ଅପରାଧ ନାବାଳିକାକୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ – ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ Angul OnlineOctober 31, 2022October 31, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଫାଷ୍ଟଟ୍ରାକ୍ ସ୍ପେଶାଲ୍ କୋର୍ଟରେ ବଅଁରପାଳ ଥାନା ଅଞ୍ଚଳର ଏକ ବଳାତ୍କାର ମାମଲାରେ ଆଡ୍ହକ୍ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପିଆର୍ ବହିଦାର ଶୁଣାଣି କରି ଅଭିଯୁକ୍ତ ବଅଁରପାଳ ଅଞ୍ଚଳର ଗୋବର୍ଦ୍ଧନ ନାଏକକୁ ୨୦ ବର୍ଷ କାରାଦଣ୍ଡଦେଶ ଦେଇଛନ୍ତି । ଏହା ସହ ୧୦ ହଜାର ଟଙ୍କା ଓ ଜରିମାନା ଅନାଦେୟ ଅଧିକ ୨ ମାସ କାରାଦଣ୍ଡ ରାୟ ଶୁଣାଇଛନ୍ତି । ସୂଚନା ଅନୁସାରେ , ୨୦୨୧ ମସିହାରେ ଅଭିଯୁକ୍ତ ଗୋବର୍ଦ୍ଧନ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାକୁ ପ୍ରେମ ଜାଲରେ ଫସାଇଥିଲା । ଏବଂ ପରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା । ଏହି ଘଟଣା ବାହାରକୁ ପ୍ରଘଟ ହେବା ପରେ ନାବାଳିକା ବିବାହ ପାଇଁ କହିଥିଲେ । ମାତ୍ର ଗୋବର୍ଦ୍ଧନ ଧରାଛୁଆଁ ଦେଇନଥିଲା । ଏନେଇ ନାବାଳିକାଙ୍କ ମାମୁଁ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ କେସ୍ ନଂ ୧ / ୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏହି ମାମଲାର ଶୁଣାଣି ଜିଲ୍ଲା ଫାଷ୍ଟଟ୍ରାକ୍ କୋର୍ଟରେ ହୋଇଥିଲା । ମୋଟ୍ ୧୭ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ଅଭିଯୁକ୍ତ ଗୋବର୍ଦ୍ଧନଙ୍କୁ ଦୋଷୀ ସାବ୍ୟସ୍ତ କରି ରାୟ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ୍ ପ୍ରୋସିକ୍ୟୁଟର ସୁଶାନ୍ତ କୁମାର ମିଶ୍ର ମାମଲା ପରିଚାଳନା କରିଥିଲେ । Advertisement
ମାରଣାସ୍ତ୍ର ଦେଖାଇ , ମାଡ଼ ମାରି ଟଙ୍କା ଓ ସାମଗ୍ରୀ ଲୁଟ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେରରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଡକାୟତି ହୋଇଥିବା ଅଭିଯୋଗ ହୋଇଛି । ୫ ଜଣ ଦୁର୍ବୃତ୍ତ ବନ୍ଧୁକ…
ଚାରି ଡକାୟତ ଗିରଫ – ହାତବୋମା ସହ ମାରଣାସ୍ତ୍ର ଜବତ ଅନୁଗୁଳ – ଅନୁଗୁଳ ପୁଲିସ କବଜାରେ ଡକାୟତି ଯୋଜନା କରୁଥିବା ଗ୍ୟାଙ୍ଗର ୪ ସଦସ୍ୟ । ସୂଚନା ଅନୁଯାୟୀ ଗତକାଲି ରାତିରେ ଅନୁଗୁଳ ପୋଲିସ ପକ୍ଷରୁ ହୁଲୁରିସିଂହା…
ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର – ହତ୍ୟା ଅଭିଯୋଗ ଆଣିଲେ ବାପା ଅନୁଗୁଳ – ଅନୁଗୁଳ ଜିଲ୍ଲା ବେନ୍ତପୁର ଗାଁର ଚିତ୍ତରଞ୍ଜନ ପରିଡାଙ୍କ ଘରୁ ତାଙ୍କ ଗର୍ଭବତୀ ପତ୍ନୀ ସସ୍ମିତା ବେହେରାଙ୍କ ମୃତଦେହ ଉଦ୍ଧାର ହୋଇଛି । ସେ ଏକ…