ମୁଖ୍ୟ ଖବର ବ୍ରାହ୍ମଣଦେଇପଡାରୁ ଶିଶୁପୁତ୍ର ଉଦ୍ଧାର Angul OnlineSeptember 15, 2022September 16, 2022 ଅନୁଗୁଳ – ଅନୁଗୁଳ ସହର ବ୍ରାହ୍ମଣଦେଇପଡାରୁ ଏକ ନବଜାତକ ଶିଶୁପୁତ୍ର ଉଦ୍ଧାର କରାଯାଇଛି । ପଡାର ଏକ ପିଣ୍ଡିରେ କପଡ଼ାରେ ଗୁଡା ହୋଇ ଶିଶୁପୁତ୍ରଟି ପଡିଥିବା ବେଳେ ସେହି ରାସ୍ତାଦେଇ ଯାଉଥିବା ସୁବାସ ଚନ୍ଦ୍ର ହାଜରା ଓ ଅନ୍ୟ ଜଣେ ଯୁବକଙ୍କ ନଜର ପଡିଥିଲା । ଆଖପାଖରେ ପଚରାଉଚରା କରିବା ବେଳେ ଶିଶୁପୁତ୍ରଟିର କେହି ଦାବିଦାର ନଥିବା ଜଣା ପଡିଥିଲା । ଏଣୁ ଉକ୍ତ ଯୁବକ ଦୁଇଜଣ ସଙ୍ଗେ ସଙ୍ଗେ ପୁଲିସକୁ ସୂଚନା ଦେବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଶିଶୁପୁତ୍ରଟିର ଅବସ୍ଥା ସ୍ଥିର ଥିବା ବେଳେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସ ଏନ ସି ୟୁରେ ଭର୍ତ୍ତି କରା ଯାଇଛି । ତେବେ କିଏ ଓ କାହିଁକି ଶିଶୁପୁତ୍ରଟିକୁ ଏଭଳି ଛାଡି ଯାଇଛି ସେ ନେଇ ପୁଲିସ ତଦନ୍ତ କରୁଛି । ଚାଇଲଡ଼ ଲାଇନ ମଧ୍ୟ ଖବର ପାଇ ମୁଖ୍ୟ ଚିକିତ୍ସାଳୟରେ ପହଂଚିଛି । Advertisement
ହାତୀ ଆକ୍ରମଣରେ ମହିଳା ମୃତ ଅନୁଗୁଳ – କଣିହାଁ ବନାଞ୍ଚଳ ସାପକଟା ଗାଁ ରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଶୁଭ ପ୍ରଧାନ ରାସ୍ତାରେ ଚାଲିଚାଲି…
ସେଟ୍ରିଙ୍ଗ ଖସି ଶ୍ରମିକ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ମାଣିକପୁର ଗାଁରେ ଏକ ଅଘଟଣ ଘଟି ଯାଇଛି। ଛାତ ସେଟ୍ରିଙ୍ଗ ଖୋଲିଥିବା ବେଳେ ସେଟ୍ରିଙ୍ଗ ଖସି ପଡିବା ଯୋଗୁଁ…
ହ୍ୟାଣ୍ଡକପ ପକାଇ ଅଭିଯୁକ୍ତକୁ ରାସ୍ତାରେ ଚଳାଇ ନେଲା ପୁଲିସ ଛେଣ୍ଡିପଦା – ଅଭିଯୁକ୍ତକୁ ହାତକଡୀ ପକାଇ ରାସ୍ତାରେ ଚଳାଇ ଚଳାଇ ଆଣିଲା ପୁଲିସ । କିଛି ବାଟ ଆଣିବା ପରେ ଛକ ଉପରେ ଗାଡି ଅପେକ୍ଷାରେ ବସି…