର ସୁନୀଲ ନାଏକ ନାମକ ଜଣେ ଯୁବକ ଅନୁଗୁଳ ଅଞ୍ଚଳରେ ଗତ ୪ ତଳେ ବାହାଘର ହୋଇଥିଲେ । ତେବେ ସେ ଗତ ୨-୩ ବର୍ଷ ହେଲା ଶଶୁର ଘରେ ଆସି ରହି ଆସୁଥିଲା । ତେବେ ଶଶୁର ଘରେ ରହି ଆସୁଥିବା ବେଳେ ଏଠାରେ ରହୁଥିବା ୩୫ ବର୍ଷୀୟ ତାଙ୍କ ବିଧବା ମାଉସୀ ଶାଶୁ ସହ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ମଧ୍ୟ ରହିଥିଲା । ଫଳରେ ବିଧବା ମହିଳା ଜଣଙ୍କ ଗର୍ଭବତୀ ହୋଇଥିଲେ । ସେ ଏବେ ୩ ମାସର ଗର୍ଭ ଧାରଣ କରିଥିବା ବେଳେ ତାଙ୍କୁ ସୁନୀଲ ଘଟଣା ସମ୍ପର୍କରେ କାହାକୁ ନ କହିବାକୁ ଧମକ ଚମକ ଦେଉଥିଲା । ତେବେ ଆଜି (ଶନିବାର) ମହିଳା ଜଣଙ୍କ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମହିଳାଙ୍କ ଅଭିଯୋଗ ଆଧାରରେ କେସ ନମ୍ବର ୩୪୩/୨୨ ରେ ଏକ ମାମଲା ରୁଜ୍ଜୁ କରିବା ସହ ସୁନୀଲ ନାଏକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ସୁନୀଲଙ୍କର ଏକ ତିନି ବର୍ଷର ଝିଅ ଥିବା ମଧ୍ୟ ଜଣା ପଡିଛି । Advertisement
ଜନ୍ତୁ ଶିକାର ବେଳେ ସାଙ୍ଗ ଗୁଳିରେ ସାଙ୍ଗର ମୃତ୍ୟୁ ପାଲଲହଡ଼ା – ଜଙ୍ଗଲକୁ ବାରହା ଶିକାର କରିବାକୁ ଯାଇଥିବା ବେଳେ ସାଥୀ ଶିକାରୀ ଗୁଳିମାଡ଼ରେ ଯୁବକଙ୍କ ମୃତ୍ୟୁ । ମଙ୍ଗଳବାର ରାତିରେ ଖାମାର ଥାନା ରୋହିଲା ରୁଗୁଡ଼ି…
ବ୍ରାଉନସୁଗାର ବେପାରୀ ସନ୍ଦେହରେ ଧରିଲା ପୁଲିସ – ହେଲେ ଜେରା ବେଳେ ଜଣା ପଡିଲା ବଡ଼ ଲୁଟ ଯୋଜନା କରୁଥିଲେ ଅନୁଗୁଳ – ବ୍ରାଉନସୁଗାର ସହ ବନ୍ଧୁକ ଜବତ ଘଟଣାର ଭିନ୍ନ ମୋଡ । ଡ୍ରଗ୍ସ ବେପାରି ସନ୍ଦେହରେ ଚଢ଼ାଉ କରିଥିଲା ପୁଲିସ । ଡ୍ରଗ୍ସ ସହ ପିସ୍ତଲ…
ବନ୍ଧୁକ ଓ ଭୁଜାଲି ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ପୁଲିସକୁ ଚାଲେଞ୍ଜ କରି ପୁଣି ଥରେ ଲୁଟେରା ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି । ଦିନ ୩ ଟା ବେଳେ ବନ୍ଧୁକ…