ଅପରାଧ ବିପୁଳ ପରିମାଣର କଫ୍ ସିରପ୍ ଓ ବ୍ରାଉନ୍ ସୁଗାର ଜବତ Angul OnlineAugust 23, 2022August 23, 2022 ସମଲ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ପୂଲିସ ବିଭିନ୍ନ ଜାଗାରେ ଚଢାଉ କରି ବିପୁଳ ପରିମାଣର କଫ୍ ସିରପ୍ ଓ ବ୍ରାଉନ୍ ସୁଗାର ଜବତ କରିଛି । ବହୁଦିନରୁ ବ୍ରାଉନ ସୁଗାର ବ୍ୟବସାୟ ଏହି ଥାନା ଅଞ୍ଚଳରେ ହେଉଥିଲେ ପୁଲିସ ଏହାର ତେର ପାଉ ନଥିଲା । କଫ୍ ସିରପ୍ ଜବତ ଘଟଣାରେ ସମଲ ପୋଲିସ ୨ଜଣ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ବ୍ରାଉନ୍ ସୁଗାର ଜବତ ଘଟଣାରେ ୩ଜଣକୁ ପୋଲିସ ଗିରଫ କରିଛି । କଫ୍ ସିରପ୍ ବିକ୍ରି କରୁଥିବା ଅଭିଯୁକ୍ତ ସମଲ- ଟିପୋ ଗ୍ରାମର ଡାକ୍ତର ନାଏକ ଓ ବିଲିଣ୍ଡା ଗ୍ରାମର ଧର୍ମୁ ବେହେରା । ସେମାନଙ୍କ ଠାରୁ ୮୯ ବୋତଲ କଫ ସିରଫ୍ ଜବତ କରାଯାଇଛି । ତେବେ ପୂର୍ବରୁ ଅଭିଯୁକ୍ତ ଡାକ୍ତର ଏହି ବେଆଇନ୍ କଫ ସିରପ୍ ବିକ୍ରିରେ ୩ମାସର ଉର୍ଦ୍ଧ ସମୟ ଜେଲ୍ ଯାଇଥିବା ପୁଲିସ୍ ସୂତ୍ରରୁ ଜଣାପଡିଛି । ସେହିପରି ୫.୨୪୦ ଗ୍ରାମ ବ୍ରାଉନ୍ ସୁଗାର ଜବତ ଘଟଣାରେ ୩ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । ସେମାନେ ହେଲେ ପରାବିଲ୍ ଗ୍ରାମର ଦେବାନନ୍ଦ ଦେହୁରୀ , ଶିପୁର ଗ୍ରାମର ଗୀରିଶ ଚନ୍ଦ୍ର ସାମଲ ଓ ସମଲ ଗ୍ରାମର ରଂଜନ କୁମାର ବେହେରା ଅଟନ୍ତି । ବିଳମ୍ବିତ ରାତିରେ ପେଟ୍ରୋଲିଂ ବେଳେ ଏସବୁ ଜବତ କରିଥିବା ପୁଲିସ ପ୍ରକାଶ କରିଛି । ଅଭିଯୁକ୍ତ ଉଭୟ ଘଟଣାରେ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । Advertisement
ଏକ କୋଟି ୮୫ ଲକ୍ଷ ଟଙ୍କାର ହିସାବ ନାହିଁ – ଥାନାରେ ଅଭିଯୋଗ ଅନୁଗୋଳ – ଆଇସିଆଇ ବ୍ୟାଙ୍କରୁ ୧ କୋଟି ୮୫ଲକ୍ଷ ଟଙ୍କା ହଡପ ନେଇ ଥାନାରେ ଅଭିଯୋଗ । ଜଣେ ଅଟକ । ଅନୁଗୋଳ ଜିଲା ଛେଣ୍ଡିପଦା ରେ…
ଚୋରା ମୋବାଇଲ ଓ ମୋଟରସାଇକେଲ ହସ୍ତାନ୍ତର କଲା ପୁଲିସ – କେନ୍ଦ୍ରମନ୍ତ୍ରୀ ଦେଲେ ଯୋଗ ଅନୁଗୁଳ – ଆଜି ଅନୁଗୁଳ ଜିଲ୍ଲା ପୁଲିସ ପକ୍ଷରୁ ଏକ ବଣ୍ଟନ ମେଳା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…
ଟଙ୍କା ପାଇଁ ମା’କୁ ହତ୍ୟାକଲା ପୁଅ !! ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କୋଲିୟାରୀ ଥାନା ଘଣ୍ଟପଡା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାମାନ୍ୟ କିଛି ଟଙ୍କା ପାଇଁ ମାଆକୁ ପୁଅ…