ମୁଖ୍ୟ ଖବର ମହିଳାଙ୍କୁ କମେଣ୍ଟ ମାରିବା ଅଭିଯୋଗରେ ସରପଞ୍ଚ ଗିରଫ Angul OnlineAugust 20, 2022August 20, 2022 ତାଳଚେର – ମହିଳାଙ୍କୁ କମେଣ୍ଟ ମାରିବା ସହ ତାଙ୍କ ସ୍ୱାମୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଜଣେ ସରପଞ୍ଚଙ୍କୁ ଗିରଫ କରିଛି କୋଲିୟାରୀ ପୁଲିସ । ତାଳଚେର ପଦ୍ମାବତୀପୁର ସରପଞ୍ଚ ମହର୍ଗା ବେହେରାଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରା ଯାଇଛି । ସୂଚନା ଅନୁସାରେ ତାଳଚେର ବଲଣ୍ଡା ଅଞ୍ଚଳର ସ୍ୱାମୀ ,ସ୍ତ୍ରୀ ଘରକୁ ଫେରୁଥିବା ବେଳେ ବଲଣ୍ଡା ବଜାରରେ ଛିଡା ହୋଇଥିବା ସରପଞ୍ଚ ମହର୍ଗା ବେହେରା ମହିଳା ଜଣଙ୍କୁ କମେଣ୍ଟ ମାରିଥିଲେ । ଏହା ଦେଖି ମହିଳାଙ୍କ ସ୍ଵାମୀ ଏହାର ପ୍ରତିବାଦ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସରପଞ୍ଚ ମହିଳାଙ୍କ ସ୍ୱାମୀଙ୍କୁ ମାଡ ମାରିଥିଲେ ବୋଲି ଆଜି କୋଲିୟାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ କେସ ନମ୍ବର ୪୧୯ ରେ ଏକ ମାମଲା ରୁଜୁ କରିବା ସହ ଦଫା ୩୫୪ଏ/୨୯୪/୩୨୩/୩୦୭/୩୪ ଆଇପିସିରେ ସରପଞ୍ଚଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଟ୍ରେନରେ ଚଢିବା ବେଳେ ଗୋଡ଼ ଖସି ଜଣେ ମୃତ ଅନୁଗୋଳ – ଟ୍ରେନରେ ଚଢିବା ବେଳେ ଗୋଡ଼ ଖସି ଯିବାରୁ ଟ୍ରେନ ଚକ ତଳେ ପଡି ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ଅନୁଗୋଳ ଜିଲ୍ଲା…
ବିପୁଳ ପରିମାଣର ମଦ ଓ ଡିଜେଲ ଓ ଗୁଟଖା ଜବତ ଅନୁଗୁଳ – ଅନୁଗୁଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ପିତାବଳି ଛକରେ ଆଜି (ମଙ୍ଗଳବାର ) ସ୍ପେସିଆଲ ସ୍କ୍ବାର୍ଡର ଟିମ ଚଢାଉ କରି ବିପୁଳ ପରିମାଣର ବିଦେଶୀ…
ହାତୀ ନେଲା ଆଉ ଜଣେ ବୃଦ୍ଧାଙ୍କ ଜୀବନ ଅନୁଗୋଳ – ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ଦନ୍ତା ଆକ୍ରମଣରେ ଆଜି ପୁଣି ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି । ଆମ୍ବ ଗୋଟାଇବାକୁ ଯାଇଥିଲା ବେଳେ ଆଜି…