ଖେଳ ଓ ଖେଳାଳି ଓସିଏର ଆପେକ୍ସ କାଉନସିଲ ମେମ୍ବର ହେବେ ପ୍ରତାପ Angul OnlineOctober 21, 2022October 21, 2022 କଟକ – ଓସିଏ ସଭାପତି ହେବେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ତାଙ୍କ ବିରୋଧରେ କେହି ନାମାଙ୍କନ ପତ୍ର ଦାଖଲ କରିନଥିବାରୁ ଓଡ଼ିଶା କ୍ରିକେଟ ଆସୋସିଏସନର ସଭାପତି ହେବାକୁ ଯାଉଛନ୍ତି ପ୍ରଣବ ପ୍ରକାଶ ଦାସ । ଏକମାତ୍ର ପ୍ରାର୍ଥୀ ଭାବେ ସେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିବାରୁ ପ୍ରଣବ ପ୍ରକାଶ ଦାସ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବେ । ଏହା କେବଳ ଘୋଷଣା ହେବାକୁ ବାକି ଅଛି । ସେହିଭଳି ଅନୁଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନ ସଭାପତି ପ୍ରତାପ ପ୍ରଧାନ (ନିଲୁ) ଆପେକ୍ସ କାଉନସିଲ ମେମ୍ବର ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତାଙ୍କ ବିରୁଦ୍ଧରେ ଅନ୍ୟ କେହି ପ୍ରାର୍ଥୀପତ୍ର ଦାଖଲ କରି ନଥିବାରୁ ସେ ମଧ୍ୟ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବା ନିଶ୍ଚିତ ହୋଇ ସାରିଛି । ଆଉ ଏହା ଜଣା ପଡିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୂଅ ଛୁଟିଛି । Advertisement
ଅନୁଗୁଳ ମୋ ଖେଳର ଏନ୍ତୁଡିଶାଳ – ପ୍ରମୋଦ ଭଗତ ନାଲକୋନଗର – ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ନାଲକୋ ନଗର…
ଏକଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସୋଲଡା ଠାରେ ଏକଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରଥମ ଶିବଶକ୍ତି ଭଲିବଲ ଟୁର୍ଣ୍ଣାମେଣ୍ଟରେ…
କମାଣ୍ଡୋ-୧୧ ଚମ୍ପିୟାନ ଅନୁଗୁଳ – ଲୁଟୁ ୱାରିଅର୍ସ ପ୍ରିମୀୟର ଲିଗ୍ ର ଫାଇନାଲ ମ୍ୟାଚ ସ୍ଥାନୀୟ ପିଟିସି ଖେଳ ପଡିଆଠାରେ ଅନୁଷ୍ଠିତ ହୋଇଥିବା ବେଳେ ଫାଇନାଲରେ ଭୁବନେଶ୍ଵରର କମାଣ୍ଡୋ-୧୧ ଓ…