ମୁଖ୍ୟ ଖବର ସହକାରୀ ଡାକ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଓ ଘରେ ସିବିଆଇ ଚଢ଼ାଉ Angul OnlineOctober 11, 2022October 11, 2022 ଅନୁଗୁଳ – ସିବିଆଇ ପଞ୍ଚାରେ ସହକାରୀ ଡାକ ଅଧିକ୍ଷକ । କୁରୁଡୁଲ ପୋଷ୍ଟ ଅଫିସରେ ଥିବା ଜଣେ ଆସିଷ୍ଟାଣ୍ଡ ବ୍ରାଞ୍ଚ ପୋଷ୍ଟ ମାଷ୍ଟରଙ୍କୁ ଦୂରକୁ ବଦଳି କରି ଦେବାକୁ ଧମକ ଦେଇ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଲେ । ସୂଚନା ଅନୁସାରେ କୁରୁଡୁଲ ପୋଷ୍ଟ ଅଫିସର ଜଣେ ଆସିଷ୍ଟାଣ୍ଡ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଭାବେ ଚାକିରୀ କରିଥିବା ବେଳେ ଅନୁଗୁଳ ପୂର୍ବ ଉପଖଣ୍ଡ କାର୍ଯ୍ୟାଳୟର ସହକାରୀ ଡାକ ଅଧିକ୍ଷକ ଟିକନ କୁମାର ଦେବତା ତାଙ୍କୁ ଲାଞ୍ଚ ମାଗିଥିଲେ । ଲାଞ୍ଚ ନଦେଲେ ତାଙ୍କୁ ଦୂରକୁ ବଦଳି କରିଦେବେ ବୋଲି ଧମକ ଦେଇଥିଲେ । ଆଉ ଏଥିପାଇଁ ସମ୍ପୁକ୍ତ ଆସିଷ୍ଟାଣ୍ଡ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ସିବିଆଇ ର ଦ୍ୱାରସ୍ଥ ହୋଇଥିଲେ । ଆଉ ଯୋଜନା ଅନୁସାରେ ସିବିଆଇ ତାଙ୍କୁ ଆଜି ଧରିଥିବା ବେଳେ ତାଙ୍କ କାର୍ଯ୍ୟାଳୟ ଓ ଅମଲାପଡାସ୍ଥିତ ବାସଭବନରେ ଚଢ଼ାଉ କରୁଛି । Advertisement
୧୯ ଲକ୍ଷ ୩୮ ହଜାର ଟଙ୍କାର ଲଡୁ – ଲଡୁର ଓଜନ ୩୫ କୁଇଣ୍ଟାଲ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେରର ପ୍ରସିଦ୍ଧ ଗଣେଶ ପୂଜାର ଆଜ୍ଞା ଲଡୁ ନିଲାମ ହୋଇଛି । ଚଳିତ ବର୍ଷ ୩୫ କୁଇଣ୍ଟାଲ ଓଜନ ବିଶିଷ୍ଟ ଏହି…
ଦୁର୍ଘଟଣା ନେଲା ତିନି ଜୀବନ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣା ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ , ଗତ ଗୁରୁବାର…
ସଡକ ଦୁର୍ଘଟଣାରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ପିଟିସି ଛକ ନିକଟରେ ବୁଧବାର ଭୋର ସମୟରେ ଏକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ବଳରାମ ପ୍ରସାଦର ଦିଲ୍ଲୀପ ମହାଳିକ…