ସମସ୍ୟା ରାଜପଥ ତାତି – ୬ ଘଣ୍ଟିଆ ରାଜପଥ ଅବରୋଧ Angul OnlineJuly 24, 2022July 24, 2022 ଅନୁଗୁଳ – ଅନଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ନମ୍ବର ୫୫ର ଶୋଚନୀୟ ଅବସ୍ଥାକୁ ନେଇ ଅନୁଗୁଳ ଜିଲ୍ଲାରେ ରବିବାର ଅନୁଗୁଳ ରାଜପଥ ଅବରୋଧ କରାଯାଇଛି । ଅନୁଗୁଳ ଓକିଲ ସଂଘ ଏଥିପାଇଁ ଅଣ୍ଟା ଭିଡିଛି । ସକାଳ ୬ଟାରୁ ମଧ୍ୟାହ୍ନ ୧୨ଯାଏ ଅନୁଗୁଳ ଜିଲ୍ଲାର ଜାତୀୟ ରାଜପଥକୁ ବନ୍ଦ ବନ୍ଦ କରା ଯାଇଥିଲା । ଏ ବନ୍ଦ ପାଳନ କେବଳ ଜାତୀୟ ରାଜପଥର ନାକଚିଠାରୁ ଆରମ୍ଭ କରି ବଅଁରପାଳ ଯାଏ ୫୫ନମ୍ବର ଜାତୀୟ ରାଜପଥକୁ ଅଚଳ କରାଯାଇଥିଲା । କେବଳ ଅନୁଗୁଳ କି ବଅଁରପାଳ ନୁହେଁ, ଏ ବନ୍ଦରେ ତାଳଚେର, ଛେଣ୍ଡିପଦା, ପାଳଲହଡ଼ା, ଆଠମଲ୍ଲିକ ଓକିଲ ସଂଘ ସହିତ, ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ସାମିଲ୍ ହୋଇଥିଲେ । ମରଣଯନ୍ତା ପାଲଟିଥିବା ଏ ରାସ୍ତା ସମସ୍ୟା ନେଇ ଆଜିର ରାଜପଥ ଅବରୋଧକୁ ସରକାରୀ ଦଳ ବିଜେଡି ମଧ୍ୟ ସମର୍ଥନ କରିଥିଲା । ଆନ୍ଦୋଳନରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା , ପାଲଲହଡା ବିଧାୟକ ମୁକେଶ ପାଳ , ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ , ଆଠମଲ୍ଲିକ ବିଧାୟକ ରମେଶ ସାଏ , ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ ସମେତ ଅନେକ ବିଜେଡ଼ି ନେତା ସାମିଲ ହୋଇଥିଲେ । ସେହିଭଳି କଂଗ୍ରେସ ମଧ୍ୟ ସମର୍ଥନ କରିଥିବା ବେଳେ କଂଗ୍ରେସ ଜିଲ୍ଲା ସଭାପତି ବିପ୍ଲବ ଜେନା , ସୁଦୀପ ମିଶ୍ର , ମମତା ପ୍ରଧାନ ଆଦି ସମାଇଲ ହୋଇଥିଲେ । ଏହା ସହ ଜିଲ୍ଲାର ଅନେକ ସଂଗଠନ ମଧ୍ୟ ଏହି ଅବରୋଧକୁ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହୋଇଥିଲେ । Advertisement
ଜନଶୂନ୍ୟ ଗାଁ ‛କୁରୁଡୁ’ – ଷାଠିଏ ପରିବାରରୁ ଆଉ ଅଛନ୍ତି ଆଉ ଚାରି ବନ୍ତଳା – ଏକଦା ଗାଁ ଦାଣ୍ଡରେ ଲାଗିରହୁଥିଲା ଗହଳିଚହଳି । ସକାଳୁ ଚଷା ପୁଅ ନିଜର ହଳଲଙ୍ଗଳ ଧରି କ୍ଷେତକୁ ବାହାରି ଯାଉଥିଲା । ମେଳା ମହୋତ୍ସବରେ…
ମାର୍ଚ୍ଚ ପହିଲାରୁ ଜଳକଷ୍ଟ – ଜଳ ଯୋଗାଣ ଦାବିରେ ରାସ୍ତାରୋକ ଅନୁଗୁଳ – ମାର୍ଚ୍ଚ ମାସ ପହିଲାରୁ ଗ୍ରୀଷ୍ମ ପ୍ରବାହ କଷ୍ଟ ଦେଲାଣି । ଖରାର ପ୍ରକୋପରେ ବାହାରକୁ ବାହାରିବା ମୁସ୍କିଲ ହୋଇ ଗଲାଣି । ଏପରିସ୍ଥଳେ ପାଣି…
ହଟିଲା ଶୁଖିଲା ଗଛ – ଦୀର୍ଘ ଦିନ ଧରି ରାସ୍ତା ବନ୍ଦ ହୋଇ ରହିଥିଲା ଅନୁଗୁଳ – ହଟୁ ନାହିଁ ଶୁଖିଲା ଗଛ – ରାସ୍ତା ପାଲଟିଛି ଖୋଲା ବାର ଖବର ଅନୁଗୁଳ ଅନଲାଇନରେ ପ୍ରାକାଶ ପରେ ସେହି ରାସ୍ତାରୁ ପଡିଥିବା ଶୁଖିଲା…