ଅପରାଧ ଏଟିମ ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ Angul OnlineAugust 21, 2022August 21, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲାକୁ ପୁଣି ଥରେ ଏଟିଏମ ଲୁଟେରାଙ୍କ ଲୋଲୁପ ଦୃଷ୍ଟି ପଡିଛି । ଗତ ଦୁଇ ବର୍ଷ ତଳେ ବାରମ୍ବାର ଏଟିଏମ ଭାଙ୍ଗି ଲୁଟ ହୋଇଥିବା ବେଳେ ପୁଲିସ ଲୁଟେରା ମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା ବୋଲି କହିଥିଲା । ତେବେ ଦୀର୍ଘ ଦିନ ବ୍ୟବଧାନରେ ଜିଲ୍ଲାରେ ପୁଣି ଥରେ ଏଟିଏମ ଲୁଟେରା ମାନେ ଏଟିଏମ ଭାଙ୍ଗି ଟଙ୍କା ଲୁଟ କରିବାକୁ ଚେଷ୍ଟା କରିଛନ୍ତି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ଛେଣ୍ଡିପଦା ଥାନା ନୂଆଁଗାଁ ଠାରେ ଥିବା ଏସ ବି ଆଇ ଶାଖାର ଏଟିଏମ କୁ ଲୁଟେରା ମାନେ ଭଙ୍ଗାରୁଜା କରିଛନ୍ତି । ଏଟିଏମ ମେସିନର ସାମ୍ନା ପଟ ସେମାନେ ଶାବଳରେ ଭାଙ୍ଗି ଥିବା ବେଳେ ଟଙ୍କା ଲୁଟ ହୋଇଛି କି ନାହିଁ ତାହା ଜଣା ପଡି ନାହିଁ । ସ୍ଥାନୀୟ ଲୋକ ଏଟିଏମ ଭଙ୍ଗା ଯାଇଥିବା ଦେଖି ପୁଲିସକୁ ସୂଚନା ଦେଇଛନ୍ତି । ପୁଲିସ ଓ ବ୍ୟାଙ୍କ କର୍ମଚାରୀ ଆସିବା ପରେ ଟଙ୍କା ଲୁଟ ହୋଇଛି ନା ନାହିଁ ଜଣା ପଡିବ । Advertisement
ମୋବାଇଲ ଚୋରି ଅଭିଯୋଗରେ କକା-ପୁତୁରା ଗିରଫ ଅନୁଗୁଳ – ଅନୁଗୁଳ ସାପ୍ତାହିକ ହାତରୁ ମୋବାଇଲ ଚୋରି କରିବା ଅଭିଯୋଗରେ ଅନୁଗୁଳ ପୁଲିସ ଆଜି ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ ହେଲେ ପଶ୍ଚିମବଙ୍ଗ…
ନାବାଳିକା ଦୁଷ୍କର୍ମକାରୀ ବୃଦ୍ଧଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଥାନା ଅଧିନରେ ଭଡାରେ ରହୁଥିବା ଏକ ପରିବାରର ନାବାଳିକା ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ (ଫାଷ୍ଟ…
୧୦ ଟଙ୍କା ରିଚାର୍ଜ କରି ହରାଇଲେ ୭୦ ହଜାର ଟଙ୍କା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ସାଇବର ଠକଙ୍କ ହାବୁଡରେ ପଡି ଜଣେ ବ୍ୟକ୍ତି ଆକାଉଣ୍ଟରୁ ତାଙ୍କ ହରାଇଛନ୍ତି । ସୂଚନା ଅନୁସାରେ କପ୍ତିପଦା , ଜୟଘୁଣ୍ଟିଆ…