ଅପରାଧ ଗୋ ହତ୍ୟା ଅଭିଯୋଗରେ ୩ ଗିରଫ Angul OnlineSeptember 6, 2022September 6, 2022 ଅନୁଗୁଳ – ଅନୁଗୁଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ମଙ୍ଗଳବାର ଗୋ ହତ୍ୟା ଅଭିଯୋଗରେ ପରଙ୍ଗ ଗ୍ରାମରୁ ୩ ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲଣ କରିଛନ୍ତି । ଘଟଣାରୁ ପ୍ରକାଶ ପରଙ୍ଗ ଗ୍ରାମର ଅବିନାଶ ନାଏକଙ୍କର ଗୁହାଳରୁ ଏକ ଗୋରୁ ସୋମବାର ରାତିରେ ଚୋରୀ ହୋଇଯାଇଥିଲା । ବହୁ ଖୋଜାଖୋଜି ପରେ ପରଙ୍ଗ ଗ୍ରାମର କିଷନ ଗୋଛାୟତ ,ଶରତ ଗୋଛାୟତ ଓ ରିମା ଗୋଛାୟତ ଏକ କଡେଇରେ କିଛି ମାଂସ ରାନ୍ଧୁଥିବା ବେଳେ କିଛି ଅନ୍ତନଳି , ପାକସ୍ଥଳୀ ଆଦି ଏକ ପାତ୍ରରେ ରଖିଥିବା ଦେଖିଥିଲେ । ଏହା ଦେଖି ଗ୍ରାମରକ୍ଷି ଓ ଗ୍ରାମ ସଭାପତିଙ୍କୁ ସେହି ସ୍ଥାନକୁ ଡାକି ନେଇ ଆସିଥିଲେ । ସେମାନେ ପଚାରିବାରୁ ଚୋରୀ କରି ଆଣି ଗ୍ରାମ ନିକଟସ୍ଥ ନାଳ ନିକଟରେ ଗୋରୁକୁ ହତ୍ୟାକରି କିଛି ମାଂସ ନାଳରେ ଭସାଇ ଦେବା ସହିତ କିଛି ମାଂସ ଆଣି ରୋଷେଇ କରିଥିବା ପ୍ରକାଶ କରିଥିଲେ । ଏ ନେଇ ଅବିନାଶ ନାଏକ ନିଶା ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହିତ ପରଙ୍ଗ ଗ୍ରାମରେ ଚଢାଉ କରି କିଷାନ ,ରିମା ଓ ଶରତକୁ ଗିରଫ କରି କୋର୍ଟ ଚାଲଣ କରିଛି । Advertisement
୧୩୫ ଗ୍ରାମ ବ୍ରାଉନସୁଗାର ଜବତ – ବାପ ପୁଅ ସମେତ ତିନି ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ସାଉଥବଲଣ୍ଡା ରେସକ୍ୟୁ କଲୋନୀ ଓ ବାଘୁଆବୋଲ ଅଞ୍ଚଳରୁ ୧୩୫ ଗ୍ରାମ ବ୍ରାଉନ୍ସୁଗାର ଜବତ କରିବା ସହ…
ଚାକିରି ନାଁରେ ଠକେଇ , ସ୍ଵାମୀ-ସ୍ତ୍ରୀ ମିଶି କରିଥିଲେ ଠକେଇ ଅନୁଗୁଳ – ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଅନୁଗୁଳ ରାଜକିଶୋରପଡ଼ା ରଞ୍ଜନ କୁମାର…
ଘରେ ଚଳାଇଥିଲେ ସେକ୍ସ ରାକେଟ – ୨ ରୂପଜୀବୀ ଉଦ୍ଧାର – ୪ ଗିରଫ ଅନୁଗୁଳ – ଅନୁଗୁଳ ମଦନମୋହନ ପଡାରେ ସେକ୍ସ ରାକେଟ ଠାବ କରିଛି ଅନୁଗୁଳ ପୁଲିସ । ସୂଚନା ଅନୁସାରେ ଗତ ୨୯ ତାରିଖ ଶନିବାର ସନ୍ଧ୍ୟାରେ ଅନୁଗଗୁଳ…