ମୁଖ୍ୟ ଖବର ପ୍ରଶାସନର ଚଢ଼ାଉ – ମଦ ଦୋକାନ ସମେତ ହୋଟେଲ ସିଲ , ଜୋରିମାନା ଆଦାୟ Angul OnlineSeptember 19, 2022September 19, 2022 ଅନୁଗୁଳ – ଅନୁଗୁଳ ବହୁମୁଖୀ ଶୃଙ୍ଖଳାଗତ ଟିମ୍ ପକ୍ଷରୁ ଆଜି ଅନୁଗୁଳ ଓ ନାଲକୋର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବାସି ଖାଦ୍ୟ ବିକୁଥିବା ଓ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ଦେଉଥିବା କାରଣରୁ ୩ଟି ଦୋକାନ ସିଲ୍ କରା ଯାଇଛି । ଏହା ସହ ୫ଟି ଦୋକାନରୁ ୩୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ସେହିପରି ଚଢ଼ା ଦରରେ ମଦ ବିକୁଞ୍ଚିବାରୁ ଗୋଟିଏ ମଦ ଦୋକାନକୁ ସିଲ୍ କରାଯାଇଛି । ଅନୁଗୁଳ ତହସିଲଦାର ବିମଳ ଲେଙ୍କାଙ୍କ ନେତୃତ୍ୱରେ ଆଜି ଏହି ଟିମ୍ ପ୍ରଥମେ ବସଷ୍ଟାଣ୍ଡ ଅଞ୍ଚଳରେ ଚଢ଼ଉ କରିଥିଲା । ଅନୁଗୁଳ ବସଷ୍ଟାଣ୍ଡରେ ଥିବା ମଦ ଦୋକାନ ଧାର୍ଯ୍ୟ ଦରଠାରୁ ଅଧିକ ଦରରେ ମଦ ବିକୁଥିବା ବେଳେ କର୍ମଚାରୀଙ୍କର ପରିଚୟପତ୍ର ନ ଥିଲା । ସେହିପରି ମଦର ଦର ତାଲିକା ଦୋକାନ ଆଗରେ ଲଗାଯାଇ ନଥିଲା । ତେଣୁ ଏହି ଦୋକାନକୁ ସିଲ୍ କରି ଦିଆଯାଇଛି । ବସଷ୍ଟାଣ୍ଡ ରେ ଥିବା ୩ ଟି ହୋଟେଲ୍ରେ ବାସି ଖାଦ୍ୟ ଦିଆଯାଉଥିବା ଯାଞ୍ଚ ସମୟରେ ଜଣାପଡ଼ିଥିଲା । ଏହି ହୋଟେଲ ଗୁଡ଼ିକରେ ଅସ୍ବାସ୍ଥ୍ୟକର ପରିବେଶ ଥିବା ବେଳେ ବିଭିନ୍ନ ରାସାୟନିକ ରଙ୍ଗ ଖାଦ୍ୟରେ ମିଶ୍ରଣ ହେଉଥିବା ଜଣା ପଡିଥିଲା । ତେଣୁ ଏହାକୁ ସିଲ୍ କରାଯାଇଛି ସେହିପରି ଅସ୍ବାସ୍ଥ୍ୟକର ଖାଦ୍ୟ ବିକୁଥିବା ୫ଟି ହୋଟେଲ୍ ଉପରୁ ୩୩ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ବସଷ୍ଟାଣ୍ଡରେ ଥିବା ଫଳ ଦୋକାନୀ ରଖୁଥିବା ଓଜନ ମାପ ମେସିନର କାଗଜପତ୍ର ନ ଥିବାରୁ ୫ ଜଣଙ୍କଠାରୁ ୬ ହଜାର ଟଙ୍କା ଆଦାୟ କରାଯାଇଛି । ଏହା ବିଶ୍ଵକର୍ମା ପୂଜା ପାଇଁ ନାଲକୋ ନଗରରେ ପଡିଥିବା ବିଭିନ୍ନ ଖାଦ୍ୟ ଷ୍ଟଲ ଗୁଡିକରେ ମଧ୍ୟ ଜାଞ୍ଚ କରାଯାଇଥିବା ଜଣା ପଡ଼ିଛି । Advertisement
ଜାପାନରେ ବିଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଅନୁଗୁଳ ଛାତ୍ର ଅନୁଗୁଳ – ଅନୁଗୁଳ ଚମ୍ପତିମୁଣ୍ଡାସ୍ଥିତ ପିଏମ୍ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଏକାଦଶ ଶ୍ରେଣୀର ଛାତ୍ର ଯୁବ ବିଜ୍ଞାନୀ ତେଜସ ଦାଶ ଜାପାନର ଟୋକିଓରେ ଆୟୋଜିତ ସାକୁରା ବିଜ୍ଞାନ…
ବେସରକାରୀ ସ୍କୁଲର ଦାଦାଗିରି – ଫି’ ନ ଦେବାରୁ ଟିସି ଦେଇ ବାହାର କରିଦେଲା ଛାତ୍ରଛାତ୍ରୀଙ୍କୁ ଅନୁଗୁଳ – ସ୍କୁଲ କର୍ତ୍ତୁପକ୍ଷଙ୍କ ଦାଦାଗିରି । ଫି ଦେଇ ପାରିଲେ ନାହିଁ ବୋଲି ଟିସି ଦେଇ ସ୍କୁଲରୁ ବାହାର କରି ଦେଲେ । ଏଭଳି ଅଭିଯୋଗ…
ଘରେ ପଶି ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଅଭିଯୁକ୍ତକୁ କାରାଦଣ୍ଡ ଅନୁଗୁଳ – ଘରେ କେହି ନଥିବାର ସୁଯୋଗ ନେଇ ଘରେ ପଶି ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଅଭିଯୁକ୍ତକୁ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର…