ମୁଖ୍ୟ ଖବର ଅପାରଗ ଟ୍ୟାକ୍ସ କଲେକ୍ଟରଙ୍କୁ ବାଧ୍ୟତାମୂଳକ ଅବସର Angul OnlineNovember 1, 2022November 1, 2022 ଭୁବନେଶ୍ୱର – ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି ରହିଛି । ଆଜି ପୁଣି ୧୪ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଥିରେ ୪ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର, ୪ ଜଣଙ୍କୁ ବାଧ୍ୟତାମୂଳକ ଅବସର ଓ ୬ ଜଣଙ୍କ ପେନ୍ସନ୍ ସ୍ଥାୟୀଭାବେ ସ୍ଥଗିତ , ଜଣେ ସୁପରିନ୍ଟେଣ୍ଡିଂ ଇଞ୍ଜିନିୟର, ୨ ଜଣ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜଣେ ଡି.ଏସ୍.ପି., ଜଣେ ସିଡିପିଓ, ଜଣେ ଫରେଷ୍ଟ ରେଞ୍ଜ ଅଫିସର, ଜଣେ ତହସିଲଦାର, ଜଣେ ବି.ଡି.ଓ, ଜଣେ ସିନିଅର ମ୍ୟାନେଜର, ଜଣେ ଟ୍ୟାକ୍ସ କଲେକ୍ଟର, ଜଣେ ସପ୍ଲାଇ ଇନ୍ସପେକ୍ଟର ଓ ୩ ଜଣ ଜୁନିଅର ଇଞ୍ଜିନିୟର ଅନ୍ତର୍ଭୁକ୍ତ ଅଛନ୍ତି । 5T ଓ ମୋ ସରକାର ବ୍ୟବସ୍ଥା ରୁ ମିଳିଥିବା ଫିଡ଼ବ୍ୟାକ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି କ୍ରମରେ ତାଳଚେର ପୌରପାଳିକାରେ ପୂର୍ବରୁ କାର୍ଯ୍ୟରତ ଥିବା ଟ୍ୟାକ୍ସ କଲେକ୍ଟର ଶ୍ରୀ କ୍ଷୀରୋଦ ଚନ୍ଦ୍ର ରାଉତଙ୍କୁ ବାଧ୍ୟତାମୂଳକ ଅବସର ଦିଆ ଯାଇଛି । ଅପାରଗତା ଯୋଗୁଁ ତାଙ୍କୁ ଏହି ବାଧ୍ୟତାମୂଳକ ଅବସର ଦିଆ ଯାଇଥିବା ଉଲ୍ଲେଖ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଗତ କିଛି ମାସ ତଳେ ତାଳଚେର ପୌରପାଳିକାର ପୂର୍ବତନ ନିର୍ବାହୀ ଅଧିକାରିଣୀଙ୍କ ନାମରେ ଅଶ୍ଳୀଳ ପୋଷ୍ଟର ବାଣ୍ଟିବା ଅଭିଯୋଗ ଆସିଥିଲା । ଏହି ଅଭଯୋଗ ପରେ ତାଙ୍କୁ ଗିରଫ ମଧ୍ୟ କରା ଯାଇଥିଲା । ତେବେ ସେ ବର୍ତ୍ତମାନ ହିନ୍ଦୋଳ ଅଞ୍ଚଳରେ କାର୍ଯ୍ୟ କରୁଥିବା ଜଣା ପଡ଼ିଛି । ଏହି ନିର୍ଦେଶ ପରେ ତାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରି ନାହିଁ । Advertisement
ସ୍ବାମୀଙ୍କ ସହ ମୋଟରସାଇକେଲରେ ଯାଉଥିଲେ ମହିଳା- ପଡିଯିବା ପରେ ଚଢିଗଲା ଟ୍ରକ୍ ଅନୁଗୋଳ – ସ୍ୱାମୀ ସହ ଚାଷ କାମକୁ ଯାଉଥିବା ବେଳେ ହମ୍ପସରେ ମୋଟରସାଇକେଲରୁ ପଡିଗଲେ ସ୍ତ୍ରୀ । ସଙ୍ଗେ ସଙ୍ଗେ ପଛରେ ଆସୁଥିବା ଟ୍ରକ ତାଙ୍କ ଉପରେ…
ଓକିଲ ସଂଘର ନିର୍ବାଚନ – ଦିଲ୍ଲୀପ ସଭାପତି , ସୋମନାଥ ସାଧାରଣ ସମ୍ପାଦକ ଅନୁଗୁଳ – ଅନୁଗୁଳ ଓକିଲ ସଂଘର ୨୦୨୧-୨୨ ବର୍ଷ ପାଇଁ ନିର୍ବାଚନ ଅନୁଷ୍ଟିତ ହୋଇ ଯାଇଛି । ଏଥିରେ ମୋଟ ୪୭୬ଜଣ ସଭ୍ୟଙ୍କ ମଧ୍ୟରୁ ୪୪୮ଜଣ ସଭ୍ୟ…
ଚୋରା ବାଲି ଚାଲାଣ ଉପରେ ପୁଲିସର ଚଢାଉ – ୧୩ ଜଣ ଗିରଫ , ୧୪ ଟ୍ରାକ୍ଟର ଓ ହାଇୱା ଜବତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଥିବା ଚୋରା ବାଲି ଚାଲାଣ ଉପରେ ରୋକ ଲଗାଇବାକୁ ଯାଇ କଠୋର ହୋଇଛି ପୁଲିସ ପ୍ରଶାସନ ।…