ମୁଖ୍ୟ ଖବର ବାଣ ଭିଡୁଥିବା ବେଳେ ବିସ୍ଫୋରଣ- ଜଣେ ମୃତ ତିନିଜଣ ଗୁରୁତର Angul OnlineOctober 21, 2022October 21, 2022 ପାଲଲହଡା – ଅନୁଗୁଳ ଜିଲ୍ଲା ଖମାର ଥାନା ଇଞ୍ଜିଡ଼ି ପଞ୍ଚାୟତ ସାଆନ୍ଦା ଗ୍ରାମରେ ବାଣ ଭିଡୁ ଥିବା ବେଳେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି I ମୃତକ ଜଣଙ୍କ ସେହି ଗ୍ରାମର ତ୍ରିପୁର ବେହେରା । ସୂଚନା ଅନୁସାରେ ଆଗକୁ ଦୀପାବଳି ଥିବା ବେଳେ ଆଜି ସକାଳୁ ଘରେ ବାଣ ଭିଡୁଥିଲେ । ତେବେ କୌଣସି କାରଣ ବଶତଃ ହଠାତ୍ ବିସ୍ଫୋରଣ ଘଟିଥିଲା I ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘରର ଛପର ଉଡିଯାଇଥିଲା I ଆହତ ମାନଙ୍କୁ ପ୍ରଥମେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଅନୁଗୁଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି I ଖମାର ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ବାଣ କାରଖାନା ଆଇନ୍ ସମ୍ମତ ଥିଲା ନା ବେଆଇନ ଭାବରେ ଚାଲିଥିଲା ତାହା ସନ୍ଦେହ ଘେରରେ ଅଛି । Advertisement
ପୂର୍ବତନ ବିଧାୟକ ତଥା ସାଂସଦଙ୍କ ପରଲୋକ ପାଲଲହଡ଼ା – ପରଲୋକରେ ପୂର୍ବତନ ସାଂସଦ ତଥା ଦୁଇ ଥରର ବିଧାୟକ ଡ଼ଃ ନାରାୟଣ ସାହୁ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର…
କାର ଦୁର୍ଘଟଣାରେ ସ୍ଵାମୀ ମୃତ ସ୍ତ୍ରୀ- ଝିଅ ଆହତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ସାରଙ୍ଗପୁର ଗାଁ ନିକଟରେ ଏକ ଦୁର୍ଘଟଣାରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଏବଂ ଝିଅ ଗୁରୁତର ହୋଇଥିବା ଜଣା…
ସ୍କୁଲରେ ବିଦ୍ୟୁତ ଆଘାତରେ ଶିକ୍ଷକ ମୃତ ଅନୁଗୁଳ – ସ୍କୁଲର ପାଣି ପମ୍ପ ସଜାଡ଼ିବାକୁ ଯାଇ ବିଦ୍ୟୁତ ଆଘାତରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା ପୋକଟୁଙ୍ଗା…