ଅପରାଧ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ Angul OnlineSeptember 23, 2022September 23, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଥାନା ଜାମୁଣ୍ଡା ଗାଁରେ ୨୦୧୫ ମସିହା ମାର୍ଚ୍ଚ ମାସରେ ଜମିଜମା ବିବାଦକୁ ନେଇ ଏକ ହତ୍ୟାକାଣ୍ଡ ହୋଇଥିଲା । ଏହି ହତ୍ୟାକାଣ୍ଡ ଘଟଣାରେ ଅନୁଗୁଳ ଜିଲ୍ଲା ଓ ଦୌରା ଜଜ ମୁଖ୍ୟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ସହ ୩ ସହଯୋଗୀଙ୍କୁ ୩ ମାସ ସଶ୍ରମ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ସୂଚନା ଅନୁସାରେ ୨୦୧୫ ମସିହା ମାର୍ଚ୍ଚ ୨୦ ତାରିଖ ଦିନ ଜାମୁଣ୍ଡା ଗ୍ରାମର ଅଜୟ ପ୍ରଧାନ ଏକ ଜାଗାରେ ରଖା ଯାଇଥିବା ଇଟା ବୋହି ଘରକୁ ଆଣୁଥିଲେ । ଏହି ସମୟରେ ତାଙ୍କ ସମ୍ପର୍କୀୟ ଭାଇ ସୁଧାକର ପ୍ରଧାନ ଏହା ସଜା ଜାଗା ,ଏଠାରୁ କାହିଁକି ଇଟା ନେଉଛ କହିବା ସହ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏପରିକି ଉଭୟ ପରିବାର ଭିତରେ ମାଡ଼ପିଟ ହୋଇଥିଲା । ତେବେ ତା ପରଦିନ ସୁଧାକରଙ୍କ ପୁଅ ଶ୍ରୀପତି ପ୍ରଧାନ , ଅଜୟଙ୍କ ଘରକୁ ଆସିବା ସହ ବାପାଙ୍କ ସହ କାହିଁକି ଝଗଡା କରୁଥିଲ କହି ଗାଳିଗୁଲଜ କରିଥିଲେ । ଏହା ସହ ଅଜୟଙ୍କ ମୁଣ୍ଡକୁ ଏକ କାଠ ଫାଳିଆରେ ଆକ୍ରମଣ କରିଥିଲେ । ଅଜୟଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ସହ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ନିଆ ଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅଜୟଙ୍କ ମୃତ୍ୟୁ ହୋଉଥିଲା । ଏହି ଘଟଣାରେ ଆଜି (ଶୁକ୍ରବାର) ୧୪ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ମୁଖ୍ୟ ଅଭିଯୁକ୍ତ ଶ୍ରୀପତି ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୨୫ ହଜାର ଟଙ୍କା ଜୋରିମନା ଦେବାକୁ ଜିଲ୍ଲା ଓ ଦୌରା ଜଜ ପ୍ରଣବ କୁମାର ପାତ୍ର ଆଦେଶ ଦେଇଛନ୍ତି । ଜୋରିମନା ଅନାଦେୟ ଆଉ ୬ ମାସ କାରାଦଣ୍ଡାଦେଶ ଆଦେଶ ଦେଇଛନ୍ତି । ଏହା ସହ ଏହି ହତ୍ୟାକାଣ୍ଡରେ ଜଡିତ ଶ୍ରୀପତିଙ୍କ ବାପା ସୁଧାକର ପ୍ରଧାନ , ମା ଲୀଳାବତୀ ପ୍ରଧାନ ଓ ସ୍ତ୍ରୀ ଟୁନି ପ୍ରଧାନଙ୍କୁ ୩ ମାସ କାରାଦଣ୍ଡାଦେଶ ମଧ୍ୟ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ପ୍ରଦୀପ କୁମାର ଦାସ ମାମଲା ଲଢ଼ିଥିଲେ । Advertisement
ଗୁଣି ସନ୍ଦେହରେ ମଞ୍ଚାରେ ଶୋଇଥିବା ଚାଷୀକୁ ହତ୍ଯା କରିଥିଲେ – ୩ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଓଲାବେରୀ ଗାଁରେ ମଞ୍ଚାରେ ଶୋଇଥିବା ଚାଷୀ ହତ୍ୟାକାଣ୍ଡର ପର୍ଦାଫାସ କରିଛି ଅନୁଗୁଳ ପୁଲିସ । ଚାଷୀ ବିଶ୍ବନାଥ ବର୍ଗିଆ(୫୦)ଙ୍କୁ…
କାର ପୋଡ଼ିଦେଲେ ଦୁବୃତ୍ତ ଅନୁଗୁଳ – ସାମାନ୍ୟ କଳହରୁ ଘର ନିକଟରେ ରଖିଥିବା କାର ପୋଡ଼ିଦେଲେ ଦୁବୃତ୍ତ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ତଳମୂଳ ଗାଁରେ ଘଟିଛି । ସୂଚନା…
ଦୁଷ୍କର୍ମ ଉଦ୍ୟମକାରୀକୁ ୧୦ ବର୍ଷ ଓ ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଅନୁଗୁଳ – ଜଣେ ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡାଦେଶ ଦେଇଥିବା ବେଳେ ଆଉ ଜଣେ ଦୁଷ୍କର୍ମ ଉଦ୍ୟମକାରୀକୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ମାନ୍ୟବର ଅଦାଲତ…