ସମସ୍ୟା ବିଟ ହାଉସକୁ ଭରସା ଦଦରା ଜିପ Angul OnlineOctober 13, 2022October 13, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ ବାଗଡ଼ିଆର ଥିବା ବିଟ ହାଉସରେ ଭଲ ଗାଡି ଖଣ୍ଡିଏ ନାହିଁ । ଏକ ବହୁ ପୁରୁଣା ଭଙ୍ଗରା ଜିପରେ ଫାଣ୍ଡି ପୁଲିସକୁ ଯିବା ଆସିବା କରିବାକୁ ପଡୁଛି । ଯାହାକି ବାଟରେ ବେଳେ ବେଳେ ଖରାପ ହୋଇ ଯାଉଥିବାରୁ ପୁଲିସକୁ ହଇରାଣ ହେବାକୁ ପଡୁଛି । ଆଜି ୧୫୩ ବି ଜାତୀୟ ରାଜପଥର ଖମାର ଗ୍ରାମ୍ୟ ବ୍ୟାଙ୍କ ସମୁଖରେ ଏହି ଜିପ ଖରାପ ହେବାରୁ ଦୀର୍ଘ ସମୟ ଅଟକି ରହିବାକୁ ପଡିଥିଲା । ଶେଷରେ ସେଥିରେ ଯାଉଥିବା ପୁଲିସ ବାବୁଙ୍କୁ ଲିଫ୍ଟରେ ଯିବାକୁ ପଡିଥିଲା ।ଏହି ବିଟହାଉସ ତା ଅଧିନରେ ରହିଥିବା ୯ଟି ପଞ୍ଚାୟତର ୪୮ ରାଜସ୍ବ ଗାଁରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ଭାଳୁଛି । ଏହି ବିଟ ହାଉସର ଗୁରୁତ୍ବକୁ ଉପଲବ୍ଧ କରି ରାଜ୍ୟ ସରକାର ନୂତନ ଥାନା ପାଇଁ ଘୋଷଣା କରିଛନ୍ତି । ହେଲେ ବିଟିହାଉସର ଅଧିକାରୀ ଯାତାୟାତରେ ରହିଛି ପୋଲିସ ବିଭାଗର ଭଙ୍ଗା ଦଦରା ମହିନ୍ଦ୍ରା କମାଣ୍ଡର ଗାଡ଼ି । ଏହି ଗାଡି ପେଟ୍ରୋଲିଂ ଠାରୁ ଆରମ୍ଭକରି ଆଇନ ଶୃଙ୍ଖଳ ପରିସ୍ଥିତି ପାଇଁ ଏକ ମାତ୍ର ସାହା ଭରସା । ଯାହା ଏବେ ଭାଙ୍ଗିରୁଜି ଯାଇଛି । ଏହି ଗାଡି ଧରି ବାଗଡିଆ ବିଟହାଉସର ଭାରପ୍ରାପ୍ତ ଅଧିକାରୀ ରାଜପଥରେ ଥାନାକୁ ଆସୁଥିବା ବେଳେ ଖମାର ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ହଠାତ ଅଚଳ ହୋଇଯାଇଥିଲା । ଗାଡିର ଚାଳକ ଦୁଇଘଣ୍ଟା ଧରି ଗାଡିକୁ ସଚଳ କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଗାଡିଟି ଠିକ ହୋଇପାରି ନଥିଲା । ସେହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ ଏକ ଗାଡ଼ିରେ ବାଧ୍ୟହୋଇ ପୁଲିସ ବାବୁ ଲିଫ୍ଟରେ ବିଟ ହାଉସକୁ ଯାଇଥିଲେ । ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏ ଅଞ୍ଚଳର ଚୋରି ,ରାହାଜାନୀ,ଦୁର୍ଘଟଣା ଓ ଅପରାଧ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି ଗାଡି ଟିରେ ଗାଁକୁ ଗାଁ ପୋଲିସ କର୍ମଚାରୀ ଯିବା ଆସିବା କରନ୍ତି । ବର୍ତ୍ତମାନ ବାଗଡିଆ ବିଟ୍ ହାଉସ ବ୍ୟବହାର କରାଯାଉଥିବା ଖୋଲା ମହିନ୍ଦ୍ରା ଜିପ ଗାଡ଼ିରେ ଅପରାଧିକୁ ନେଇ ଯାଉଥିବା ବେଳେ ପୁଲିସ ଓ ଅପରାଧୀ ମଧ୍ୟ କେତେ ସୁରକ୍ଷିତ ଭାବେ ଯିବା ଆସିବା କରିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । Advertisement
ଟ୍ରେଡିଙ୍ଗ ଓ ହୋଲଡିଙ୍ଗ ଟାକ୍ସ ପାଇଁ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ଆଲୋଚନା ଅନୁଗୁଳ – ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ସହରରେ ନିଆ ଯାଉଥିବା ଟ୍ରେଡିଙ୍ଗ ଓ ହୋଲଡିଙ୍ଗ ଟାକ୍ସ ପାଇଁ ଅନୁଗୁଳ ପୌରାଧ୍ୟକ୍ଷ ଏବଂ…
କରୋନା ଟିକା ପାଇଁ ଭରଚୁଆଲ ମାଧ୍ୟମରେ ଖୋଲା ମତ କାର୍ଯ୍ୟକ୍ରମ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ବୋଲ ମାନୁନି । ଜିଲ୍ଲାରେ ଆକ୍ଟିଭ ଆକ୍ରାନ୍ତଙ୍କ ସଂଖ୍ୟା ୫୬୪୪ ରେ ପହଞ୍ଚିଥିବା ବେଳେ ଏଥିରେ ଆକ୍ରାନ୍ତ ହୋଇ ୧୧୯…
ଏମ.ସି.ଏଲ.ର ଦାଦାଗିରି – ରାତି ଅଧରେ ବୁଲଡୋଜର ଲଗାଇ ଭାଙ୍ଗିଲା ଘର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଏମସିଏଲର ଦାଦାଗିରି ଅଭିଯୋଗ । କ୍ଷତିପୂରଣ ଓ ଥଇଥାନ ନକରି ରାତି ଅଧରେ ବୁଲଡୋଜର ଲଗାଇ ଏମ ସି ଏଲ…