ଆଞ୍ଚଳିକ ଗଣପତି ପୂଜା କମିଟି (ଖ) ର ନିଆରା ପ୍ରୟାସ – କୋଭିଡ ଟୀକା କରଣର ସ୍ବତନ୍ତ୍ର ଶିବିର Angul OnlineAugust 27, 2022August 27, 2022 ତାଳଚେର – ତାଳଚେର ହାଟତୋଟା ସ୍ଥିତ ଗଣପତି ପୂଜା କମିଟି (ଖ) ପକ୍ଷରୁ ଏକ ସ୍ଵତନ୍ତ୍ର କୋଭିଡ୍ ଟୀକାକରଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ହାଟତୋଟାସ୍ଥିତ ମଲିକା ଗେଷ୍ଟ୍ ହାଉସରେ ସମାଜସେବୀ ତଥା ବରିଷ୍ଠ ଆଇନଜିବୀ ଚିତ୍ତରଂଜନ ରାଉତ ଉକ୍ତ ଶିବିରକୁ ଉଦଘାଟନ କରିଥିଲେ । ଆଉ ଦିନ କେଇଟା ପରେ ଆସିବେ ଗଣେଶ ପୂଜା । ଚଳଚଞ୍ଚଳ ହେବ ପୂଜାମଣ୍ଡପ । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ନିଆରା ଢଙ୍ଗରେ ଅଗ୍ରପୂଜ୍ୟଙ୍କୁ ଆବାହନ ପାଇଁ ଚାଲିଛି ପ୍ରତିଯୋଗିତା । କେଉଁଠି ଦୀର୍ଘକାୟ ମୂର୍ତି ପ୍ରସ୍ତୁତ ହେଉଛି ତ କେଉଁଠି ବିଭିନ୍ନ ଥିମ୍କୁ ନେଇ ପ୍ରସ୍ତୁତ ହୋଇଛି ପୂଜା ମଣ୍ଡପ । ଏଭଳି ସମୟରେ ବ୍ୟବସାୟୀ ମାନେ ନିଜେ ସୁରକ୍ଷିତ ହେବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ସୁରକ୍ଷା ଦୃଷ୍ଟକୋଣରୁ ଏହି ସ୍ଵତନ୍ତ୍ର ଶିବିର ଆୟୋଜନ କରାଯାଇଛି ବୋଲି କମିଟିର ସଭାପତି ଦେବ ରଞ୍ଜନ ସାମଲ ପ୍ରକାଶ କରିଛନ୍ତି । ପାର୍ବଣ ସମୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମାକୁ ଆଖି ଆଗରେ ରଖି ତାଳଚେର ଉପଖଣ୍ଡ ଚିକିତ୍ସାଳୟର ସହଯୋଗରେ ଆୟୋଜିତ କୋଭିଡ୍ ଟୀକାକରଣ ଶିବିରରେ ବାହାର ରାଜ୍ୟରୁ ଆସିଥିବା ଉଠା ବ୍ୟବସାୟୀ, ବିଭିନ୍ନ ଆର୍ଥିକ ଅନୁଷ୍ଠାନର କର୍ମଚାରୀ, ବୁଦ୍ଧିଜୀବି ମାନଙ୍କୁ ଟୀକାକରଣ କରାଯାଇଥିଲା । ଏହି ଶିବିରରେ ମୋଟ୍ ୨୨୦ଟୀକାକରଣ ହୋଇ ଥିବା ବେଳେ ବରିଷ୍ଠ ନାଗରିକ ଓ ମହିଳାଙ୍କ ସଂଖ୍ୟା ଅଧିକ ଥିଲା । ତାଳଚେର ଉପଖଣ୍ଡ ଚିକିତ୍ସାଳୟର ମହେଶ୍ୱତା ପତି ଓ ଅଭିଷେକ ସିଂ ଟୀକା ପ୍ରଦାନ କରିଥିବା ବେଳେ ଗଣପତି ପୂଜା କମିଟିର ସଭାପତି ଦେବ ରଞ୍ଜନ ସାମଲ, ସମ୍ପାଦକ ବିମଳ ବାନାର୍ଜୀ, ଦୀପକ କୁମାର ସେଠୀ, ପ୍ରତ୍ୟୁଷ ପଣ୍ଡା, ପ୍ରକାଶ ଜେନା, ପ୍ରୀତିଶ ଚୌଧରୀ, ସନ୍ତୋଷ ଦାଶ, ସଚିନ ବେହେରା , ସୌଭାଗ୍ୟ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ଧୀର ମୋହନ ରାୟ ଙ୍କ ସମେତ ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ । Advertisement
ଗାତରେ ପଡିଲା ହାତୀ – ଉଦ୍ଧାର ପରେ ଗୋଡାଇ ଆକ୍ରମଣ କଲା ପାଲଲହଡ଼ା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ଖମାର ରେଞ୍ଜ ଶଙ୍ଖମୁର ପଞ୍ଚାୟତ ବେଶଳିୟା ଜଙ୍ଗଲରେ ଏକ ହାତୀ ଗାତରେ ପଡ଼ି ଗତ ଶନିବାରଠାରୁ ଛଟପଟ ହେଉଥିଲା…
ଜଣେ ଲୋକ ଏକ ଘଣ୍ଟା ଅଟକାଇଲେ ଟ୍ରେନ ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋ ଦ୍ୱାରା ଜମି ହରା କ୍ଷତିଗ୍ରସ୍ତଙ୍କୁ ସରକାରୀ ନିୟମ ଅନୁଯାୟୀ ଥଇଥାନ ଓ କମ୍ପାନୀରେ ନିଯୁକ୍ତି ଦାବି କରି ଆଜି ଜଣେ…
୨୦ ତାରିଖ ପର୍ଯ୍ୟନ୍ତ ଅନୁଗୁଳ ମେଳା ଅନୁଗୁଳ – ଅନୁଗୁଳ ବିଜୁ ମୈଦାନଠାରେ ଅନୁଗୁଳ ମେଳା ଅନୁଷ୍ଠିତ ହୋଇଯାଇଅଛି । ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା…