ମୁଖ୍ୟ ଖବର ଦୁର୍ଘଟଣାରେ ଭିନ୍ନକ୍ଷମ ଯୁବକଙ୍କ ମୃତ୍ୟୁ Angul OnlineSeptember 21, 2022September 21, 2022 ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶରଧାପୁର ଗାଁର ତନ୍ମୟ ସାହୁଙ୍କର ବୁଧବାର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ସେ ତାଙ୍କ ମୋଟରସାଇକେଲରେ ଘରୁ ବାହାରି ଯାଉଥିବା ବେଳେ ଭାଲୁଖାଇ ନିକଟରେ ପୋଲରେ ଭାରସାମ୍ୟ ହରାଇ ପିଟି ହୋଇ ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ନିଆ ଯାଉଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତନ୍ମୟ କଥା କହି ପାରୁ ନଥିଲେ ମଧ୍ୟ ତାଙ୍କ ଆଚାର ଓ ବ୍ୟବହାର ଯୋଗୁଁ ଅନେକ ଲୋକଙ୍କ ପାଖରେ ବେଶ ପରିଚିତ ଥିଲେ । ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ସତ୍ୟବ୍ରତ ରାଉତ କହିଛନ୍ତ । କିନ୍ତୁ ଦୁର୍ଘଟଣା ଖବର ରହିଛି । ଦୁର୍ଘଟଣାର ଶୀକାର ହୋଇଥିବା ଯୁବକଙ୍କର କଟକରେ ମୃତ୍ୟୁ ହୋଇଥିବା ଖବର ଆସିଥିବା ସେ କହିଛନ୍ତି । Advertisement
ଆମ ହସ୍ପିଟାଲ ଯୋଜନାରେ ସାମିଲ ଦାବିରେ ଛେଣ୍ଡିପଦା ବନ୍ଦ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ସଦର ମହକୁମାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ‘ଆମ ହସ୍ପିଟାଲ’ ଯୋଜନାରେ ସାମିଲ କରିବା ଦାବିରେ ସୋମବାର ଛେଣ୍ଡିପଦା ବଂଦ…
ଝିଅ ଅପହରଣ ଅଭିଯୋଗର ମିଛ ପର୍ଦ୍ଦାଫାଶ, ଗିରଫ ହେଲେ ମା’ ଛେଣ୍ଡିପଦା – ଝିଅର ଅପହରଣ ହୋଇଥିବା ଅଭିଯୋଗ କରି ଥାନାରେ ମାମଲା ରୁଜୁ କରିଥିବା ଜଣେ ମହିଳା ଶେଷରେ ନିଜେ ପୁଲିସ ଜାଲରେ ଫସିଛନ୍ତି। ତଦନ୍ତରେ ଅଭିଯୋଗ…
ଶିଳପୁଆରେ ଛେଚି ଭାଉଜକୁ ହତ୍ୟା କଲା ଦିଅର ଅନୁଗୁଳ – ଅନୁଗୁଳ ସଦର ଥାନା ସୁସୁଡା ଗାଁରେ ଆଯି ( ବୁଧବାର) ସନ୍ଧ୍ୟାରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି । ଦିଅର ଶିଳପୁଆରେ ଛେଚି ଭାଉଜକୁ…