ଅପରାଧ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ Angul OnlineSeptember 23, 2022September 23, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଥାନା ଜାମୁଣ୍ଡା ଗାଁରେ ୨୦୧୫ ମସିହା ମାର୍ଚ୍ଚ ମାସରେ ଜମିଜମା ବିବାଦକୁ ନେଇ ଏକ ହତ୍ୟାକାଣ୍ଡ ହୋଇଥିଲା । ଏହି ହତ୍ୟାକାଣ୍ଡ ଘଟଣାରେ ଅନୁଗୁଳ ଜିଲ୍ଲା ଓ ଦୌରା ଜଜ ମୁଖ୍ୟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ସହ ୩ ସହଯୋଗୀଙ୍କୁ ୩ ମାସ ସଶ୍ରମ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ସୂଚନା ଅନୁସାରେ ୨୦୧୫ ମସିହା ମାର୍ଚ୍ଚ ୨୦ ତାରିଖ ଦିନ ଜାମୁଣ୍ଡା ଗ୍ରାମର ଅଜୟ ପ୍ରଧାନ ଏକ ଜାଗାରେ ରଖା ଯାଇଥିବା ଇଟା ବୋହି ଘରକୁ ଆଣୁଥିଲେ । ଏହି ସମୟରେ ତାଙ୍କ ସମ୍ପର୍କୀୟ ଭାଇ ସୁଧାକର ପ୍ରଧାନ ଏହା ସଜା ଜାଗା ,ଏଠାରୁ କାହିଁକି ଇଟା ନେଉଛ କହିବା ସହ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏପରିକି ଉଭୟ ପରିବାର ଭିତରେ ମାଡ଼ପିଟ ହୋଇଥିଲା । ତେବେ ତା ପରଦିନ ସୁଧାକରଙ୍କ ପୁଅ ଶ୍ରୀପତି ପ୍ରଧାନ , ଅଜୟଙ୍କ ଘରକୁ ଆସିବା ସହ ବାପାଙ୍କ ସହ କାହିଁକି ଝଗଡା କରୁଥିଲ କହି ଗାଳିଗୁଲଜ କରିଥିଲେ । ଏହା ସହ ଅଜୟଙ୍କ ମୁଣ୍ଡକୁ ଏକ କାଠ ଫାଳିଆରେ ଆକ୍ରମଣ କରିଥିଲେ । ଅଜୟଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ସହ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ନିଆ ଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅଜୟଙ୍କ ମୃତ୍ୟୁ ହୋଉଥିଲା । ଏହି ଘଟଣାରେ ଆଜି (ଶୁକ୍ରବାର) ୧୪ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ମୁଖ୍ୟ ଅଭିଯୁକ୍ତ ଶ୍ରୀପତି ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୨୫ ହଜାର ଟଙ୍କା ଜୋରିମନା ଦେବାକୁ ଜିଲ୍ଲା ଓ ଦୌରା ଜଜ ପ୍ରଣବ କୁମାର ପାତ୍ର ଆଦେଶ ଦେଇଛନ୍ତି । ଜୋରିମନା ଅନାଦେୟ ଆଉ ୬ ମାସ କାରାଦଣ୍ଡାଦେଶ ଆଦେଶ ଦେଇଛନ୍ତି । ଏହା ସହ ଏହି ହତ୍ୟାକାଣ୍ଡରେ ଜଡିତ ଶ୍ରୀପତିଙ୍କ ବାପା ସୁଧାକର ପ୍ରଧାନ , ମା ଲୀଳାବତୀ ପ୍ରଧାନ ଓ ସ୍ତ୍ରୀ ଟୁନି ପ୍ରଧାନଙ୍କୁ ୩ ମାସ କାରାଦଣ୍ଡାଦେଶ ମଧ୍ୟ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ପ୍ରଦୀପ କୁମାର ଦାସ ମାମଲା ଲଢ଼ିଥିଲେ । Advertisement
୧୧ ଲକ୍ଷ ଟଙ୍କା ମୂଲ୍ଯର ବ୍ରାଉନସୁଗାର ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ଏକ ବଡ ସଫଳତା ମିଳିଛି । ବ୍ରାଉନସୁଗାର ବେପାର କରିବାକୁ ଗରାଖ ଅପେକ୍ଷାରେ ଥିବା ବେଳେ ଜଣେ ବେପାରୀକୁ…
ପାଞ୍ଚ ଜଣଙ୍କ ନାମରେ ଲଟକା ଜାରି କଲା ପୁଲିସ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ସାପୋଇନାଳି ଗ୍ରାମରେ ଗଞ୍ଜେଇ କାରବାରରୁ ବେଆଇନ ସମ୍ପତି ଜବତ ଘଟଣାରେ ପୁଲିସ ଚିତରଞ୍ଜନଙ୍କ ଘରେ ୫ ଜଣଙ୍କ ନାମରେ ଲଟକା…
କୂଅ ଭିତରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଅମାନ୍ତପୁର ଗାଁର ଏକ କୂଅ ଭିତରୁ ଯୁବକର ମୃତଦେହ ଉଦ୍ଧାର । ମୃତ ଯୁବକଙ୍କ ପରିଚୟ ମିଳିପାରି ନଥିବା…