ମୁଖ୍ୟ ଖବର ବାରହା ଫାଶରେ ପଡି ହାତୀ ମୃତ Angul OnlineAugust 27, 2022August 27, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାର ସାତକୋଶିଆରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ପମ୍ପାସର ରେଞ୍ଜ ଜଗନ୍ନାଥପୁର ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ମୃତ ହାତୀର ବୟସ ପ୍ରାୟ ପାଞ୍ଚ ବର୍ଷ ହେବ । ବାରହା ଶିକାର ଲାଗି ଶିକାରୀମାନେ ବିଛାଇଥିବା ବିଦ୍ୟୁତ୍ ତାର ଫାସରେ ପଡି ଏହି ହାତୀର ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ କୁହା ଯାଇଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ଜଗନ୍ନାଥପୁର ଗ୍ରାମ ବଡ଼ଝରଠାରେ ଏକ ଦନ୍ତାହାତୀ ମରି ପଡିଥିବା ଆଜି ସକାଳେ ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ଏନେଇ ବନ ବିଭାଗର କର୍ମଚାରୀ ମାନେ ସେଠାରେ ପହଞ୍ଚି ହାତୀଟି ବିଦ୍ୟୁତ ତାରରେ ଲାଗି ମୃତ୍ୟୁବରଣ କରିଥିବା ଜାଣିବାକୁ ପାଇଥିଲେ । ତେବେ ଏହି ଦନ୍ତାହାତୀଟି ମଧ୍ୟବୟସ୍କ ହୋଇଥିବା ବେଳେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ବିଦ୍ୟୁତ ତାର ବିଛାଯାଇଥିବା ତାରରେ ଲାଗି ଏହି ଦନ୍ତାହାତୀଟିର ଜୀବନ ଯାଇଛି । ଘଟଣାସ୍ଥଳରେ ସାତକୋଶିଆ ଡିଏଫଓ ଡ଼ଃ ସରୋଜ ପଣ୍ଡା,ଏସିଏଫ ଶୁଭେନ୍ଦୁ ବେହେରା ପହଞ୍ଚି ହାତୀ ବ୍ୟବଚ୍ଛେଦ କରିବା ସହ ଘଟଣାର ତଦନ୍ତ କରିଛନ୍ତି । Advertisement
ଜାତୀୟ ରାଜପଥରେ ମାସେ ପାଇଁ ନୋ ଏଣ୍ଟ୍ରି ଅନୁଗୁଳ – ଅନୁଗୁଳ ସହର ଦେଇ ଯାଇଥିବା ଜାତୀୟ ରାଜପଥ ୫୫ର ରନ୍ତଲେଇଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି । ଯାହା…
ବେଆଇନ ମାଟି ଚାଲାଣ ବେଳେ ତହସିଲଦାରଙ୍କ ଚଢାଉ – ୨ ଲକ୍ଷ ଟଙ୍କା ଜୋରିମାନା ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ ପଞ୍ଚମହଲା ନିକଟରୁ ବେଆଇନ ଭାବେ ମାଟି ଖୋଲି ଚାଲାଣ କରା ଯାଉଥିବା ବେଳେ ଖବର ପାଇ ଅନୁଗୁଳ ତହସିଲଦାର ସଦଳେବଲେ…
ସରପଞ୍ଚଙ୍କୁ ଅସିଦ୍ଧ ଘୋଷଣା କଲେ କୋର୍ଟ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କର୍ଣ୍ଣପାଳ ପଞ୍ଚାୟତରେ ସରପଞ୍ଚ ହୃଷିକେଶ ସାମଲଙ୍କୁ କୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି । ନୂତନ ସରପଞ୍ଚ ଭାବେ ,…