ଖେଳ ଓ ଖେଳାଳି ନଭେମ୍ବର ୩ ତାରିଖରୁ ବାଜି ରାଉତ ଫୁଟବଲ କପ ଟୁର୍ଣ୍ଣାମେଣ୍ଟ Angul OnlineOctober 30, 2022October 30, 2022 ଅନୁଗୁଳ – ଆସନ୍ତା ନଭେମ୍ବର ୩ ତାରିଖରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ବାଜିରାଉତ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । ଏହାର ଉଦ୍ଘାଟନୀ ମ୍ୟାଚ ଢେଙ୍କାନାଳରେ ହେବାକୁ ଥିବା ବେଳେ ତାଳଚେର ସାଉଥ ବଲଣ୍ଡାରେ ଉଦଯାପିତ ହେବ । ଅନୁଗୁଳ କଦମ ପଡ଼ିଆରେ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟର ଚାରିଟି ମ୍ୟାଚ ଖେଳାଯିବ । ଓଡିଶା , ମୁମ୍ବାଇ , ଗୋଆ ଚର୍ଚିଲ ବ୍ରଦର୍ଶ , କେରଳ , ରାଜସ୍ଥାନ , ଦିଲ୍ଲୀ ଓ ପଶ୍ଚିମବଙ୍ଗର ମହମ୍ମଡାନ ସ୍ପୋଟିଂ କ୍ଲବ ଭଳି ନାମୀ ଦାମୀ କ୍ଲବ ଏଥ୍ରେ ଅଂଶ ଗ୍ରହଣ କରିବେ । ଖେଳ ଦିନ ଏଗାରଟାରୁ ଦୁଇଟା ଓ ଦୁଇଟାରୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଖେଳାଯିବ । ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିବେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ସ୍ଥାନୀୟ ଏକ ହୋଟେଲରେ ଆମେ ଓଡ଼ିଆ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ଟୁର୍ଣ୍ଣାମେଣ୍ଟ ବାବଦରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଥିଲା । ବସନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସମ୍ପାଦକ ସଂଗ୍ରାମ ପାତ୍ର , ବିରେନ ସାମଲ , ବିଶିଷ୍ଟ ଫୁଟବଲ ଖେଳାଳି ଅରଆଇ ଟିଗାଙ୍କ ସମେତ ଉପଦେଷ୍ଟା ବିଶ୍ବଜିତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଜନସାଧାରଣ ବହୁସଂଖ୍ୟାରେ ଯୋଗ ଦେବାକୁ ଆୟୋଜକ କମିଟି ଅନୁରୋଧ କରିଛନ୍ତି । Advertisement
ମା କଳାପାଟ କ୍ରିକେଟ କପ୍ – ଗଡତରାଶ ବିଜୟୀ ଅନୁଗୁଳ – ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅନୁଗୁଳ ବ୍ଲକର ତଳଗଡ ପଞ୍ଚାୟତ ରେ ମା କଳାପାଟ ଯୁବକ ସଂଘ ଦ୍ବାରା ଆୟୋଜିତ ମା କଳାପାଟ କ୍ରିକେଟ…
ଜିଲ୍ଲାରେ ହେବ ଦୁଇ ଇନଡୋର ଷ୍ଟାଡିୟମ – ଧନ୍ୟବାଦ ଦେଲେ ବ୍ରଜ ଅନୁଗୁଳ -(AO)- ଅନୁଗୁଳ ଜିଲ୍ଳାରେ ଦୁଇଟି ନୂଆଁ ଇନଡୋର ଷ୍ଟାଡିୟମ ନିର୍ମାଣ ହେବ । ରାଜ୍ୟର ବିଭିନ୍ନ ସ୍ଥାନରେ ୮୯ ଟି ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ…
କଦମ ପଡିଆରେ ହେବ ଜାତୀୟ ସ୍ତରୀୟ କ୍ରିକେଟ ଏକାଡେମୀ ଅନୁଗୁଳ – ଅନୁଗୁଳରେ ଜାତୀୟ ସ୍ତରୀୟ କ୍ରିକେଟ ଏକାଡେମୀ ପାଇଁ ଓଡିଶା କ୍ରିକେଟ ଆସୋସିଏସନର କର୍ମକର୍ତା ମାନେ କଦମ ପଡିଆ ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ…