ମୁଖ୍ୟ ଖବର ତୀର୍ଥଯାତ୍ରା ହେଲା ଶେଷଯାତ୍ରା – ବସ ଦୁର୍ଘଟଣା ହୋଇ ଜିଲ୍ଲାର ଦୁଇ ମୃତ Angul OnlineOctober 2, 2022October 2, 2022 ଅନୁଗୁଳ – ତୀର୍ଥଯାତ୍ରା କରିବାକୁ ଯାଇଥିବା ବେଳେ ବସ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟ ଅନୁଗୁଳ ଜିଲ୍ଲା କଣିହାଁ ଅଞ୍ଚଳର ଦୁଇଜଣ ଥିବା ସ୍ପଷ୍ଟ ହୋଇଛି । ସୂଚନା ଅନୁସାରେ ଓଡିଶାରୁ ପ୍ରାୟ ୫୫ ଜଣଙ୍କୁ ନେଇ ଏକ ତୀର୍ଥଯାତ୍ରୀ ବସ ୧୫ ଦିନ ତଳେ ଯାତ୍ରା ଆରମ୍ଭ କରିଥିଲା । ତୀର୍ଥଯାତ୍ରୀ ମାନେ ଉତ୍ତରାଖଣ୍ଡ , ଗୟା ଆଦି ବୁଲି ଫେରୁଥିବା ବେଳେ ଝାଡଖଣ୍ଡ ହଜାରିବାଗର କଟକମସଙ୍ଗି ନିକଟରେ ଏକ ଫଳ ବୋଝେଇ ଟ୍ରକ ସହିତ ତୀର୍ଥଯାତ୍ରୀ ବସର ଦୁର୍ଘଟଣା ହୋଇଥିଲା । ଫଳରେ ବସରେ ଥିବା ପ୍ରାୟ ୩୫ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ୪ ଜଣଙ୍କ ମଧ୍ୟରୁ ଦୁଇ ଜଣ ବାଲେଶ୍ଵର ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଦୁଇଜଣ ଅନୁଗୁଳ ଜିଲ୍ଲାର । ଅନୁଗୁଳ ଜିଲ୍ଲାର ମୃତକଙ୍କ ମଧ୍ୟରେ ଜଣେ କଣିହାଁ କଂସମୁଣ୍ଡା ଗାଁର ମନୁ ବେହେରା ଓ ଅନ୍ୟ ଜଣଙ୍କ ମସୁଣିହତା ଗାଁର ମେନକା ପ୍ରଧାନ ବୋଲି ଜଣା ପଡ଼ିଛି । ତେବେ ମୃତକ ମାନଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତ ଶରୀର ଗାଁକୁ କିଭଳି ଅଣାଯିବ ସେ ନେଇ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ସେଠିକାର ପ୍ରଶାସନ ସହ ଆଲୋଚନା କରିଛନ୍ତି । Advertisement
ପାରିବାରିକ କଳହରୁ ସ୍ୱାମୀର ଯୌନାଙ୍ଗ କାଟିଦେଲା ସ୍ତ୍ରୀ ଅନୁଗୁଳ – ସ୍ୱାମୀ – ସ୍ତ୍ରୀ ଝଗଡାରେ ସ୍ୱାମୀର ଯୌନାଙ୍ଗ କାଟିଦେଲା ସ୍ତ୍ରୀ । ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମର ଦାଣ୍ଡିଆ ସାହିରେ…
ଉଦଘାଟନର ଘଣ୍ଟାଏ ପରେ ସିଲ ହେଲା ଦୋକାନ ଅନୁଗୁଳ – ଅନୁଗୁଳ ସହରରେ ଆଜି ଏକ ବଡ ସପିଂ ମଲ ଉଦଘାଟନ ହୋଇଥିବା ବେଳେ ଉଦଘାଟନର ଘଣ୍ଟାଏ ପରେ ପ୍ରଶାସନ ତାହାକୁ ସିଲ କରିଛି ।…
କୂଅ ଭିତରେ ପଡିଲା ହାତୀ – ୮ ଘଣ୍ଟା ପରେ ହେଲା ଉଦ୍ଧାର ଅନୁଗୁଳ – ଅନୁଗୁଳ ବ୍ଲକ ଶରଧାପୁର ପଞ୍ଚାୟତ ବାଲିଜେରେଙ୍ଗ ଗାଁ ର ଏକ କୂଅରେ ଏକ ମାଈ ହାତୀ ରାତି ପ୍ରାୟ ୨ଟା ବେଳେ ପଡିଥିବା ୮…