ମୁଖ୍ୟ ଖବର ଆଇରନ ବଟିକା ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ଅଭିଯୋଗ Angul OnlineSeptember 12, 2022September 13, 2022 ଅନୁଗୁଳ – ଆଇରନ ବଟିକା ଖାଇ ୯ ରୁ ଅଧିକ ଶିଶୁ ଅସୁସ୍ଥ ହୋଇଥିବା ଅଭିଯୋଗ ଆସିଛି । ସୂଚନା ଅନୁସାରେ ଛେଳିଆପଡା ପଞ୍ଚାୟତ ନୂଆଁଗାଁ ପ୍ରାଥମିକ ସ୍କୁଲରେ ଆଜି(ସୋମବାର) ଆଇରନ ବଟିକା ଦିଆ ଯାଇଥିଲା । ସ୍କୁଲରେ ପ୍ରାୟ ୧୦୦ ପିଲା ଏହି ବଟିକା ଖାଇଥିଲେ । ତେବେ ଅପରାହ୍ନରେ କିଛି ଛାତ୍ରଛାତ୍ରୀଙ୍କର ପେଟ କାଟି ଥିଲା ତ ଆଉ କାହାର ବାନ୍ତି ହୋଇଥିଲା । ଆଉ କିଛି ପିଲାଙ୍କର ଗୋଡ଼ହାତ ଝିମଝିମ ହୋଇଥିବା ଅଭିଭାବକ ମାନେ କହିଛନ୍ତି । ପିଲାଙ୍କର ଏଭଳି ଅବସ୍ଥା ଦେଖି ସେମାନେ ସେମାନଙ୍କ ପିଲାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଏଠାରେ ଡ଼ାକ୍ତର ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରିବା ପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖା ଯାଇଛି । ସେପଟେ ଏ ନେଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଯୋଗାଯୋଗ କରା ଯାଇଥିବା ବେଳେ ପିଲାଙ୍କୁ ଆଇରନ ବଟିକା ଦିଆ ଯାଇଥିଲା , ଆଉ ଏ ନେଇ ଅଧିକ କିଛି କହି ପାରିବେ ନାହିଁ ବୋଲି କହିଛନ୍ତି । Advertisement
ଜଳିଗଲା ଚଳନ୍ତା ବସ ଅନୁଗୁଳ – ହୁତୁହୁତୁ ହୋଇ ଜଳିଗଲା ବସ । ସୌଭାଗ୍ୟ ବଶତଃ ଏଥିରେ ଯାତ୍ରୀ କେହି ନଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ଓ ଖଳାସୀ…
ବିଦ୍ୟୁତ ତାର ମରାମତି ବେଳେ ଠିକା କର୍ମଚାରୀ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଜଗନ୍ନାଥ କୋଇଲା ଖଣିର ବଲଣ୍ଡା ଠାରେ ବିଦ୍ୟୁତ ତାର ଟାଣୁଥିବା ବେଳେ ଏକ ଅଘଟଣ ଘଟି ଯାଇଛି । ୧୧…
ସାବତ ବାପ କଲା ଦୁଷ୍କର୍ମ – ନାବାଳିକା କଲେ ସାଂଘାତିକ ଅଭିଯୋଗ ପାଲଲହଡା – ୧୨ ବର୍ଷର ନାବାଳିକା ଝିଅକୁ ହଷ୍ଟେଲରୁ ଡାକି ନେଲା ସାବତ ବାପା । ଆଉ ରକ୍ଷାସ ସାବତ ବାପ ଘରେ କେହି ନଥିବା ସୁଯୋଗ…