ମୁଖ୍ୟ ଖବର କୋଇଲା ବୋଝେଇ ଟ୍ରକରେ ନିଆଁ (ଭିଡିଓ) Angul OnlineSeptember 18, 2022September 18, 2022 ଅନୁଗୁଳ – କୋଇଲା ବୋଝେଇ ଟ୍ରକ ରେ ନିଆଁ । ଅଳ୍ପକେ ଏକ ବଡ ଧରଣର ଅଘଟଣରୁ ମିଳିଲା ରକ୍ଷା । ସୂଚନା ଅନୁସାରେ OR 19 ଗ 7027 ନମ୍ବର ବିଶିଷ୍ଟ ଏକ ଟ୍ରକ ତାଳଚେର ଖଣି ଅଞ୍ଚଳରୁ କୋଇଲା ନେଇ ନାଲକୋ CPP ପ୍ଲାଣ୍ଟକୁ ଆସିଥିଲା । ତେବେ ସିପିପି ପ୍ଲାଣ୍ଟ ସମ୍ମୁଖରେ କୋଇଲା ବୋଝେଇ ଟ୍ରକର ଗେଟ ପାସ ଆଣିବାକୁ ଡ୍ରାଇଭର ଯାଇଥିବା ବେଳେ ହଠାତ ଟ୍ରକରେ ନିଆଁ ଲାଗି ଯାଇଥିଲା । ତୁରନ୍ତ ନାଲକୋର ଅଗ୍ନିଶମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଫଳରେ ଏକ ବଡ ଧରଣର ଅଘଟଣରୁ ରକ୍ଷା ମିଳି ଯାଇଥିଲା । ସୌଭାଗ୍ୟ ବଶତଃ ଟ୍ରକର କେବିନରେ ଲାଗିଥିବା ନିଆଁ କୋଇଲାରେ ଧରି ନଥିଲା ।ଏହା ଆଖପାଖରେ ଥିବା ଅନ୍ୟ ଟ୍ରକ ଗୁଡିକୁ ଘଟଣା ସ୍ଥଳରୁ ତୁରନ୍ତ ପଳାଇ ଥିଲେ । ନହଲେ ନିଆଁ ଆହୁରି ଭୟଙ୍କର ରୁପ ନେବାର ସମ୍ଭାବନା ରହିଥିଲା । ତେବେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରା ଯାଉଥିବା ବେଳେ ଟ୍ରକର ଇଞ୍ଜିନ ପାର୍ଶ୍ୱଟି ସମ୍ପୂର୍ଣ ଜଳି ଯାଇଛି । https://angulonline.com/odia/wp-content/uploads/2022/09/VID-20220918-WA0005.mp4 ← BackThank you for your response. ✨ Name(required) Email(required) Website Message Submit Advertisement
ଆଠମଲ୍ଲିକରେ ଖୋଲିବ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟାଳୟ ଭୁବନେଶ୍ଵର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ପରିଷଦର ବାର୍ଷିକ ଅନୁଦାନକୁ…
ମଣ୍ଡପ ଉପରେ ବିଭତ୍ସ ହତ୍ୟା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ଦୁର୍ଗାପୁର ଛକ ନିକଟରେ ଥିବା ମଣ୍ଡପରୁ ଏକ ରକ୍ତ ଜୁଡୁବୁଡୁ ମୃତ୍ୟୁ ଦେହ ଉଦ୍ଧାର । ମୃତକ ଜଣକ…
ହାଇୱେ ଡକାୟତି ଯୋଜନାକୁ ଭଣ୍ଡୁର କରିଲା ପୁଲିସ – ଡକାୟତ ଗ୍ୟାଙ୍ଗ ଗିରଫ , ୪ଟି ଦେଶୀ ପିସ୍ତଲ ଜବତ ଅନୁଗୁଳ – ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ କରିବାକୁ ପୁଲିସ ଜିରୋ ଟୋଲେରାନ୍ସ ମୁଡ ଆଭିମୁଖ୍ୟ ରେ ଅଗଷ୍ଟ ୧ ତାରିଖରୁ ସ୍ୱତନ୍ତ୍ର ଅଭିଯାନ ଜାରି ରଖିଛି ।…