ଅପରାଧ ଛେଳି ଚୋରି ଅଭିଯୋଗରେ ତିନି ଜଣଙ୍କୁ ବାନ୍ଧିଲା ପୁଲିସ Angul OnlineAugust 30, 2022August 30, 2022 ଅନୁଗୁଳ – ଛେଳି ଚୋରି କରିବା ଅଭିଯୋଗରେ ଅନୁଗୁଳ ସଦର ଥାନା ପୁଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ସାନକଞ୍ଜଣୀ ଗାଁର ବ୍ରାହ୍ମଣୀ ନାଏକ ନାମକ ଜଣେ ବିଧବାଙ୍କ ଘର ବାହାରୁ ତାଲା ପକାଇ ବାହାରେ ଥିବା ଛେଳି କୋଠିରୁ ଗୋଟେ ଛେଳି ଚୋରି ହୋଇଥିଲା । ତେବେ ଛେଳି ବୋବାଇବା ଶବ୍ଦ ଶୁଣି ବ୍ରାହ୍ମଣୀ ଉଠି ପାଟି କରିଥିଲେ । ତେବେ ବାହାରୁ କବାଟ ଦିଆଯାଇଥିବାରୁ ସେ ବାହାରକୁ ବାହାରି ପାରିନଥିଲେ । ପରେ ଗାଁ ଲୋକ କବାଟ ଖୋଲିବା ସହ ଛେଳି ଚୋରାକୁ ଖୋଜାଖୋଜି କରିଥିଲେ । ହେଲେ ଛେଳି ନ ମିଳିବାରୁ ବ୍ରାହ୍ମଣୀ ଅନୁଗୁଳ ସଦର ଥାନାରେ ଥାନାରେ ଲିଖୁତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ପୁଲିସ କୁମୁରୁସିଂହା ଗାଁର ସୁଦାମ ନାଏକ , ସାନକଞ୍ଜଣୀ ଗାଁର ପ୍ରଶାନ୍ତ ନାଏକ ଓ ଶ୍ରୀକାନ୍ତ ନାଏକ ସମ୍ପୃକ୍ତ ଥିବା ଜାଣିବା ପରେ ସେମାନଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି । Advertisement
ଆମ୍ବୁଲାନ୍ସରେ କୁକୁର ନେବା ପାଇଁ ହତ୍ୟାକାଣ୍ଡ – ଦୁଇ ହଜାର ଟଙ୍କା ପାଇଁ ହୋଇଥିଲା ଗଣ୍ଡଗୋଳ ଅନୁଗୁଳ – ଅନୁଗୁଳ ହରିମଉରୀ ଛକରେ ଦୁଇ ଭାଇଙ୍କୁ ଭୁଜାଲିରେ ଆକ୍ରମଣ ପରେ ଜଣେ ଭାଇଙ୍କ ମୃତ୍ୟୁ ଘଟଣାରେ ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି…
ଦମ୍ପତିଙ୍କୁ ତାଲା ପକାଇ ଟଙ୍କା ଲୁଟି ନେଲେ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ସାପୋଇନାଳି ଗ୍ରାମ ବେହେରାସାହିରୁ ବିଳମ୍ୱିତ ରାତିରେ ଦାମ୍ପତିଙ୍କୁ ତାଲା ପକାଇ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା…
ଜେଲରୁ ଫେରାର ଜଣେ କଏଦୀ ଧରା ପଡିଲା ପାଲଲହଡା – ଗତ କାଲି ରାତି ପାଳଲହଡା ଉପଖଣ୍ଡ କାରାଗାରରୁ ଦୁଇ ଜଣ କଏଦୀ ଫେରାର ହୋଇ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଧରିବାରେ ସଫଳ…