ଅପରାଧ ଗୋ ହତ୍ୟା ଅଭିଯୋଗରେ ୩ ଗିରଫ Angul OnlineSeptember 6, 2022September 6, 2022 ଅନୁଗୁଳ – ଅନୁଗୁଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ମଙ୍ଗଳବାର ଗୋ ହତ୍ୟା ଅଭିଯୋଗରେ ପରଙ୍ଗ ଗ୍ରାମରୁ ୩ ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲଣ କରିଛନ୍ତି । ଘଟଣାରୁ ପ୍ରକାଶ ପରଙ୍ଗ ଗ୍ରାମର ଅବିନାଶ ନାଏକଙ୍କର ଗୁହାଳରୁ ଏକ ଗୋରୁ ସୋମବାର ରାତିରେ ଚୋରୀ ହୋଇଯାଇଥିଲା । ବହୁ ଖୋଜାଖୋଜି ପରେ ପରଙ୍ଗ ଗ୍ରାମର କିଷନ ଗୋଛାୟତ ,ଶରତ ଗୋଛାୟତ ଓ ରିମା ଗୋଛାୟତ ଏକ କଡେଇରେ କିଛି ମାଂସ ରାନ୍ଧୁଥିବା ବେଳେ କିଛି ଅନ୍ତନଳି , ପାକସ୍ଥଳୀ ଆଦି ଏକ ପାତ୍ରରେ ରଖିଥିବା ଦେଖିଥିଲେ । ଏହା ଦେଖି ଗ୍ରାମରକ୍ଷି ଓ ଗ୍ରାମ ସଭାପତିଙ୍କୁ ସେହି ସ୍ଥାନକୁ ଡାକି ନେଇ ଆସିଥିଲେ । ସେମାନେ ପଚାରିବାରୁ ଚୋରୀ କରି ଆଣି ଗ୍ରାମ ନିକଟସ୍ଥ ନାଳ ନିକଟରେ ଗୋରୁକୁ ହତ୍ୟାକରି କିଛି ମାଂସ ନାଳରେ ଭସାଇ ଦେବା ସହିତ କିଛି ମାଂସ ଆଣି ରୋଷେଇ କରିଥିବା ପ୍ରକାଶ କରିଥିଲେ । ଏ ନେଇ ଅବିନାଶ ନାଏକ ନିଶା ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହିତ ପରଙ୍ଗ ଗ୍ରାମରେ ଚଢାଉ କରି କିଷାନ ,ରିମା ଓ ଶରତକୁ ଗିରଫ କରି କୋର୍ଟ ଚାଲଣ କରିଛି । Advertisement
ଚାରି ଡକାୟତ ଗିରଫ – ହାତବୋମା ସହ ମାରଣାସ୍ତ୍ର ଜବତ ଅନୁଗୁଳ – ଅନୁଗୁଳ ପୁଲିସ କବଜାରେ ଡକାୟତି ଯୋଜନା କରୁଥିବା ଗ୍ୟାଙ୍ଗର ୪ ସଦସ୍ୟ । ସୂଚନା ଅନୁଯାୟୀ ଗତକାଲି ରାତିରେ ଅନୁଗୁଳ ପୋଲିସ ପକ୍ଷରୁ ହୁଲୁରିସିଂହା…
ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଗତ ୪ ବର୍ଷ ତଳେ ଜଣେ ନାବାଳିକାଙ୍କୁ ଅପହରଣ କରି ବଳାତ୍କାର କରିବା ଅଭିଯୋଗ ମାମଲାର ରାୟ…
ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣା – ଅଭିଯୁକ୍ତକୁ କୋର୍ଟ ଚାଲାଣ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରିବା ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି…